ପିଏମ୍‌ ନୟାହାଟ ଉଚ୍ଚ ବିଦ୍ୟାଳୟରେ ପ୍ରଥମ ପିଏମ୍‌ ଉତ୍ସବ

0 2

କାକଟପୁର: ପିଏମଶ୍ରୀ ନୟାହାଟ ଉଚ୍ଚ ବିଦ୍ୟାଳୟରେ ଆଜି ପ୍ରଥମ ପିଏମ୍‌ ଉତ୍ସବ ଏକ ବର୍ଣାଢ୍ଯ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ବିଶିଷ୍ଟ ସମାଜସେବୀ ତଥା ବିଜେପି ଯୁବ ନେତା ବାସୁଦେବ ସାହୁ ଏହି କାର୍ଯ୍ୟକ୍ରମରେ ଅତିଥିଭାବେ ଯୋଗଦାନ କରି ଉତ୍ସବକୁ ଉଦ୍‌ଘାଟନ କରିଥିଲେ । ଅତିଥିମାନେ ବିଦ୍ୟାଳୟ ପରିସରରେ ଥିବା ମହାତ୍ମା ଗାନ୍ଧୀ ଏବଂ ଗୋପବନ୍ଧୁଙ୍କ ପ୍ରତିମୂର୍ତି ମାଲ୍ୟାର୍ପଣ କରି ଆୟୋଜିତ ଉତ୍ସବରେ ଯୋଗଦେଇଥିଲେ । ବିଦ୍ୟାଳୟର ପ୍ରଧାନଶିକ୍ଷକ ଅଶୋକ କୁମାର ମହାନ୍ତି ଏହି ଉତ୍ସବରେ ସଭାପତିତ୍ବ କରିଥିଲେ । ଅତିଥିଭାବେ ଗୋପ ବ୍ଲକ ସହଶିକ୍ଷା ଅଧିକାରୀ ସମ୍ରାଟ ଇଂଜଭୋଇ, ସ୍ଥାନୀୟ ଜଙ୍ଗଲବୋରୀ ସରଫଚଙ୍କ ପ୍ରତିନିଧ‌ି ପ୍ରଣୟ କିଶୋର ସାହୁ, ଆଂଚଳିକ ସାଧନକେନ୍ଦ୍ର ସଂଯୋଜକ ସୁଚରିତା ପାତ୍ର, ଗୋପୀକାନ୍ତପୁର ଉଚ୍ଚ ବିଦ୍ୟାଳୟ ପ୍ରଧାନଶିକ୍ଷକ ବରକତ ଖାନ୍ ଏବଂ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ପ୍ରମୋଦ କୁମାର ମହାନ୍ତି ପ୍ରମୁଖ ଯୋଗଦାନ କରି ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିବା ସହିତ ଛାତ୍ରଛାତ୍ରୀମାନଙ୍କ ଦ୍ବାରା ପ୍ରସ୍ତୁତ ବିଭିନ୍ନ ପ୍ରକଳ୍ପ ବୁଲି ଦେଖୁଥିଲେ । ବରିଷ୍ଠ ଶିକ୍ଷକ ପ୍ରଫୁଲ୍ଲ କୁମାର ମିଶ୍ର ଅତିଥ ପରିଚୟ ଏବଂ ସାଗତ ଭାଷଣ ପ୍ରଦାନ କରିଥିବାବେଳେ, ବିଦ୍ୟାଳୟ ଆଲୁମୁନି କମିଟିର ସଭ୍ୟ, ଅଭିଭାବକ ଏବଂ ସ୍ଥାନୀୟ ଅଂଚଳର ବୃଦ୍ଧିଜିବୀମାନେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.