ବେଲଗୁଣ୍ଠା ବ୍ଳକ୍ ର ସମସ୍ତ ଏଗାରଟି କ୍ଳଷ୍ଟର୍ ରେ କ୍ଲଷ୍ଟର୍ ସ୍ତରୀୟ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି କର୍ମଶାଳା ଅନୁଷ୍ଠିତ

0 2

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ବ୍ଳକ୍ ର ସମସ୍ତ ଏଗାରଟି କ୍ଳଷ୍ଟର୍ ରେ କ୍ଲଷ୍ଟର୍ ସ୍ତରୀୟ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି କର୍ମଶାଳା ଅନୁଷ୍ଠିତ ହୋଇଯାଇଛି I ଏହି ଅବସରରେ ସୋଡଙ୍ଗାଇ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ତନରଡ଼ା କ୍ଲଷ୍ଟର ସ୍ତରୀୟ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି କର୍ମଶାଳାକୁ ଗୋଷ୍ଠୀ ଶିକ୍ଷା ଅଧିକାରିଣୀ ଲୋପାମୁଦ୍ରା ରଥ ଉଦଘାଟନ କରିଥିବା ବେଳେ ତନରଡା ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ମନୋଜ କୁମାର ପଟ୍ଟନାୟକଙ୍କ ତତ୍ତ୍ବାବଧାନରେ ଏହି ଦୁଇ ଦିନିଆ କର୍ମାଶାଳାରେ ସହଗୋଷ୍ଠୀ ଶିକ୍ଷା ଅଧିକାରୀ ଗୋବିନ୍ଦ ଚନ୍ଦ୍ର ପାଢ଼ୀ,ପ୍ରତିଭା ରଥ, ଶିକ୍ଷକ ଡମ୍ବରୁଧର ବେହେରା ପ୍ରଶିକ୍ଷକରୂପେ ଯୋଗ ଦେଇ ଥିଲେ l ଶିକ୍ଷକ ଅମରେନ୍ଦ୍ର ନନ୍ଦ,କ୍ରିଷ୍ଣା ମୋହନ ପାତ୍ର, ଶିକ୍ଷୟିତ୍ରୀ ଶୁଭଶ୍ରୀ ପଟ୍ଟନାୟକ, ଶୁଭ୍ରାରାଣୀ ମହାପାତ୍ର, ସୁଚିତ୍ରା ସିପ୍ରା ପାତ୍ର, ସନ୍ତୋଷିନୀ ସେଠି, ରଂଜିତା ଗନ୍ତାୟତ, ବିଷ୍ଣୁରାଣୀ ଡାକୁଆ,ସବିତା ମଲ୍ଲିକ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତ କରିଥିଲେ l

Leave A Reply

Your email address will not be published.