କେନ୍ଦୁଝର,ତା୧୭/୧୨- କେନ୍ଦୁଝର ଜିଲ୍ଲା ଘଟଗାଁ ସମିତି ସଭ୍ୟ/ସଭ୍ୟା ପରିବାରର ବାର୍ଷିକ ବୈଠକ ସୁନାଟାଙ୍ଗିରୀସ୍ଥିତ ପକା ପାହାଡି ମଠ ଓ ପାର୍କ ଠାରେ ଅନୁଷ୍ଠିତ ହୋଇଯାଇଅଛି।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ସମିତି ସଭ୍ୟ ସଭ୍ୟା ପରିବାର ସଭାପତି ବସନ୍ତ କୁମାର ସାହୁ, ସମ୍ମାନିତ ଅତିଥି ଭାବେ ଜିଲ୍ଲା ସମ୍ପାଦକ ବିରଞ୍ଚି କୁମାର ବେହେରା,ଘଟଗାଁ ବ୍ଲକ ଅଧ୍ୟକ୍ଷା ଗୀତାଞ୍ଜଳି ନାୟକ,ଉପାଧ୍ୟକ୍ଷ ଯଦୁମଣି ନାଏକ ପ୍ରମୁଖ ଯୋଗଦେଇଥିଲେ।ସମିତି ସଭ୍ୟ ସଭ୍ୟା ପରିବାର ବିଭିନ୍ନ ଦାବି ସମ୍ପର୍କରେ ଆଲୋଚନା ଓ ସ୍ଥିତାବସ୍ଥା,ଘଟଗାଁ ବ୍ଲକର ବିଭିନ୍ନ ସମସ୍ୟା ଓ ତା’ର ତ୍ୱରିତ ସମାଧାନ,ପାଟେଶ୍ବର ମହାଦେବ ପୀଠ ତଥା ପକା ପାହାଡି ମଠ ଓ ପାର୍କର ଉନ୍ନତିକରଣ ତଥା ଜିଲ୍ଲା ପର୍ଯ୍ୟଟନ ସ୍ଥଳର ମାନ୍ୟତା,ଆସନ୍ତା ଜାନୁଆରୀ ୪ ତାରିଖ ଚିକିଣିଆ ଜିଲ୍ଲା ପାର୍କରେ ଜିଲ୍ଲା ସମିତି ସଭ୍ୟ ସଭ୍ୟା ପରିବାରର ବାର୍ଷିକ ଉତ୍ସବ ଆୟୋଜନ ନେଇ ଆଲୋଚନା କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ପିପିଳିଆ ସଭ୍ୟ ବାପୁଜୀ ନାଏକ, ମନୋହରପୁର ଦନାର୍ଦ୍ଦନ ନାଏକ,ରୁଟିଶିଳା କୈବଲ୍ୟ ନାଏକ,ସୁନାଟାଙ୍ଗିରୀର ଗିରିଧାରୀ ମହାନ୍ତଙ୍କ ସହିତ ଘଟଗାଁ ବ୍ଲକର ବିଭିନ୍ନ ପଞ୍ଚାୟତର ସମିତି ସଭ୍ୟସଭ୍ୟା ଉପସ୍ଥିତ ରହିଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post
Next Post