ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-,ସରସ୍ଵତୀ ଶିଶୁ ବିଦ୍ୟା ଭବନ,ବେଲଗୁଣ୍ଠା ର ୨୯ ତମ ବାର୍ଷିକ ଖେଳକୁଦ ମହୋତ୍ସବ ଦୁଇ ଦିନ ଧରି ସ୍ଥାନୀୟ ବ୍ଲକ ପଡିଆ ରେ ମହାସମାରୋହ ରେ ପାଳିତ ହୋଇଯାଇଛି।ପ୍ରଥମ ଦିବସ ରେ ଶୂଳପାଣି ଶତପଥୀ(ଅବସର ପ୍ରାପ୍ତ ବନ ବିଭାଗ କର୍ମଚାରୀ) ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶାରୀରିକ ଶିକ୍ଷା ର ଆବଶ୍ୟକତା ଉପରେ ପିଲାଙ୍କୁ ଉଦବୋଧନ ଦେଇ କ୍ରୀଡା ଉତ୍ସବ କୁ ଦୀପ ପ୍ରଜ୍ଜ୍ୱଳନ ସହିତ ଉଦଘାଟନ କରିଥିଲେ।ବିଶିଷ୍ଟ ଅତିଥି ଭାବେ ଅଭୟ କୁମାର ପ୍ରଧାନ (ଅତିରିକ୍ତ ଥାନା ଅଧିକାରୀ, ବେଲଗୁଣ୍ଠା) ଯୋଗଦେଇ ବ୍ୟାୟାମର ଉପକାରିତା ଉପରେ ଛାତ୍ରଛାତ୍ରୀ ମାନଙ୍କୁ ବକ୍ତବ୍ୟ ପ୍ରଦାନ କରିଥିଲେ। ଅନୁଷ୍ଠାନ ର ସମ୍ପାଦକ ସୂର୍ଯ୍ୟ ନାରାୟଣ ପାତ୍ର ଅଧ୍ୟକ୍ଷତା କରି ଶିକ୍ଷା ସହିତ ଶାରୀରିକ ଯୋଗ ବ୍ୟାୟାମ ଶରୀର ପାଇଁ ହିତକର ତାହା ପ୍ରତିପାଦନ କରିବା ସହିତ ଯୋଗ ବ୍ୟାୟାମର ଡ୍ରିଲ କରାଇଥିଲେ। ଅନୁଷ୍ଠାନ ର ପ୍ରଧାନ ଆଚାର୍ଯ୍ୟ ଶିବରାମ ପ୍ରଧାନ ଅତିଥି ମାନଙ୍କୁ ସ୍ଵାଗତ କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ।ଦ୍ୱିତୀୟ ଦିବସ ରେ ମୁଖ୍ୟ ଅତିଥି ଭାବେ ଅଜିତ୍ କୁମାର ପଣ୍ଡା (ଶିକ୍ଷକ,ବିଶିଷ୍ଟ ସଙ୍ଗୀତ କଳାକାର)ଯୋଗ ଦେଇ ପିଲାମାନଙ୍କୁ ଶିକ୍ଷା ସହିତ କ୍ରୀଡାର ଆବଶ୍ୟକତା ଉପରେ ବିଭିନ୍ନ ଉଦାହରଣ ଦେଇଥିଲେ।ସୁନ୍ଦର ସଙ୍ଗୀତ ଗାନ କରି ପିଲାମାନଙ୍କୁ ଉତ୍ସାହିତ କରିବା ସହିତ କାର୍ଯ୍ୟକ୍ରମ କୁ ସାଫଲ୍ୟ ମଣ୍ଡିତ କରିଥିଲେ।ମନୋଜ ଗୁରୁଜୀ ଙ୍କ ତତ୍ତ୍ୱବଧାନ ରେ ଦଶମ ଶ୍ରେଣୀ ର ବାଳକ ମାନେ ଲକ୍ଷ୍ମୀ ନୃସିଂହ ମନ୍ଦିର ଠାରୁ ମଶାଲ ଯାତ୍ରାରେ ଆସିଥିଲେ।ଏହି କ୍ରୀଡା ପ୍ରତିଯୋଗିତା ରେ ପ୍ରାରମ୍ଭ ଠାରୁ ଦଶମ ଶ୍ରେଣୀ ପିଲାଙ୍କ ପର୍ଯ୍ୟନ୍ତ ୫ ଟି ବିଭାଗ ରେ ଖେଳ କରାଯାଇଥିଲା। ସାନ ପିଲାଙ୍କ ବେଙ୍ଗ ଦୌଡ,ବେଲୁନ ଫୁଙ୍କା, ବାଟି ସଂଗ୍ରହ,ବଲ ଫିଙ୍ଗଣା,ବଡ଼ ପିଲାଙ୍କ ୨୦୦ ମିଟର ଦୌଡ,୧୦୦ମିଟର ଦୌଡ,ବାଟି ଚାମଚ,ସଙ୍ଗୀତ ଚୌକି, ଅଖା ଦୌଡ, ଅଙ୍କ ଦୌଡ, ଲମ୍ବା ଡିଆଁ, ଉଚ୍ଚା ଡିଆଁ ଆଦି ଖେଳ କରାଯାଇଥିଲା।ଅନୁଷ୍ଠାନ ର ଗୁରୁମା ମାମାଜିନୀ,ସୁମିତ୍ରା,ଅଲିଭା,ଅମ୍ବିକା,ଆଶା,ସୌଦାମିନୀ,ତୁଳସୀ,ଶ୍ରାବଣୀ,ସୁଜାତା,ମିନି,ଶିବାନୀ, ଜ୍ୟୋତି, ମିତା,ପ୍ରୀତି ଓ ମିଲି ଗୁରୁମା,ଗୁରୁଜୀ ପ୍ରମୋଦ,କୈଳାଶ,ସରୋଜ,ମନୋଜ, ଅନ୍ୟ ସମସ୍ତ ଗୁରୁମା,ଗୁରୁଜୀ ଆନ୍ତରିକ ସହିତ ନିଜ ନିଜ ଦାୟିତ୍ଵ ସମ୍ପାଦନା କରି କାର୍ଯ୍ୟକ୍ରମ ସଫଳରେ ସହାୟକ ହୋଇଥିଲେ।
Sign in
Sign in
Recover your password.
A password will be e-mailed to you.