ଷ୍ଟାର ଏକାଡେମୀର ବାର୍ଷିକ କ୍ରୀଡା ପ୍ରତିଯୋଗିତା

3

କେନ୍ଦୁଝର,ତା୧୬/୧୨- ଦୁଇଦିନ ଧରି ଅନୁଷ୍ଠିତ ଷ୍ଟାର ଏକାଡେମୀର ବାର୍ଷିକ କ୍ରୀଡା ପ୍ରତିଯୋଗିତାର ଉଦଯାପନୀ ସମାରୋହ ଆଜି ଏକାଡେମୀର ଅଧ୍ୟାକ୍ଷା ସୁନିତା ମହାନ୍ତିଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଷ୍ଟାଡିୟମ ପଡିଆ ଠାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି l ଗତକାଲି ଓସ୍କାର ସମ୍ପାଦିକା ଶ୍ରୀମତୀ ଧରିତ୍ରୀ ରାଉତ ଏବଂ କେନ୍ଦୁଝର ଜିଲ୍ଲା କ୍ରୀଡା ସଂସ୍ଥାର ସଦସ୍ୟ ହିମାଂଶୁ ଶେଖର ମହାନ୍ତି ଏହି ଏହି କ୍ରୀଡା କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଆଜିର ଏହି ଉଦଯାପନୀ ଦିବସରେ କେନ୍ଦୁଝରଗଡ଼ ପୌରପାଳିକାର ଅଧ୍ୟାକ୍ଷା ନିକୁ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କୁନି କୁନି ପ୍ରତିଯୋଗୀଙ୍କୁ ଉତ୍ସାହିତ କରିଥିଲେ l ଏହି ଅବସରରେ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ପରିଚାଳକ ମାନସ ରଞ୍ଜନ ସାହୁ ଏବଂ ଜିଲ୍ଲା କ୍ରୀଡା ସଂସ୍ଥାର ସାଧାରଣ ସମ୍ପାଦକ ସଂଗ୍ରାମ ପଟ୍ଟନାୟକ ଏବଂ ସିଡବ୍ଲୁସିର ସଦସ୍ୟା ସୋନାଲି ସିଂହ ସମ୍ମାନିତ ଅତିଥି ରୂପେ ଯୋଗ ଦେଇ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର ବିତରଣ କରିବାରେ ସହାୟତା କରିଥିଲେ l ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କ ଦ୍ୱାରା ପରିବେଶିତ ସାଂସ୍କୃତିକ କାର୍ଯ୍ୟକ୍ରମ ଉପସ୍ଥିତ ଦର୍ଶକ ମାନଙ୍କ ମନ ମୋହିଥିବା ବେଳେ ଉଦଯାପନୀ ଉତ୍ସବକୁ ବେଶ ଉପଭୋଗ୍ୟ କରିଥିଲା l ଏହି ଉଦଯାପନୀ ସମାରୋହର ସଂଯୋଜିକା ସୁପ୍ରିୟା ପଣ୍ଡା ମଞ୍ଚ ପରିଚାଳନା କରିଥିବା ବେଳେ କ୍ରୀଡା ଶିକ୍ଷକଙ୍କ ସମେତ ସମସ୍ତ ଶିକ୍ଷୟତ୍ରୀଙ୍କ ସହଯୋଗରେ ଦୁଇଦିନ ବ୍ୟାପି ଏହି କ୍ରୀଡା କାର୍ଯ୍ୟକ୍ରମ ସୁଚାରୁରୂପେ ପରିଚାଳିତ ହୋଇଥିଲା l କାର୍ଯ୍ୟକ୍ରମ ଶେଷରେ ଶିକ୍ଷୟତ୍ରୀ ମିତାରାଣୀ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ l

Leave A Reply

Your email address will not be published.