ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ବ୍ଳକ୍ ଆମ୍ବପୁଆ ଗ୍ରାମ ପଂଚାୟତର ପୂର୍ବତନ ସରପଞ୍ଚ ତଥା ବେଲଗୁଣ୍ଠା ପଂଚାୟତ ସମିତି ଉପାଧ୍ୟକ୍ଷା ପ୍ରମିଳା ପ୍ରଧାନଙ୍କ ସ୍ୱାମୀ ପ୍ରମୋଦ ପ୍ରଧାନଙ୍କ ଘର ସାମନାରୁ ତାଙ୍କ ବୁଲେଟ୍ ଚୋରି ହୋଇଯାଇଛି I ସୂଚନା ପ୍ରକାରେ ସବୁଦିନ ଭଳି ପ୍ରମୋଦ ନିଜ ଓଡି୩୨ଜି୨୮୮୨ ନମ୍ବର୍ ବିଶିଷ୍ଟ ରୟାଲ୍ଏନଫିଲ୍ଡ ଲାଲ୍ ରଙ୍ଗର ବୁଲେଟ୍ କୁ ରବିବାର ଦିନ ବେଲଗୁଣ୍ଠା ନିଗମାନନ୍ଦ ମାର୍ଗ ସ୍ଥିତ ନିଜ ଭଡ଼ା ଘର ସାମ୍ନାରେ ରଖି ରାତି ୧୧ ଟା ସମୟରେ ଖାଇ ପିଇ ଶୋଇଥିଲେ I ସକାଳୁ ଉଠି ଦେଖିବା ବେଳକୁ ତାଙ୍କ ବୁଲେଟ୍ ଟି ଘର ସାମ୍ନାରେ ନଥିବା ଜାଣି ଖୋଜାଖୋଜି କରିଥିଲେ I ନିଜ ବୁଲେଟ୍ ଟିକୁ ନପାଇ ପ୍ରମୋଦ ନିଜ ବୁଲେଟ୍ ଚୋରି ହୋଇଯାଇଥିବା ନେଇ ବେଲଗୁଣ୍ଠା ଥାନାରେ ଏତାଲା ଦେଇଥିଲେ I ଗତ କିଛି ଦିନ ଧରି ବେଲଗୁଣ୍ଠା ଏବଂ ଏହାର ଆଖପାଖ ଅଞ୍ଚଳରେ କ୍ରମାଗତ ଭାବେ ଚୋରି ବଢୁଥିବାରୁ ଚୋରଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି I
Sign in
Sign in
Recover your password.
A password will be e-mailed to you.