କାକଟପୁର :-୧୯/୧୨:- କାକଟପୁର ବଜାର ସ୍ଥିତ ରାଧାଗୋବିନ୍ଦ ଜୁଏଲାରୀର ଲକି ଡ୍ର କାର୍ଯ୍ୟକ୍ରମ ବୁଧବାର ସଂଧ୍ୟାରେ କାକଟପୁର ସ୍ଥିତ ମୋତି କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି । ବର୍ଷ ତମାମ ଜୁଏଲାରୀରୁ ୨୦ହଜାର ଟଙ୍କାରୁ ଅଧିକ ଟଙ୍କାର ଅଳଙ୍କାର କିଣିଲେ ଏହି ଲକି ଡ୍ର କୁପନ ମିଳୁଥିଲା। ଯାହାକି ଅନେକ ଗ୍ରାହକ ଏହି ଲକି ଡ୍ର କୁପନରେ ଅଂଶଗ୍ରହଣ କରିପାରିଥିଲେ । ଯାହାକୁ ନେଇ ବୁଧବାର ସନ୍ଧ୍ୟାରେ ଲକି ଡ୍ର ଉଠାଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କାକଟପୁର ଥାନା ଅଧିକାରୀ ବସନ୍ତ କୁମାର ସାହୁ, ରାଧାଗୋବିନ୍ଦ ଜୁଏଲାରୀ ଚେୟାରମ୍ୟାନ ଶ୍ରୀଧର ସାହୁ ଉପସ୍ଥିତ ଥିବା ବେଳେ ମଞ୍ଚ ପରିଚାଳନା କରିଥିଲେ ବରିଷ୍ଠ ସାମ୍ବାଦିକ ପ୍ରଦୀପ୍ତ କୁମାର ଦୀକ୍ଷିତ। ନିଜ ଅଭିଭାଷଣରେ ଶ୍ରୀଧର ସାହୁ କହିଥିଲେ ରାଧାଗୋବିନ୍ଦ ଜୁଏଲାରୀ ସଦାସର୍ବଦା ଯେପରି ଶୁଦ୍ଧ ସୁନା, ସ୍ୱଚ୍ଛ ରିହାତି ପାଈଁ ଜଣାଶୁଣା ଠିକ ସେହିପରି ପ୍ରତିଶ୍ରୁତି ରକ୍ଷା କରିବା ପାଈଁ ମଧ୍ୟ ସର୍ବଦା ଯତ୍ନବାନ, ଯେଉଁଥିପାଇଁ ଆଜି ଏହି ଲକି ଡ୍ର କାର୍ଯ୍ୟକ୍ରମରେ ଗୋଟିଏ ସ୍କୁଟି ଗାଡ଼ି ଦେବା ପାଇଁ ପୂର୍ବରୁ ସ୍ଥିର କରାଯାଇଥିଲେ ବି ଲୋକ ମାନଙ୍କ ସ୍ନେହ, ଶ୍ରଦ୍ଧା, ଭଲ ପାଇବା ବୃଦ୍ଧିକୁ ଆଖିରେ ରଖି ଗୋଟିଏ ବଦଳରେ ଦୁଇଟି ସ୍କୁଟି ଗାଡ଼ି ଦେବା ପାଇଁ ସ୍ଥିର କରିଥିଲେ। ଏହି ଲକି ଡ୍ର କାର୍ଯ୍ୟକ୍ରମ ରେ କାକଟପୁର ବଜାର ସ୍ଥିତ ତୋଫାନ କମ୍ୟୁନିକେସନ ପ୍ରଥମ ସ୍ଥାନ ଅଧିକାର କରି ଏକ ୟାମାହା ଫାସିନୋ ସ୍କୁଟି ଏବଂ ଲତାହରଣ ଗ୍ରାମର ସମିରା ବେଗମ୍ ଦ୍ଵିତୀୟ ସ୍ଥାନ ଅଧିକାର କରି ହିରୋ ଡେଷ୍ଟିନି ସ୍କୁଟି ଗାଡ଼ି ଜିତି ଥିଲେ । ସର୍ବ ଶେଷରେ ଜୁଏଲାରୀ ଦ୍ଵାରା ପ୍ରଯୋଜିତ ଏହି ସ୍କିମ୍ ଫଳରେ ଗ୍ରାମାଞ୍ଚଳରେ ଗ୍ରାହକ ମାନେ ନିଶ୍ଚିତ ଭାବେ ଉତ୍ସାହିତ ଏବଂ ଲାଭାନ୍ୟୁତ ହେବା ସହ ରାଧାଗୋବିନ୍ଦ ଜୁଏଲାରୀ ର ଉନ୍ନତି ହୋଇପାରିବ ବୋଲି ଶ୍ରୀଧର ସାହୁ ଅଶାପ୍ରକଟ କରିଥିଲେ ।
Sign in
Sign in
Recover your password.
A password will be e-mailed to you.