ରାଜଗାଙ୍ଗପୁର ମହୋତ୍ସବ ‘ଝରଝରା’ ୧୯ରୁ

3

୪ ଦିନିଆ ମହୋତ୍ସବ, ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ

ରାଜଗାଙ୍ଗପୁର,୧୬-୧୨-୨୫. ଆସନ୍ତା ୧୯ ତାରିଖ ଠାରୁ ରାଜଗାଙ୍ଗପୁର ମହୋତ୍ସବ ‘ଝରଝରା’ ଶୁଭାରମ୍ଭ ହେବ। ୨୨ ତାରିଖ ପର୍ଯ୍ୟନ୍ତ ରାଜଗାଙ୍ଗପୁର ଫୁଟବଲ ପଡ଼ିଆରେ ଏହି ଲୋକ ମହୋତ୍ସବ ପାଳନ ହେବ । ଉତ୍ସବ କିଭଳି ସୁରୁଖୁରୁରେ ପାଳନ ହେବ ସେ ନେଇ ମହୋତ୍ସବ କମିଟି ପକ୍ଷରୁ ସମସ୍ତ ପ୍ରଚେଷ୍ଟା ଚଳାଇଥିବା ବେଳେ ସୋମବାର ପୁଲିସ ପ୍ରଶାସନ ସହ ଅଞ୍ଚଳବାସୀଙ୍କ ସହଯୋଗ କାମନା କରିଛନ୍ତି। ମହୋତ୍ସବକୁ ନେଇ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ସର୍ବ ପ୍ରଥମେ ୧୯ ତାରିଖ ସକାଳୁ ରାଜଗାଙ୍ଗପୁର ବିଧାୟକ ଡା. ସିଏସ ରାଜନ ଏକ୍ସାଙ୍କ ନେତୃତ୍ୱରେ ଏକ ମଶାଲ ଶୋଭାଯାତ୍ରା ଅନୁଷ୍ଠିତ ହେବ । ଶୈବ ପୀଠ ଘୋଘରସ୍ଥିତ ବାବା ଘୋଘେଡେଶ୍ୱରଙ୍କ ମନ୍ଦିରରୁ ବାହାରି ରାଜଗାଙ୍ଗପୁର ଓସିଏଲ କଲୋନୀ ସ୍ଥିତ ମନ୍ଦିରରେ ପହଞ୍ଚିବ। ଏହା ପରେ ମଶାଲ ଶୋଭାଯାତ୍ରା ସହର ପରିକ୍ରମା କରି ଫୁଟବଲ ପଡିଆରେ ଶେଷ ହେବ।

ଉଦ୍‌ଘାଟନୀ ସମାରୋହର ପ୍ରଥମ ସଂଧ୍ୟାରେ ମୁଖ୍ୟ ଅତିଥି ଭାବରେ ସୁନ୍ଦରଗଡ଼ ଜିଲ୍ଲାପାଳ ତା. ଶୁଭଙ୍କର ମହାପାତ୍ର, ସମ୍ମାନିତ ଅତିଥ୍‌ ଭାବରେ ଆରକ୍ଷୀ ଅଧିକ୍ଷକ ଅସ୍ଥିତପାଲ କୌରଙ୍କ ସମେତ ରାଜଗାଙ୍ଗପୁର ପୁଲିସ ତଥା ପ୍ରଶାସନିକ ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗ ଦେବେ। ୨୦ ତାରିଖରେ ରାଜଗାଙ୍ଗପୁର ବିଧାୟକ ଡ ।. ସିଏସ ରାଜନ ଏକ୍କା,

ସୁନ୍ଦରଗଡ଼ ବିଧାୟକ ଯୋଗେଶ ସିଂ, କଣ୍ଟାବାଞ୍ଜିର ପୂର୍ବତନ ବିଧାୟକ ସନ୍ତୋଷ ସିଂ ସାଲୁଜା, ଜିଲ୍ଲା କଂଗ୍ରେସ ସଭାପତି ନିର୍ମଳ ନାଏକ, ସ୍କାନ ଷ୍ଟିଲ ଲିମିଟେଡର ଚେୟାରମ୍ୟାନ ସହରର ଉଦ୍ୟୋଗପତି ରାଜେଶ ଗାଡୋଡ଼ିଆ, ଜାମପାଲି ସ୍ଥିତ ଓସିଏଲ ଆଇରନ ଏଣ୍ଡ ଷ୍ଟିଲ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ଦୀପକ ସିଙ୍ଘଲ ପ୍ରମୁଖ ଯୋଗ ଦେବେ। ୨୧ରେ ପଞ୍ଚାୟତରାଜ ମନ୍ତ୍ରୀ

ରବି ନାରାୟଣ ନାଏକ ମୁଖ୍ୟ ଅତିଥ୍‌ ଭାବରେ ଯୋଗ ଦେବେ। ବିଜେପି ନେତା ରଞ୍ଜନ ପଟେଲ, ସନ୍ତୋଷ ଅମାତ, ପୌରପାଳିକା ଅଧ୍ଯକ୍ଷା ମାଧୁରୀ ଲୁଗୁନ ଏବଂ ସ୍ଥାନୀୟ ଡାଲମିଆ ସିମେଣ୍ଟର ୟୁନିଟ ହେଡ ଚେତନ ଶ୍ରୀବାସ୍ତବ, ଶିଳ୍ପପତି ଡି.ଆର. ପଟ୍ଟନାୟକ ପ୍ରମୁଖ ଯୋଗ ଦେବେ। ୨୨ତାରିଖର ଉଦ୍‌ପପନା ଉତ୍ସବରେ ମୁଖ୍ୟ ଅତିଥି ଭାବେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲୀପ ରାୟ, ସମ୍ମାନିତ

ଅଥ୍‌ ଭାବେ ପଶ୍ଚିମାଞ୍ଚଳ ତିଆଇଜି ବ୍ରିଜେଶ ରାଏ, ବେଲପାହାଡ଼ର ଟିଆରଏଇ କ୍ରୋସାକି ଏମଡି ପି.କେ ନାୟକ, ପୂର୍ବତନ ବିଧାୟକ ମଙ୍ଗଳା କିଷାନ, ପୂର୍ବତନ ବିଧାୟିକା ଅଳକା ମହାନ୍ତି ପ୍ରମୁଖ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

Leave A Reply

Your email address will not be published.