ଗୁଣପୁର ଉପଖଣ୍ଡ ଚଇତି କ୍ରିକେଟ ପ୍ରତିଯୋଗିତା ,ଫାଇନାଲରେ ରାଇଜିଙ୍ଗ ଷ୍ଟାର ଦଳ

3

(ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି ):  ଗୁଣପୁର ଉପଖଣ୍ଡ ସ୍ତରୀୟ ଚଇତି ଇଡିତାଲ ମୋହତ୍ସବ ଅଵସରରେ ସ୍ଥାନୀୟ ମିନି ଷ୍ଟାଡିୟମରେ ଚାରି ଦିନ ଧରି ଚାଲିଥିବା କ୍ରିକେଟ ପ୍ରତିଯୋଗିତାରେ ରାଇଜିଙ୍ଗ ଷ୍ଟାର ଦଳ ଫାଇନାଲରେ ପ୍ରବେଶ କରିଛି। ସେମାନେ ସେମିଫାଇନଲ ମ୍ୟାଚରେ ଜଗନ୍ନାଥପୁର ଦଳକୁ ପରାସ୍ତ କରି ବିଜୟ ହାସଲ କରିଥିଲେ। ସେହିପରି ଆସନ୍ତାକାଲି ଗୁରୁବାର ଦିନ ସକାଳେ ମଣିଙ୍ଗ କ୍ରିକେଟ ଏବଂ ଖାମ୍ବାଗୁଡା ମଧ୍ୟରେ ଦ୍ବିତୀୟ ସେମିଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ। ବିଜେତା ଦଳ ଅପରାହ୍ନରେ ରାଇଜିଙ୍ଗ ଷ୍ଟାର ଦଳ ସହିତ ଫାଇନାଲ ମ୍ୟାଚ ଖେଳିବେ ବୋଲି କ୍ରୀଡା କମିଟି ସଦସ୍ୟ କିରଣ କୁମାର ପାଣିଗ୍ରାହୀ ପ୍ରକାଶ କରିଛନ୍ତି। ସେହିପରି ଚଇତି ଉତ୍ସବ ଅଵସରରେ ଗୁରୁବାର ଦିନ ପୂର୍ବାହ୍ନରେ ସରକାରୀ ଅଧିକାରୀ, କର୍ମଚାରୀ ଏବଂ ସାମ୍ବାଦିକ, ଓକିଲଙ୍କ ମଧ୍ୟରେ ବନ୍ଧୁତ୍ବପୂର୍ଣ୍ଣ କ୍ରିକେଟ ମ୍ୟାଚ ଅନୁଷ୍ଠିତ ହେବ ବୋଲି କ୍ରୀଡା ଉପ କମିଟିର ଅଧ୍ୟକ୍ଷ ସ୍ବସ୍ତିକ ଜମାଦାର ସୂଚନା ଦେଇଛନ୍ତି। ଏଥିରେ ଉପ ଜିଲ୍ଲାପାଳ ଦୁଧାଲ ଅଭିଷେକ ଦୀଲିପ ମଧ୍ୟ ଅଂଶଗ୍ରହଣ କରିବେ ବୋଲି ଜଣାପଡିଛି। ଦର୍ଶକ ବହୁ ସଂଖ୍ୟାରେ ଯୋଗଦେଇ କ୍ରୀଡ଼ାବିତଙ୍କୁ ଉତ୍ସାହିତ କରିବାକୁ ଅନୁରୋଧ କରାଯାଇଛି।

Leave A Reply

Your email address will not be published.