ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ବଡ଼ଦାଣ୍ଡ ସ୍ଥିତା ସ୍ୱାମୀ ବିବେକାନନ୍ଦ ଶିଶୁ ମନ୍ଦିରର ୨୬ତମ ବାର୍ଷିକ କ୍ରୀଡା ପ୍ରତିଯୋଗିତା ତିନି ଦିନ ବ୍ୟାପି ଅନୁଷ୍ଠିତ ହେବାପରେ ଆଜି ଉଦଯାପିତ ହୋଇଯାଇଛି I ଏହି କାର୍ଯ୍ୟକ୍ରମକୁ କାର୍ଯ୍ୟକ୍ରମ ଅଧ୍ୟକ୍ଷ ବସନ୍ତ ଶତପଥୀ ପ୍ରାଦୀପ ପ୍ରଜ୍ବଳନ କରି ଉଦ୍ଘାଟନ କରିଥିବା ବେଳେ
ପ୍ରଧାନ ଆଚାର୍ଯ୍ଯା ଶୁଭଶ୍ରୀ ପରିଡ଼ା କ୍ରୀଡା ପତାକା ଉତ୍ତୋଳନ କରିଥିଲେ I ବେଲଗୁଣ୍ଠା ଆରାଧ୍ୟ ଶ୍ରୀ ଶ୍ରୀ ଲକ୍ଷ୍ମୀ ନୃସିଂହ ମନ୍ଦିର ଠାରୁ କ୍ରୀଡ଼ା ମଶାଲ ନେଇ ଗ୍ରାମ ପରିକ୍ରମା କରାଯିବା ସହିତ ଖେଳ ଆରମ୍ଭ ହୋଇଥିଲା I ଏହି ଅବସରରେ ବରିଷ୍ଠ ଏବଂ କନିଷ୍ଠ ବିଭାଗରେ ଦୌଡ, ବାଟି ଚାମଚ, ଗୋଳା ଫିଙ୍ଗା, ବର୍ଚ୍ଛା ଫିଙ୍ଗା, ଧିର ସାଇକଲ ଚାଳନା, ଅଖା ଡିଆଁ, ସଙ୍ଗୀତ ଚୌକି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିବା ବେଳେ ସ୍ୱତନ୍ତ୍ର ଭାବେ ସୂର୍ଯ୍ୟ ନମସ୍କାର ପ୍ରତିଯୋଗିତା କରାଯାଇଥିଲା Iଏଥିରେ ସର୍ବାଧିକ 331 ଥର ସୂର୍ଯ୍ୟ ନମସ୍କାର କରି ରାହୁଲ ପ୍ରଧାନ ଶ୍ରେଷ୍ଠ ବିବେଚିତ ହୋଇଥିଲେ। ଅନୁଷ୍ଠାନର ଗୁରୁଜୀ ଶିବରାମ, ଗୁଣ୍ଡିଚା, ସନ୍ତୋଷ କୁମାରେଶ୍ୱର୍, ସତ୍ୟ,ନୀଳମାଧବ ଓ ଗୁରୁମା ସନ୍ଧ୍ୟା, ମହାଲକ୍ଷ୍ମୀ, ଶୁଭମ, ପ୍ରଭାସିନୀ, ବିସ୍ମିତା, ଲିଯା, ପ୍ରଭାତୀ, ସୁଲତା, ରଶ୍ମିତା, ସୁନୀତା, ଟୁନି, ପ୍ରିତମ , ବର୍ଷା, ପୂଜା,ସୁସ୍ମିତା ମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
ଅନୁଷ୍ଠାନ ର ସମ୍ପାଦକ ସୁଶାନ୍ତ କୁମାର ବେହେରା ସ୍ବାଗତ ଭାଷଣ ଦେଇଥିବା ବେଳେ ସୁକାନ୍ତ ଗୁରୁଜୀ ଧନ୍ୟବାଦ୍ ଅର୍ପଣ କରିଥିଲେ ।
Sign in
Sign in
Recover your password.
A password will be e-mailed to you.