ଦିପ୍ତୀପୁର ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ରଜତ ଜୟନ୍ତୀ ସମାରୋହ ଅନୁଷ୍ଠିତ।

0 2

ପଦ୍ମପୁର:- ଦୀପ୍ତିପୁର ଶ୍ରୀଅରବିନ୍ଦ ପାଠଚକ୍ର, ଅରୋଜ୍ୟୋତି ଶିକ୍ଷାକେନ୍ଦ୍ରର ସଭାପତି ଚନ୍ଦ୍ରମଣି ସାହୁଙ୍କ ସଭାପତିତ୍ବରେ ରଜତ ଜୟନ୍ତୀ ସମାରୋହ ପାଳିତ ହୋଇଯାଇଛି। ପ୍ରଥମେ ମାତୃ ପତାକା ଉତ୍ତୋଳନ କରାଯାଇଥିଲା। ବନ୍ଦେ ମାତରଂ, ଆଧ୍ୟାତ୍ମିକ ଶୋଭାଯାତ୍ରା ହୋଇଥିଲା। ଜୁବୁଲି ଗେଟ୍ ଉନ୍ମୋଚନ ଓ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ପ୍ରଥମ ଅଧିବେଶନରେ ମୁଖ୍ୟ ଅତିଥି ଭାବରେ ଓଡ଼ିଶା ପୂର୍ବତନ ମନ୍ତ୍ରୀ ତଥା ସୋହେଲା ମ୍ୟାନେଜିଂ ଟ୍ରଷ୍ଟି ଶ୍ରୀଅରବିନ୍ଦ ସାଧନା ପୀଠର ପ୍ରକାଶ ଚନ୍ଦ୍ର ଦେବତା, ମୁଖ୍ୟ ବକ୍ତା ଭାବେ କଟକ ନବ ଜୀବନ ଶିକ୍ଷା ସଂସଦ ରାଧାକାନ୍ତ ମିଶ୍ର ଓ ସମ୍ମାନିତ ଅତିଥି ଭାବେ ବରଗଡ଼ ସଙ୍ଗତି ମଣ୍ଡଳ ଆବାହକ ପ୍ରଫୁଲ୍ଲ କୁମାର ପଣ୍ଡା, ବରଗଡ଼ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା ଓ ଗବେଷଣା କେନ୍ଦ୍ରର ଅଧ୍ୟକ୍ଷ ରମେଶ ଚନ୍ଦ୍ର ସାହୁ, ସୋହେଲା ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ଡଃ ଉପେନ୍ଦ୍ର ମହାପାତ୍ର, ସୋହେଲା ଶ୍ରୀଅରବିନ୍ଦ ସାଧନା ପୀଠର ସମ୍ପାଦକ ସୁଶାନ୍ତ ମିଶ୍ର ପ୍ରମୁଖ ମଞ୍ଚାସୀନ ଅତିଥି ଭାବରେ ଉପସ୍ଥିତ ଥିଲେ। ଶିକ୍ଷାକେନ୍ଦ୍ର ପ୍ରତି ଅବଦାନ ରହିଥିବା ଓ ଅଞ୍ଚଳର ବଦାନ୍ୟ ବ୍ୟକ୍ତି ବିଭିନ୍ନ କ୍ଷେତ୍ରରେ ସାହାଯ୍ୟ ସହଯୋଗ ବଢାଇଥିବା ବ୍ୟକ୍ତିମାନଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଶିକ୍ଷାକେନ୍ଦ୍ରର ସମ୍ପାଦକ ନିର୍ମଳ ବାରିକ ମଞ୍ଚ ପରିଚାଳନା କରିଥିଲେ।ପରେ ସୃଜନଶୀଳ କାର୍ଯ୍ୟକ୍ରମ ଓ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଦ୍ବିତୀୟ ଅଧିବେଶନରେ ମୁଖ୍ୟ ଅତିଥି ଭାବରେ ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା, ମୁଖ୍ୟ ବକ୍ତା ଭାବେ ତାଳପଦର ମହାବିଦ୍ୟାଳୟ ଅଧ୍ୟାପକ ଧନପତି ଦେବତା ଓ ସମ୍ମାନିତ ଅତିଥି ଭାବେ ବରଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷା ମାନିନୀ ଭୋଇ,ମେଲଛାମୁଣ୍ଡା ପୂର୍ବତନ ସରପଞ୍ଚ ସିଦ୍ଧାର୍ଥ ଶଙ୍କର ମିଶ୍ର, ଜିଲ୍ଲା ପରିଷଦ ସଭ୍ୟା ପୂର୍ଣ୍ଣିମା ରଣା,ଟାଲ ସରପଞ୍ଚ ମିଥିଲା ସାହୁ,ଟାଲ ସମିତି ସଭ୍ୟା ଦୀପାଞ୍ଜଳୀ ପଧାନ, ସମାଜସେବୀ କିଶୋର ଚନ୍ଦ୍ର ଦେବତା ପ୍ରମୁଖ ମଞ୍ଚାସୀନ ଅତିଥି ଭାବରେ ଉପସ୍ଥିତ ଥିଲେ। ପରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ଶିକ୍ଷାକେନ୍ଦ୍ରର ସମସ୍ତ ଅପା ଭାଇ , ପରିଚାଳନା କମିଟି ସଦସ୍ୟ ତଥା ଅଭିଭାବକ ଅଭିଭାବିକାମାନେ ସହଯୋଗ କରିଥିଲେ।

Leave A Reply

Your email address will not be published.