ଆକ୍ରମଣକାରୀ ଯୁବକ କୋର୍ଟ ଚାଲାଣ।

2

 କୈଳାଶ ଚନ୍ଦ୍ର ଚୌଧୁରୀ, ବ୍ରହ୍ମପୁର): ସଦର ଥାନା ଅନ୍ତର୍ଗତ କୁକୁଡାଖଣ୍ଡି ଗ୍ରାମ ର ସୁନୀଲ କୁମାର ସେଠୀ ନାମକ ଜଣେ ଯୁବକ କୁ ସଦର ଥାନା ପୋଲିସ୍ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଅଭିଯୋଗ ଅନୁଯାୟୀ ଜଣାପଡିଛି ପୁର୍ବରୁ ବିଭିନ୍ନ ମାମଲାରେ ଜଡିତ ସୁନୀଲ ଗିରଫ ହୋଇ ଜାମିନରେ ଆସି ଗ୍ରାମ ରେ ଅଶାନ୍ତ ସୃଷ୍ଟି କରିବା ସହ ଗତ ୧୫ ତାରିଖ ସନ୍ଧ୍ୟା ରେ ଗ୍ରାମର ଲକ୍ଷ୍ମଣ ସେଠୀ ସହ ଝଗଡା କରି ଗୋଟିଏ କାତିରେ ଆକ୍ରମଣ କରିଥିଲା। ଯାହା ଫଳରେ ଲକ୍ଷ୍ମଣ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହୋଇ କୁଳସମାଜକୁ ଜଣାଇଥିଲେ ଓ କୁଳ ସମାଜ ସୁନୀଲ କୁ ଡ଼ାକି ତାଗିଦ୍ କରିଥିଲେ। କିନ୍ତୁ କୁଳ ସମାଜ ର କଥାକୁ ଗୁରୁତ୍ବ ନଦେଇ ପୁଣି ଗଣ୍ଡଗୋଳ କରିଥିଲା। ପରିଶେଷରେ ଲକ୍ଷ୍ମଣ ଥାନା ରେ ଅଭିଯୋଗ କରିଥିଲେ ଓ ପୋଲିସ ଅଭିଯୋଗ ଗ୍ରହଣ କରି ମାମଲା ନଂ ୫୪୩/୨୪ ଅନୁଯାୟୀ ମକଦ୍ଦମା ରୁଜୁ କରି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।

Leave A Reply

Your email address will not be published.