ପୁରୀ,: ଗୁରୁବାର ଶ୍ରୀକ୍ଷେତ୍ରର ଅଗ୍ରଣୀ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ମିତ୍ରସଂଘର ରୌପ୍ଯ ଜୟନ୍ତୀ ଉପଲେକ୍ଷ ନବକଳେବର ସ୍ଥିତ ଆଖଣ୍ଡଳମଣୀ ମନ୍ଦିର ନିକଟସ୍ଥ ମିତ୍ରସଂଘ କାର୍ଯ୍ଯାଳୟରେ ଶ୍ରୀକ୍ଷେତ୍ରରେ ଗରିବ ନୀରବ ଓ ଅସହାୟତା ଲୋକଙ୍କୁ ସେବା ଯୋଗାଇବା ଓ ଗୋ ମାତା ସୁରକ୍ଷା ସହିତ ଶ୍ରୀକ୍ଷେତ୍ରରେ ମଦ ମାସଂ ହଟାଇବା ପାଇଁ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ସୁଵାସିନୀ ଶତପଥୀ ସଭାପତିତ୍ବ କରିଥିଲେ । ଦେଶ ଓ ରାଜ୍ଯରେ ଚର୍ଚ୍ଚିତ ଗୋମାତାଙ୍କ ସେବକ ଓ ରକ୍ଷକ ରାଧାମାଧବ ଦାସ ଅତିଥି ଭାବେ ଯୋଗଦେଇ ଶ୍ରୀକ୍ଷେତ୍ରରେ ମଦ ମାସଂ ହଟାଇବା ଅଭିଯାନ କରିବା ସହ ଗୋମାତାର ସୁରକ୍ଷା ଓ ସେବା କରିବା ପାଇଁ ପରାମର୍ଶ ଦେଇଥିଲେ । ଜଗତରନାଥ ଶ୍ରୀଜଗନ୍ନାଥଙ୍କ ଇଛାଶକ୍ତି ଥିବାରୁ ଗୁରୁବାର ସଂଧ୍ଯାରେ ଆପଣଙ୍କ ସହ ଏକତ୍ରୀତ ହୋଇପାରିଛି । ସେବା ଆମର ପରମ ଧର୍ମ । ସୋସିଆଲ ମିଡିଆରରେ ମଦ ମାସଂକୁ ବିରୋଧ କରି ଚର୍ଚ୍ଚିତ ହେବା ସହ ଗୋମାତାର ସେବାକରି ଶେଷ ନିଃଶ୍ବାସ ଥିବା ପର୍ଯ୍ୟନ୍ତ ସେବା କରିବି ବୋଲି କହିଥିଲେ । ଅନୁଷ୍ଠାନର ଉପଦେଷ୍ଟା ଦେବାଶିଷ ଦାଶ କହିଥିଲେ ଆମ ସଭ୍ୟତା ଆମ ପରମ୍ପରା ଆମ ସଂସ୍କୃତି ବଞ୍ଚାଇ ରଖିବା । ପ୍ରଥମେ ଜନ୍ମ କରିଛି ମାଆ, ଦ୍ବିତୀୟ ଧରିତ୍ରୀ ମାଆ ଓ ତୃତୀୟାରେ ଗୋମାତା ମାଆଙ୍କ ଖୀର ପିଇ ଆମେ ବଡ ହୋଇଛେ । ଗୋ ମୁତ୍ର ଓ ଗୋବର ଯୋଗୁ ଧରିତ୍ରୀ ଉର୍ବରତାରେ ଆମେ ବଞ୍ଚିପାରୁଛେ । ସମସ୍ତେ ମିଳିମିଶି ଗୋମାତାର ସେବା କରିବା ଓ ଗୋ ସେବକଙ୍କ ସୁରକ୍ଷା କରିବା ସହ ସନାତନ ଧର୍ମକୁ ବଜାର ରଖିବା । ଜୀବଜନ୍ତୁଙ୍କ ବଞ୍ଚାଇ ରଖିବା ଓ ସେମାନଙ୍କୁ ପାଳନ କରି ଖାଇବା ଦେଲେ ପିତୃପୁରୁଷ ଶ୍ରାଦ୍ଧ ପାଇପାରିବେ। ବୋଲି ବକ୍ତବ୍ଯ ରଖିଥିଲେ । ଅନୁଷ୍ଠାନର ଆବାହକ ଅନନ୍ତ ଶତପଥୀ,ବୀରେନ୍ଦ୍ର କୁମାର ମହାନ୍ତି, ସମ୍ପାଦକ ରାଜୀବ କୁମାର ମହାପାତ୍ର, ଗୋସେବକ ନିରଞ୍ଜନ ମହାପାତ୍ର, ଗାୟତ୍ରୀ ଜେନା,ସରୋଜ କୁମାର ମହାନ୍ତି, ମୃତ୍ୟୁଞ୍ଜୟ ପାଣି, କପିଳେଶ୍ଵର ମହାପାତ୍ର, ଆଲୋକ ପ୍ରଧାନ ସ୍ମୃତିରଞ୍ଜନ ପାଲଙ୍କ ସମେତ ବହୁ ଗୋସେବକ ମାନେ ଯୋଗ ଦେଇଥିଲେ ।
Sign in
Sign in
Recover your password.
A password will be e-mailed to you.