
ପୁରୀ,: ଓଡିଶାର ଏକ ଅଗ୍ରଣୀ ସାମାଜିକ ସେବା ଗାନ୍ଧିଜୀ ସାମାଜିକ ଅନୁଷ୍ଠାନ ଟ୍ରଷ୍ଟ ଓଡ଼ିଶା ପୁରୀ ପକ୍ଷରୁ ପୁରୁଣାବର୍ଷ ୨୦୨୫କୁ ବିଦାୟ ଦେବାସହ ନୂଆବର୍ଷ ୨୦୨୬କୁ ସ୍ବାଗତ ଜଣାଇ ଏକ ନିଆରା କାର୍ଯ୍ୟକ୍ରମ ସାକ୍ଷୀଗୋପାଳ ସ୍ଥିତ ବୀରଗୋବିନ୍ଦପୁର ମା ଦକ୍ଷିଣକାଳୀଙ୍କ ପୀଠରେ ସ୍ବଚ୍ଛତା କାର୍ଯ୍ୟକ୍ରମ ଓ ବନ୍ଧୁମିଳନ ବୁଧବାର ଅନୁଷ୍ଠିତ ହୋଇଯାଇଛି । ମା ଦକ୍ଷିଣକାଳୀଙ୍କ ପୀଠକୁ ପ୍ରତିଦିନ ହଜାର ହଜାର ଭକ୍ତ, ଶ୍ରଦ୍ଧାଳୁ ଓ ପର୍ଯ୍ୟଟକ ତୀର୍ଥଯାତ୍ରୀ ମାନେ ଦର୍ଶନ କରିଥାନ୍ତି । ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଦ୍ୱାରା ଏହି ପୀଠଟି ଅପରିଷ୍କାର ହୋଇପଡିଥାଏ । ତେଣୁ ଏହି ପୀଠଟିକୁ ପରିଷ୍କାର କରିବାର ଦୃଢ଼ ନିଷ୍ପତ୍ତି ନେଇ ଅନୁଷ୍ଠାନର ସମସ୍ତ କାର୍ଯ୍ୟକର୍ତ୍ତା ଏକ ମନ ଏକ ପ୍ରାଣରେ ମିଳିମିଶି ମାଙ୍କ ପୀଠ ସମ୍ମୁଖରେ ଅଳିଆ ଆବର୍ଜନା ଉଠାଇବା ସହ ଝାଡୁଧରି ପରିଷ୍କାର କରିଥିଲେ । ଅନୁଷ୍ଠାନର ସଭାପତି ପ୍ରସନ୍ନ କୁମାର ଲେଙ୍କାଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମକୁ ପୁରୀ ସଦରବ୍ଲକ ଚେୟାରମ୍ୟାନ ତଥା ବରିଷ୍ଠ ଯୁବନେତା ଦିବାକର ପାତ୍ର ଶୁଭାରମ୍ଭ କରିଥିଲେ । ମା ହେଉଛନ୍ତି ଜୀବନର ପଥ ପ୍ରଦର୍ଶକ ଆଉ ମା ଙ୍କ ପୀଠ ପରିଷ୍କାର କଲେ ଅଶେଷ କରୁଣା ପ୍ରାପ୍ତ ହୁଏ ବୋଲି ଶ୍ରୀ ପାତ୍ର ମତବ୍ୟକ୍ତ କରିଥିଲେ । ସମ୍ମାନିତ ଅତିଥି ଭାବେ ସମାଜସେବୀ ଚକ୍ରଧର ମହାପାତ୍ର,ପୁରୀ ସଦରଥାନା ଆଇଆଇସି ସୁନୀଲ କୁମାର ପ୍ରଧାନ, ସମାଜସେବୀ ପୂର୍ଣଚନ୍ଦ୍ର ନାୟକ, ଆଡ଼ଭୋକେଟ ଡ଼ଃ. ପ୍ରଧାନ ଧିରେନ ରାୟ, ବରିଷ୍ଠ ରାଜନେତା ଦିଲୀପ କୁମାର ପାତ୍ର, ଓ ରଶ୍ମିରେଖା ପାତ୍ର ପ୍ରମୁଖ ଯୋଗଦେଇ ଏହି ମହାନ ସେବାଜନିତ କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ସମସ୍ତ ବନ୍ଧୁମାନଙ୍କୁ ଅଶେଷ ଧନ୍ୟବାଦ ଦେବା ସହ ଉତ୍ସାହିତ କରିଥିଲେ । ଏଥିରେ ଉପଦେଷ୍ଟା ବିଧୁଭୂଷଣ ନାୟକ, ସମ୍ପାଦିକା ସସ୍ମିତା ଶତପଥୀ, ମଧୁସ୍ମିତା ସାହୁ, ଗାୟତ୍ରୀ ଜେନା, ଲକ୍ଷ୍ମୀପ୍ରିୟା ଦେ, ନମିତା ମଞ୍ଜରୀ ଶତପଥି, ଶ୍ରୀମାନ ମଦନ ମୋହନ ରାଉତ, ଝାନ୍ସୀ ରାଣୀ ମିଶ୍ର, ସୁବାସିନୀ ମହାନ୍ତି,ବେବିଲାଲ, ରାକେଶ ରୋଶନ,ମଲ୍ହାର ମିଶ୍ର, ପ୍ରମୋଦ ଜେନା, ଦେବାଶିଷ ମହାପାତ୍ର,ଶ୍ରଦ୍ଧାଞ୍ଜଳି ସିଂହ, ଆଲୋକ ପାତ୍ର, ସଂଯୁକ୍ତା,ଓ ମନୀଷା ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ । ଅନୁଷ୍ଠାନର ଏଭଳି ନିଆରା କାର୍ଯ୍ୟକ୍ରମକୁ ବୀରଗୋବିନ୍ଦପୁର ଗ୍ରାମ ସମେତ ଆଖପାଖ ଅଞ୍ଚଳବାସୀ ,ଭକ୍ତ ଓ ଶ୍ରଦ୍ଧାଳୁ ମାନେ ପ୍ରଶଂସା କରିଥିଲେ । ଅପରାହ୍ନରେ ବନ୍ଧୁମିଳନ କାର୍ଯ୍ୟକ୍ରମରେ ସମସ୍ତେ ଏକତ୍ରିତ ହୋଇ ମାଙ୍କ ମନ୍ଦିର ପରିସରରେ ବସି ମାଙ୍କ ପ୍ରସାଦ ସେବନ କରିଥିଲେ। ଶେଷରେ ଧନ୍ୟବାଦ ଅର୍ପଣ ସହ ହରିବୋଲ, ହୁଳହୁଳି ଦେଇ ମାଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ ।
Sign in
Sign in
Recover your password.
A password will be e-mailed to you.