ତେଲକୋଇରେ ଲକ୍ଷ୍ମୀନାରାୟଣ ପୂଜା।

3

କେନ୍ଦୁଝର,ତା୧୭/୧୨- କେନ୍ଦୁଝର ଜିଲ୍ଲା ତେଲକୋଇ ଲକ୍ଷ୍ମୀନାରାୟଣ ବଣିକ ସଂଘ ପକ୍ଷରୁ ଲକ୍ଷ୍ମୀନାରାୟଣ ପୂଜା ଆରମ୍ଭ ହୋଇଛି। ସକାଳେ ସୂର୍ଯ୍ୟପୂଜା,କଳସ ଯାତ୍ରା ସହିତ ଅପରାହ୍ନରେ ପୂଜା ମଣ୍ଡପରେ ପୂଜାର୍ଚ୍ଚନା କରାଯାଇଛି।ପ୍ରମୋଦ କୁମାର ଦାଶ ଓ ତାଙ୍କ ସହଧର୍ମିଣୀ କର୍ତ୍ତା ଭାବରେ ଯଜ୍ଞ କାର୍ଯ୍ୟରେ ସାମିଲ ହୋଇଥିଲେ। ଆଜି ବୁଧବାର ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଗୁରୁବାର ଦିନ ଅନ୍ନପ୍ରସାଦ ସେବନ କାର୍ଯ୍ୟକ୍ରମ ରହିଛି। ଶନିବାର ଦିନ ବିଗ୍ରହ ବିସର୍ଜନ କରାଯିବ ବୋଲି ଆୟୋଜକଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ବଣିକ ସଂଘ ସଭାପତି କୌନଜ୍ୟ ବିଶ୍ବାଳ,ସମ୍ପାଦକ ପ୍ରଭାତ କୁମାର ସାହୁ,କୋଷାଧ୍ୟକ୍ଷ ସତ୍ୟନାରାୟଣ ବିଶ୍ବାଳଙ୍କ ସହିତ ସମସ୍ତ ସଦସ୍ୟ କାର୍ଯ୍ୟକ୍ରମ ପରିଚାଳନା କରୁଛନ୍ତି।

Leave A Reply

Your email address will not be published.