16ତମ ଝର ଝରା ମହୋତ୍ସବ ଶୁଭ ଆରମ୍ଭ

2

ରାଜଗାଙ୍ଗପୁର 19/12/25(ବିଷ୍ଣୁ ଭୋମିକ)ଆଜି ପ୍ରଭାତ ରେ ପଶ୍ଚିମ ଓଡିଶା ର ପ୍ରସିଦ୍ଧ ଶୈବ୍ୟ ପୀଠ ଘୋଗର ଧାମ ଠାରୁ ଝର ଝରା ମଶାଲ ଜ୍ୟୋତି କୁ ପୂଜା ଅର୍ଚନା ପରେ ଝରଝରା କମିଟିର ସଭାପତି ଆନନ୍ଦ ଅଗ୍ରୱାଲ (ପପୁବାବୁ) ଉପସଭାପତି ରମେଶ ଅଗ୍ରୱାଲ ଅଜୟ କୁମାର ସାହୁ (ଗୋପନ ବାବୁ )ଓ ସନ୍ଧିବ ଦାସ ଏକ ଶୋଭାଯାତ୍ରା ରେ ଘୋଗର ଧାମ ଠାରୁ ମଶାଲ ଜ୍ୟୋତି କୁ ନେଇ ରାଜଗାଙ୍ଗପୁର ସ୍ଥିତ ଡାଲମିଆ ସିମେଣ୍ଟ କାରଖାନା ପରିସର ରେ ସ୍ଥାପିତ ଜଗନାୟକ ମନ୍ଦିର ପରିସରରେ ଡାଲମିଆ ସିମେଣ୍ଟ ଭାରତ ରାଜଗାଙ୍ଗପୁର ୟୁନିଟ ର କାର୍ଯ୍ୟ ନିର୍ବାହୀ ନିର୍ଦେଶକ ଶ୍ରୀଯୁକ୍ତ ଚେତନ ଶ୍ରୀଵାସ୍ତଵ ଏବଂ ଝରଝରା କମିଟି ସାଧାରଣ ସମ୍ପାଦକ ଅଶୋକ କୁମାର ଦାସ ଙ୍କୁ ମଶାଲ ଜ୍ୟୋତି କୁ ସମର୍ପଣ କରିବା ପରେ ଜ୍ୟୋତିକୁ ଜଗନାୟକ ମନ୍ଦିର ଭିତରେ ପୂଜା ଅର୍ଚ୍ଚନା ଶେଷ ହେବା ପରେ ସେଠାରୁ ବାଦ୍ୟ ମୃତ୍ୟରେ ଶୋଭା ଯାତ୍ରାକୁ ଓସିଏଲ ମାର୍କେଟ ବିଜୁ ପଟ୍ଟନାୟକ ଛକ ଦେଇ ଲାଳବାବା ମଜାର ସୁବାଷ ବୋଷ ଛକ ଦେଇ ସହର ପରିକ୍ରମା କରାଯାଇ ମହୋତ୍ସବ ସ୍ଥଳ ରେ ସ୍ଥାପନ କରା ଯାଇ ଥିଲା l ଏହି କାର୍ଯ୍ୟକ୍ରମ ରେ ରାଜଗାଙ୍ଗପୁର ପୌର ପରିଷଦ ର ଅଧକ୍ଷା ମାଧୁରୀ ଲୁଗୁନ ମହୋତ୍ସବର କାର୍ଯ୍ୟକାରୀ ସଭାପତି ଆଶଫକ ଅହମ୍ମଦ (ଗୁଡ଼ାବାବୁ )ସଂସ୍କୁତିକ ସମ୍ପାଦକ ରାଜେନ୍ଦ୍ର କୁମାର ବେହେରା, ସଂଞ୍ଚିତା ମହାପାତ୍ର, ପ୍ରିୟଦର୍ଶନି ଭୋଇ, ସୁଜାତାଦାସ, ପ୍ରମୁଖ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା l

Leave A Reply

Your email address will not be published.