ଏଏମ୍/ଏନ୍ଏସ୍ ଇଣ୍ଡିଆ ଏନଇସିଏ ୨୦୨୫ରେ ଶ୍ରେଷ୍ଠ ନବସୃଜନ ପୁରସ୍କାରରେ ସମ୍ମାନିତ

3

ଏହା ଡିକାର୍ବୋନାଇଜେସନ ଏବଂ ଊର୍ଜା କ୍ଷେତ୍ରରେ କମ୍ପାନୀର ପ୍ରମୁଖ ପ୍ରତିବଦ୍ଧତା ଦର୍ଶାଉଛି

ଆର୍ସଲରମିତ୍ତଲ ନିପ୍ପନ୍ ଷ୍ଟିଲ୍ ଇଣ୍ଡିଆ (ଏଏମ୍ / ଏନ୍ଏସ୍ ଇଣ୍ଡିଆ) କୁ ଶକ୍ତି ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ଏବଂ ବ୍ୟୁରୋ ଅଫ୍ ଏନର୍ଜି ଏଫିସିଏନ୍ସି (ବିଇଇ) ଦ୍ୱାରା କାର୍ଯ୍ୟକାରୀ ହୋଇଥିବା ଜାତୀୟ ଊର୍ଜା ସଂରକ୍ଷଣ ପୁରସ୍କାର (ଏନଇସିଏ) ୨୦୨୫ ରେ ଶ୍ରେଷ୍ଠ ଉଦ୍ଭାବକ ପୁରସ୍କାରରେ ସମ୍ମାନିତ କରାଯାଇଛି।
ରବିବାର ଦିନ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଭାରତର ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଏବଂ ମାନ୍ୟବର ଶକ୍ତି ମନ୍ତ୍ରୀ ଶ୍ରୀ ମନୋହର ଲାଲ ଖଟ୍ଟର ଏହି ପୁରସ୍କାର ପ୍ରଦାନ କରିଥିଲେ। ଏଏମ୍ /ଏନ୍ଏସ୍ ଇଣ୍ଡିଆ ତରଫରୁ ଗୁଜୁରାଟର ହାଜିରା ପ୍ଲାଣ୍ଟରେ ହଟ୍ ମେଟାଲ୍ ଡେଲିଭରିର ମୁଖ୍ୟ ଶ୍ରୀ ବାଇଜୁ ମସରାନୀ ଏହି ପୁରସ୍କାର ଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜାତୀୟ ଊର୍ଜା ସଂରକ୍ଷଣ ଦିବସ ୨୦୨୫ ଉତ୍ସବ ମଧ୍ୟ ପାଳନ କରାଯାଇଥିଲା ।
ଊର୍ଜା ଦକ୍ଷତା କ୍ଷେତ୍ରରେ ଭାରତର ସର୍ବୋଚ୍ଚ ମାନ୍ୟତା ମଧ୍ୟରୁ ଏନଇସିଏ ଅନ୍ୟତମ; ଏହା ନବସୃଜନ ସମେତ ସାତୋଟି ବର୍ଗରେ ସଫଳତାକୁ ମାନ୍ୟତା ପ୍ରଦାନ କରିଥାଏ । ହାଜିରା ପ୍ଲାଣ୍ଟର ଷ୍ଟିଲ୍ ମେକିଂ ପ୍ଲାଣ୍ଟ-୨ ପ୍ରକଳ୍ପ (ଏସଏମପି-୨) ପାଇଁ ଏଏମ୍ / ଏନ୍ ଏସ୍ ଇଣ୍ଡିଆକୁ ଶିଳ୍ପ ବର୍ଗରେ ଊର୍ଜା ଦକ୍ଷତା ନବସୃଜନ ପାଇଁ ଚୟନ କରାଯାଇଥିଲା ।
ଏହି ପୁରସ୍କାର ଇସ୍ପାତ ନିର୍ମାଣକୁ ଡିକାର୍ବୋନାଇଜ୍ କରିବା ଏବଂ ପରିଚାଳନାଗତ ନବସୃଜନ ମାଧ୍ୟମରେ ଉଚ୍ଚମାନର ମାନଦଣ୍ଡ ପ୍ରତିଷ୍ଠା କରିବା ଦିଗରେ ଏଏମ୍ / ଏନଏସ୍ ଇଣ୍ଡିଆର ନେତୃତ୍ୱ ପ୍ରତି ଏକ ସମ୍ମାନ । ଏହା କମ୍ପାନୀର ପ୍ରତିଶ୍ରୁତି ‘ସ୍ମାର୍ଟର୍ ଷ୍ଟିଲ୍ସ, ବ୍ରାଇଟର ଫିଉଚର୍ସ’, ସ୍ଥାୟୀ ସମାଧାନ ପ୍ରଦାନ ପ୍ରତି ପ୍ରତିବଦ୍ଧତା ପ୍ରଦର୍ଶନ କରୁଛି । ପୁରସ୍କାର ପ୍ରାପ୍ତ ପ୍ରକଳ୍ପ ଷ୍ଟିଲ୍ ମେକିଂ ପ୍ଲାଣ୍ଟ -୨ ନିମ୍ନଲିଖିତ ମାପନୀୟ ପ୍ରଭାବ ପ୍ରଦାନ କରିଛି:
• ବର୍ଷକୁ ୫୬,୪୦୦ ମେଗାୱାଟ ଘଣ୍ଟାରୁ ଅଧିକ ବିଦ୍ୟୁତ୍ ସଞ୍ଚୟ – ବାର୍ଷିକ ହଜାର ହଜାର ପରିବାରକୁ ବିଦ୍ୟୁତ୍ ଯୋଗାଇବା ପାଇଁ ଯଥେଷ୍ଟ
• ବାର୍ଷିକ ୪୧,୭୦୦ ଟନ୍ ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସ – ଗୋଟିଏ ବର୍ଷରେ ୧୦,୦୦୦ କାରରୁ ନିର୍ଗମନ ସହିତ ସମାନ
• କାର୍ଯ୍ୟକ୍ଷମ ସମୟ ହ୍ରାସ କରି ଫର୍ଣ୍ଣେସ୍ ଉତ୍ପାଦକତାରେ ୨ % ବୃଦ୍ଧି

ଏହି ସଫଳତା ଏଏମ୍ / ଏନଏସ୍ ଇଣ୍ଡିଆର ଦୀର୍ଘକାଳୀନ ଡିକାର୍ବୋନାଇଜେସନ୍ ଲକ୍ଷ୍ୟ ଏବଂ ୨୦୭୦ ସୁଦ୍ଧା ନେଟ୍ ଜିରୋ ନିର୍ଗମନ ପାଇଁ ଭାରତର ଜାତୀୟ ଲକ୍ଷ୍ୟ ସହିତ ସମନ୍ଵୟ ରକ୍ଷା କରୁଛି । ଅଙ୍ଗାରକାମ୍ଳ ନିର୍ଗମନକୁ ହ୍ରାସ କରି, ଊର୍ଜା ବ୍ୟବହାରକୁ ଅନୁକୂଳନ କରିବା ଏବଂ ଦୀର୍ଘସ୍ଥାୟୀ ପଦକ୍ଷେପଗୁଡ଼ିକୁ ଗ୍ରହଣ କରି କମ୍ପାନୀ କେବଳ ଭାରତର ଜଳବାୟୁ ସମ୍ପର୍କିତ ଲକ୍ଷ୍ୟରେ ଯୋଗଦାନ କରୁ ନାହିଁ ବରଂ ଜଳବାୟୁ ପରିବର୍ତ୍ତନର ମୁକାବିଲା କରିବା ଏବଂ ଏକ ସ୍ୱଳ୍ପ-ଅଙ୍ଗାରକାମ୍ଳ ଯୁକ୍ତ ଭବିଷ୍ୟତକୁ ସୁରକ୍ଷିତ କରିବା ପାଇଁ ବିଶ୍ୱସ୍ତରୀୟ ମିଶନ ସହିତ ନିଜକୁ ସଂଶ୍ଳିଷ୍ଟ କରୁଛି।
ଶ୍ରେଷ୍ଠ ଉଦ୍ଭାବକ ପୁରସ୍କାର ୨୦୨୫ ଦ୍ଵାରା ଏହି ପ୍ରକଳ୍ପକୁ ମାନ୍ୟତା କମ୍ପାନୀର ଯାତ୍ରାରେ ଏକ ପ୍ରମୁଖ ସଫଳତା ଭାବରେ ଉଭା ହୋଇଛି, ଯାହା ପରିବେଶ ପ୍ରତି ଉତ୍ତରଦାୟିତ୍ୱ, ବୈଷୟିକ ପ୍ରଗତି ଏବଂ ଦୀର୍ଘସ୍ଥାୟୀ ଅଭିବୃଦ୍ଧି ପ୍ରତି ଉତ୍ସର୍ଗୀକୃତତାକୁ ପୁନଃସ୍ଥାପିତ କରୁଛି । ଏହି ଉଲ୍ଲେଖନୀୟ ସଫଳତା ଊର୍ଜା ଦକ୍ଷତା ଏବଂ ନୂତନତ୍ୱ ଦିଗରେ ପ୍ରୟାସକୁ ତ୍ଵରାନିତ୍ଵ କରିବା ପାଇଁ ସମଗ୍ର ଏଏମ୍ / ଏନଏସ୍ ଇଣ୍ଡିଆ ପାଇଁ ଏକ ଶକ୍ତିଶାଳୀ ପ୍ରେରଣା ଭାବରେ କାର୍ଯ୍ୟ କରୁଛି ।

Leave A Reply

Your email address will not be published.