ବୋଡେନ ବ୍ଲକରେ ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସଂପଦ ମେଳା ଅନୁଷ୍ଠିତ

2

ନୂଆପଡା : ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସଂପଦ ମେଳା ଆଜି ସଫଳତା ସହ ଅନୁଷ୍ଠିତ ହୋଇଯାଇଛି। ଏହି ମେଳାରେ ମତ୍ସ୍ୟ ଚାଷ, ପଶୁପାଳନ ଓ ଡେରୀ ଉନ୍ନତି ସମ୍ବନ୍ଧୀୟ ନୂଆ ପ୍ରଯୁକ୍ତି ଓ ସରକାରୀ ଯୋଜନା ବିଷୟରେ ଚାଷୀମାନଙ୍କୁ ଅବଗତ କରାଯାଇଥିଲା । ମେଳାରେ ମତ୍ସ୍ୟ ଓ ପ୍ରାଣୀ ସଂପଦ ବିଭାଗର ଅଧିକାରୀ, ବୈଜ୍ଞାନିକ ଓ ସ୍ଥାନୀୟ ଲୋକପ୍ରତିନିଧିମାନେ ଯୋଗଦେଇ ଚାଷୀମାନଙ୍କୁ ମାଗଣା ପରାମର୍ଶ ପ୍ରଦାନ କରିଥିଲେ। ଉନ୍ନତ ବିଜ, ପଶୁ ଟୀକାକରଣ ଓ ବିଭିନ୍ନ ଯୋଜନା ସମ୍ବନ୍ଧୀୟ ସୂଚନା ମଧ୍ୟ ଦିଆଯାଇଥିଲା।
ଏହି ମେଳା ଦ୍ୱାରା ଚାଷୀ ଓ ପଶୁପାଳକମାନେ ଆର୍ଥିକ ଭାବେ ସଶକ୍ତ ହେବେ ବୋଲି ଆଶା କରାଯାଉଛି।ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥିଭାବେ ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ, ସମ୍ମାନିତ ଅତିଥି, ଜିଲ୍ଲା ପରିଷଦ ଅଧକ୍ଷ୍ୟା ଡଲି ମାଝୀ ଉପାଦକ୍ଷା ସଂଗୀତା ମାଝୀ ସାଂସଦ ପ୍ରତିନିଧି ଅବନୀ ରଞ୍ଜନ ଯୋଶୀ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼ା. ସୁଖେନ୍ଦୁ ରାୟ, ଜିଲ୍ଲା ମସ୍ୟ ଅଧିକାରୀ ନୂଆପଡା ବିଜନ କୁମାର ସାହୁ ମଣ୍ଡଳ ଉନୟନ ଅଧିକାରୀ ବୋଡେନ ସୁଶାନ୍ତ କୁମାର ରଣା,ବ୍ଲକ ଭେଟନାରୀ ଅଫିସର ସସ୍ମିତା ବିଶ୍ୱାଳ ତଥା ଅଞ୍ଚଳ ର ସ୍ୱୟଂ ସହାୟକ ଗୋଷ୍ଠୀ, ପ୍ରାଣୀ ମିତ୍ର, କୃଷି ମିତ୍ର, ଏବଂ ଅଞ୍ଚଳ ଚାଷୀ ଭାଇ ଓ ଭଉଣୀ ମାନେ ଉପସ୍ଥିତ ରହିଥିଲେ

Leave A Reply

Your email address will not be published.