କଟକ, ତା 19th. Dec, ଆଜି ପୂର୍ବାହ୍ନରେ କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ ଶ୍ରୀମତୀ ଗୁହା ପୂନମ ତାପସ କୁମାର ( ଭା. ପ୍ର. ସେ.)ଙ୍କ ଅଧ୍ୟକ୍ଷତାରେ ବଡମେଡିକାଲରେ ରୋଗୀ ମାନଙ୍କୁ ସୁବିଧାରେ ଜରୁରୀ ଚିକିତ୍ସା ପ୍ରଦାନ ନିମନ୍ତେ ସ୍ୱାସ୍ଥ୍ୟ ସେବା ସମିତି ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ.ହୋଇଯାଇଛି. ଉକ୍ତ ବୈଠକରେ ରୋଗୀ ଙ୍କ ଚିକିତ୍ସା ସୁବ୍ୟବସ୍ଥିତ କରିବା ନିମନ୍ତେ କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ ଗୁରୁତ୍ୱାରୋପ କରିଛନ୍ତି.ରୋଗୀ ଚିକିତ୍ସା କ୍ଷେତ୍ରରେ ପୂର୍ବାଞ୍ଚଳରେ ବଡ଼ମେଡିକାଲ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଥିବାରୁ ନିୟମିତ ଭାବେ ଦୂରଦୁରାନ୍ତରୁ ପ୍ରତ୍ୟହ ବହୁ ରୋଗୀ ଏଠାକୁ ଆସୁଛନ୍ତି. ସେମାନଙ୍କୁ ସୁବିଧାରେ ଜରୁରୀ ଓ ଅତ୍ୟାଧୁନିକ ଚିକିତ୍ସା ସେବା ପ୍ରଦାନ ଦିଗରେ ସରକାର ପ୍ରାଥମିକତା ଦେଉଥିବାରୁ ବଡ଼ମେଡିକାଲ ପରିସରରେ ସ୍ଵଚ୍ଛତା ଅବଲମ୍ବନ, ଆବଶ୍ୟକୀୟ ଚିକିତ୍ସା ସରଞ୍ଜାମ କ୍ରୟ ଏବଂ ତାହାର ରକ୍ଷଣାବେକ୍ଷଣ, ଅଗ୍ନି ପ୍ରତିରୋଧକ ବ୍ୟବସ୍ଥା ଆଦି ଉପରେ ବୈଠକରେ ବିଶେଷ ଭାବେ ଆଲୋଚନା କରାଯାଇ ଏ ଦିଗରେ ତୁରନ୍ତ ପଦକ୍ଷେପ ଗ୍ରହଣ ନିମନ୍ତେ ଗୁରୁତ୍ୱ ପ୍ରଦାନ କରାଯାଇଛି.ସ୍ୱାସ୍ଥ୍ୟସେବା ସମିତି ପକ୍ଷରୁ ଏକ ଉପ କମିଟି ଗଠନ କରାଯାଇ ବଡ଼ ମେଡିକାଲ ରେ ଆବଶ୍ୟକୀୟ ମରାମତି ଓ ନିର୍ମାଣ କାର୍ଯ୍ୟ ର ତଦାରଖ ଆଦି ସମ୍ପର୍ଣ୍ଣ କରାଯିବା ନିମନ୍ତେ ନିଷ୍ପତ୍ତି ଗ୍ରହଣ କରାଯାଇଛି.ଉକ୍ତ ବୈଠକରେ କଟକ ମହାନଗର ନିଗମ ର ଆୟୁକ୍ତ, ସୁଶ୍ରୀ କିରଣଦୀପ କୌର ସହୋତା ଅତିରିକ୍ତ ଜିଲ୍ଲାପାଳ, ଡଃ ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ରଙ୍କ ସମେତ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ ଡିନ, ସୁପରିଟେଣ୍ଡାଣ୍ଟ, ଏବଂ ସ୍ୱାସ୍ଥ୍ୟ ସେବା ସମିତିର ଅନ୍ୟ ସଦସ୍ୟ ପ୍ରମୁଖ ଏହି ବୈଠକରେ ଯୋଗ ଦେଇଥିଲେ.
Sign in
Sign in
Recover your password.
A password will be e-mailed to you.