ଅସ୍ତରଙ୍ଗ: ଗାରୋଇ ଆଶ୍ରମ ର ପ୍ରାଣ ପ୍ରତିଷ୍ଠାତା ସ୍ୱର୍ଗତ ପୂଜ୍ୟପାଦ ବାବା ବୁଦ୍ଧନାଥ ଦାଶ ଙ୍କ ୮୫ତମ ଜନ୍ମ ମହୋତ୍ସବ ବଉଳ ଆମାଵାସ୍ୟା ତିଥି ଶୁକ୍ରବାର ଦିନ ବହୁ ଯାକ ଜମକ ରେ ପାଳିତ ହୋଇ ଯାଇ ଅଛି l ସକାଳୁ ସକାଳୁ ଗୋବରୀ ନଦୀ ଓ ଦେବୀ ନଦୀ ତଟ ଦେଶରେ ଅବସ୍ଥିତ ଏହି ଆଶ୍ରମରେ ଜଗନ୍ନାଥ ଙ୍କ ହାତ ଥିବା ଦାରୁ ମୂର୍ତ୍ତୀଙ୍କ ବେଢା ପରିସର, ଯଜ୍ଞ କୁଣ୍ଡ, ଗାୟତ୍ରୀ ପୀଠ, ବାବା ଙ୍କ ସମାଧି ପୀଠ ଆଦି କୁ ମନ୍ଦିର ନୀତି କାନ୍ତି ଅନୁଶାରେ ସୁଧ ପୁତ କରାଯାଇ ପୂଜାର୍ଚନା କରାଯିବା ପରେ, ନୀତିକାନ୍ତି କରାଯାଇ ଥିଲା l କୋଉଠି ଯଜ୍ଞ କୁଣ୍ଡରେ ପଣ୍ଡିତ ମାନଙ୍କ ଦ୍ଵାରା,ଘ୍ରୁତାହୁତି ତ ଆଉ କୋଉଠି ଜଗନ୍ନାଥ ଙ୍କ ଭଜନ ପରିବେଷଣ ସହ ଗାୟତ୍ରି ପାଠ, ଓ ପ୍ରସାଦ ସେବନ ଆଦି କାର୍ଯ୍ୟକ୍ରମ ଦେଖିବାକୁ ମିଳିଥିଲା l ପୁରି ଜିଲ୍ଲାର ଦୁଇ ଗୋଟି ଗ୍ରାମ ପଂଚାୟତ ଓ ଜଗତସିଂହପୁର ଜିଲ୍ଲାର ପାଞ୍ଚ ଗୋଟି ପଞ୍ଚା ୟତ ର ଵାସିନ୍ଦା, ଏହିସବୁ ମହତ କାର୍ଯ୍ୟକ୍ରମ କୁ ପରିଚାଳନା କରୁଥିବା ବେଳେ, ଗୋବର୍ଦ୍ଧନ ପୀଠ ଗାରୋହୀ ଆଶ୍ରମ ର ମୁଖ୍ୟ ବ୍ରହ୍ମଚାରୀ ଆଦିତ୍ୟ ନାରାୟଣ ଦାଶ ଏହି ଶନୁଷ୍ଠାନ ର ମୁଖ୍ୟ ବୋଲି ଜଣା ପଡିଛି l ପୂର୍ବତନ ମୁଖମନ୍ତ୍ରୀ ଜାନକୀବଲ୍ଲଭ ପଟନାୟକଓ ଗିରିଧାରୀ ଗୋମାଙ୍ଗ, ଉପ ମୁଖ୍ୟମନ୍ତ୍ରୀ ବସନ୍ତ କୁମାର ବିଶ୍ୱାଳ ଆଦି ଭଳି ବହୁ ରାଜନୈତିକ ବ୍ୟକ୍ତି ଏହି ଆଶ୍ରମ ପରିଦର୍ଶନ କରି ସ୍ୱର୍ଗତ ବାବା ବୁଧନାଥ ଙ୍କର ଆଶୀର୍ବାଦ ଗ୍ରହଣ କରିଥିବା ସ୍ଥଳେ, ଆଶ୍ରମ ର ବହୁ ବିଧ ଉର୍ନ୍ନତି ମଧ୍ୟ କରିଛନ୍ତି l ଜଗନ୍ନାଥ ମନ୍ଦିର ର ଉର୍ନ୍ନତି ଵା ଉର୍ନ୍ନୟନ କାର୍ଯ୍ୟ ର ତଦାରଖ,ସହ ନୀତିକାନ୍ତି, ଆସୁଥିବା ଭକ୍ତ ଙ୍କ ରହଣି ସହ ପ୍ରସାଦ ସେବନ, ବିଭିର୍ଣ୍ଣ କାର୍ଯ୍ୟକ୍ରମ ର ସମୀକ୍ଷା ଆଦିକୁ ସୂଚରୁ ରୂପେ ପରିଚାଳନା କରିବା ପାଇଁ ସଭାପତି ଭାବେ ବେଣୁଧର ମହାନ୍ତି ରହିଥିବା ବେଳେ,ସମ୍ପାଦକ ଭାବେ କାହ୍ନୁ ଚରଣ ନାୟକ, ସଭ୍ୟ ଭାବେ ପ୍ରତାପ ପରିଡା ପ୍ରମୁଖ ରହି ଛନ୍ତି l
Sign in
Sign in
Recover your password.
A password will be e-mailed to you.