ବରଗଡ଼ ଜିଲ୍ଲା ବିଜେପୁର ସହରରେ ଚଳିତ ମାସ ୨୮ ରେ ସଙ୍ଗୀତ ଜଗତର ବାଦଶାହା ଫକୀର ମୋହନ ପଟ୍ଟନାୟକ ସୁରତା ଉଛବ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ସାମାଜିକକର୍ମୀ ଜନାର୍ଦ୍ଦନ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ପ୍ରାଧ୍ୟାପକ ଡକ୍ଟର ପ୍ରଦୀପ କୁମାର ପ୍ରଧାନ, ନୂପୁର କ୍ଲବ ବରପାଲିର ସଂପାଦକ ସଙ୍ଗୀତଜ୍ଞ ବୁଲୁ ସ୍ବାଇଁ,ଉପ ସଭାପତି ଅଜିତ ଛତ୍ରିଆ,ସାମ୍ବାଦିକ ପାଣ୍ଡବ ପଧାନ, କଳାକାର ରାଜେଶ୍ବର ବେହେରା, ନବୀନ କୁମାର ସାହୁ,ନୀଳମଣି ମେହେର,ତାପସ ଗଡତୀୟା ପ୍ରମୁଖ ଯୋଗଦେଇ ଆଲୋଚନାରେ ସାମିଲ ହୋଇଥିଲେ।ଉକ୍ତ କାର୍ଯ୍ୟକ୍ରମରେ ଗଗନ ବାଗ,ରେମାରାଣୀ ଦାଶ,ଜଗତ ଗର୍ଡିଆ, ସସ୍ମିତା ରାଉତ,ନୁପୁର,ପୁପ୍ଷରାଜ ପ୍ରମୁଖ କଣ୍ଠଶିଳ୍ପୀ ଫକୀର ମୋହନ ପଟ୍ଟନାୟକଙ୍କ ପ୍ରସିଦ୍ଧ ସଙ୍ଗୀତ ପରିବେଷଣ କରିବେ। ସେହିପରି ବରଗଡ଼ର କଳାଜୀବୀ ଓ ସମ୍ବଲପୁରର ପଞ୍ଚବାଦ୍ୟ ଅନୁଷ୍ଠାନ ଲୋକନୃତ୍ୟ ପରିବେଷଣ କରିବାକୁ ନିଷ୍ପତ୍ତି ହୋଇଛି। ଉକ୍ତ ସମାବେଶରେ ବରଗଡ଼ ସାଂସଦ ପ୍ରଦୀପ କୁମାର ପୁରୋହିତ ଓ ବିଜେପୁର ବିଧାୟକ ସନତ କୁମାର ଗଡତୀୟା ଅତିଥି,ସମ୍ବଲପୁରର ଗବେଷକ ସପନ ମିଶ୍ର ମୁଖ୍ୟବକ୍ତା ଭାବେ ଯୋଗଦେଇ କଳାକାରମାନଙ୍କୁ ଉତ୍ସାହିତ କରିବେ।ଏହି ଅବସରରେ ସମ୍ବଲପୁରର ନାଟ୍ୟକାର ପ୍ରଦୀପ ପଣ୍ଡା, ବିଜେପୁରର ସଙ୍ଗୀତ କଳାକାର ସନ୍ତୋଷ ଦେହେରୀଙ୍କୁ ଫକୀର ମୋହନ ପଟ୍ଟନାୟକ ସମ୍ମାନରେ ସମ୍ବର୍ଦ୍ଧିତ କରାଯିବାର କାର୍ଯ୍ୟକ୍ରମ ରହିଛି। ବିଜେପୁର ଅଞ୍ଚଳବାସୀ ତଥା ବରପାଲି ନୂପୁର କ୍ଲବ ସହଯୋଗରେ ସୁରତା ଉଛବ ଅନୁଷ୍ଠିତ ହେବ ବୋଲି ସୂଚନା ଦିଆଯାଇଛି।
Sign in
Sign in
Recover your password.
A password will be e-mailed to you.