(ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି): ଗୁଣୁପୁର : ୧୯.୧୨.୨୦୨୫- ଆଜି ସ୍ଥାନୀୟ ଜି ଆଇ ଇ ଟି ବିଶ୍ୱବିଦ୍ୟାଳୟରେ ତିନିଦିନିଆ ବାର୍ଷିକ ଟେକ୍ନୋ ସାଂସ୍କୃତିକ ଉତ୍ସବ “ସୃଜନ ୪.୦” ନିମନ୍ତେ ଏକ ମାରାଥନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି /ଏହା ସ୍ଥାନୀୟ ନୂତନ ବସଷ୍ଟାଣ୍ଡ ଠାରୁ ବାହାରି ବିଶ୍ଵ ବିଦ୍ୟାଳୟ ପଯ୍ୟନ୍ତ ହୋଇଥିଲା ।ଏହି ଅବସରରେ ବିଶ୍ୱବିଦ୍ୟାଳୟର ଉପ ସଭାପତି ଡ. ଚନ୍ଦ୍ରଧ୍ଵଜ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମାରାଥନର ଶୁଭ ଉଦ୍ଘାଟନ କରିଥିଲେ। ସମ୍ମାନୀୟ ଅତିଥି ଭାବେ ମହା ନିର୍ଦ୍ଦେଶକ ଡ ଜଗଦୀଶ ପଣ୍ଡା, ଉପ କୁଳପତି ଡ଼ ଏ ଭି ଏନ୍ ଏଲ ଶର୍ମା, ରେଜିଷ୍ଟ୍ରାର ଡ ଏନ ଭି ଜେ ରାଓ ସମେତ ବିଶ୍ଵବିଦ୍ୟାଳୟ ସମସ୍ତ ବିଭାଗର ଡିନ, ବିଭାଗୀୟ ମୁଖ୍ୟ, ଅଧ୍ୟାପକ, ଅଧ୍ୟାପିକା, ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ। ଏହି ମାରାଥନ ରେ ପୁରୁଷ ବିଭାଗର ପ୍ରଥମ ସ୍ଥାନରେ ଟୁନା ଖିଲ, ଦ୍ୱିତୀୟ ସ୍ଥାନ ରେ ରହିତ ଓହଦାର ଓ ତୃତୀୟ ସ୍ଥାନରେ ସିଦ୍ଧାର୍ଥ କୁମାର ରହିଥିବା ବେଳେ ମହିଳା ବିଭାଗରେ ପ୍ରଥମ ସ୍ଥାନରେ ଶ୍ରୀୟା ରାଜୁଗୁରୁ, ଦ୍ଵିତୀୟ ସ୍ଥାନରେ ପାୟଲ ପ୍ରିୟଦର୍ଶିନୀ ଜେନା ଓ ତୃତୀୟ ସ୍ଥାନରେ ସ୍ୱାଗତିକା ସାମଲ ରହିଛନ୍ତି। ଆସନ୍ତା କାଲି ସୃଜନ ୪.୦” ର କାର୍ଯ୍ୟକ୍ରମ ଉଦ୍ଘଟାନ ହେବ ଏବଂ ପ୍ରତ୍ୟକ୍ ସଂଧ୍ୟା ରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ରହିଥବା ଜଣାପଡିଛି।
Sign in
Sign in
Recover your password.
A password will be e-mailed to you.
Prev Post