ପେନସନ ତଥା ଏରିୟର ଟଙ୍କା ହଡ଼ପ ମାମଲାରେ ଅଭିଯୁକ୍ତମାନଙ୍କ ଜାମିନ ନାମଞ୍ଜୁର

2

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ବହୁ ଚର୍ଚ୍ଚିତ ରାୟଗଡ ଥାନା ଅନ୍ତର୍ଗତ କ୍ରିଷ୍ଟିଆନ ସାହିର ବୃଦ୍ଧା ସୁଭଗମନା ସ୍ୱାଲ ସିଂଙ୍କ ପେନସନ ତଥା ଏରିୟର ଟଙ୍କା ହଡ଼ପ ମାମଲାରେ ଅଭିଯୁକ୍ତ ନିରୋଜ କୁମାର ବର୍ଦ୍ଧନ ଓ ଉଜ୍ଵଳ ବର୍ଦ୍ଧନ ଓରଫ ସୌମ୍ୟ ରଞ୍ଜନ ବର୍ଦ୍ଧନଙ୍କ ଜାମିନ ଆବେଦନ ଗଜପତି ଜିଲ୍ଲା ଦୌରା ଜଜ୍ ଜଗଦୀଶ ପ୍ରସାଦ ମହାନ୍ତିଙ୍କ ଦ୍ଵାରା ଖାରଜ ହୋଇଯାଇଛି।
ଏହି ମାମଲାରେ ସରକାରଙ୍କ ପକ୍ଷରୁ ଭାରପ୍ରାପ୍ତ କ୍ୟାଡ଼ର ପବ୍ଲିକ ପ୍ରସିକ୍ୟୁଟର ରାଜେଶ କୁମାର ମିଶ୍ର ପକ୍ଷ ରଖି ନିଜର ବଳିଷ୍ଠ ଯୁକ୍ତି ବାଢିଥିଲେ ଓ ଏହି ଗମ୍ଭୀର ମାମଲାରେ ଓକିଲ ଏମ୍. ପୃଥ୍ୱୀରାଜ ତାଙ୍କୁ ଯଥାର୍ଥ ସହଯୋଗର ହାଥ ବଢାଇଥିଲେ।
ସୂଚନାଯୋଗ୍ୟ, ତା ୧୧-୧୧-୨୦୨୫ରିଖ ଦିନ ଯେତେବେଳେ ଉପରୋକ୍ତ ଅଭିଯୁକ୍ତ ଦ୍ବୟ ବୃଦ୍ଧା ସୁଭଗମନା ସ୍ୱାଲ ସିଂଙ୍କ ନିକଟକୁ ଆସି ଜୀବନ ପ୍ରମାଣ ପତ୍ର ମାଗୁଥିଲେ , ସେହି ସମୟରେ ଏତଲାକାରି ସୁକାନ୍ତ ସ୍ୱାଲ ସିଂ ଯିଏ ସୁଭଗମନା ସ୍ୱାଲ ସିଂଙ୍କ ପୁତୁରା ସେ ସନ୍ଦେହରେ ଆସି ସେମାନଙ୍କୁ ପଚାରିଥିଲେ ଯେ, ଏହା କାହିଁକି ଦରକାର? ପ୍ରତ୍ୟୁତ୍ତରରେ ସେମାନେ କହିଥିଲେ ପେନସନକୁ ଚାଲୁ ରଖିବା ପାଇଁ ଏହା ଜରୁରୀ। କିନ୍ତୁ ଏତଲାକାରି କହିଥିଲେ ଯେ, ତାଙ୍କ ପିଇସୀ କିଛି ବି ପେନସନ ପାଉନାହାନ୍ତି , ତେବେ କାହିଁକି ଏହାର ଆବଶ୍ୟକତା ରହିଛି। ପରେ ସେମାନେ କିଛି ଉତ୍ତର ନ ଦେଇ ସେଠାରୁ ଦୌଡ଼ି ପଳାଇଯାଇଥିଲେ। ସନ୍ଦେହ ଘନୀଭୂତ ହେବାରୁ ଏତଲାକାରି ଜାଣିବାକୁ ପାଇଲେ ଯେ, ତାଙ୍କର ପିଇସା ଯିଏ କି ଜଣେ ଶିକ୍ଷକ ଥିଲେ ତାଙ୍କ ଦେହାନ୍ତ ପରେ ପିଉସୀଙ୍କର ପେନସନ ବ୍ୟବସ୍ଥା ହୋଇଥିଲା। କିନ୍ତୁ ଚଞ୍ଚକତା କରି ସୁଭଗମନା ସ୍ୱାଲ ସିଂଙ୍କ ଜୀବନ ପ୍ରମାଣ ପତ୍ରରେ ଜଣେ ମୁଦଲା ନିରୋଜ କୁମାର ବର୍ଦ୍ଧନ ନିଜର ମୋବାଇଲ ନମ୍ବର ଓ ଆଧାର କାର୍ଡରେ ଅନ୍ୟ ଅଭିଯୁକ୍ତ ନିଜ ମୋବାଇଲ ନମ୍ବର ସଂଯୋଗ କରି ବର୍ଷ ବର୍ଷ ଧରି ପଇସା ଚଳୁ କରିଆସୁଥିଲେ। କିନ୍ତୁ ସେପଟେ ସୁଭଗମନା ସ୍ୱାଲ ସିଂ ଭିକାରୁଣୀ ପରି ଦାଣ୍ଡରେ ଅସହାୟ ଅବସ୍ଥାରେ ପଡିରହିଥିଲେ।
ଏହି ସବୁ ବିଷୟ ଜାଣିବା ପରେ ସୁକାନ୍ତ ସ୍ୱାଲ ସିଂ ରାୟଗଡ ଥାନାରେ ମାମଲା ନମ୍ବର ୧୦୭ରେ ଏକ ମାମଲା ରୁଜୁ କରିଥିଲେ ଓ ମାମଲାର ଗମ୍ଭୀରତାକୁ ନଜରରେ ରଖି ଥାନାଧିକାରୀ ଏହି ମାମଲାର ତଦନ୍ତକାରୀ ଅଧିକାରୀ ରହିଥିଲେ।

Leave A Reply

Your email address will not be published.