ମେସ ରେ ଖାଦ୍ୟ ଖାଇ ୧୯ ଜଣ ଛାତ୍ରୀ ଅସୁସ୍ଥ |

0

ଝାରସୁଗୁଡା (ବିକ୍ରମ ମହାପାତ୍ର)

ସହରର ଉପକଣ୍ଠ ବକ୍ସି ଛକଠାରେ ଥିବା ଏକ ମେସ ରେ ଖାଦ୍ୟ ଖାଇ ୧୯ ଜଣ ଛାତ୍ରୀ ଅସୁସ୍ଥ ହୋଇ ଜିଲ୍ଲା ସଦର ହାସପାତାଲ ରେ ଚିକିତ୍ସିତ ହେଉଛନ୍ତି |ତେବେ ସେମାନେ ବିପଦ ମୁକ୍ତ ଥିବା ଜଣାପଡିଛି |ବକ୍ସିଛକ ଠାରେ ଥିବା ମେସ ରେ ଏକ ଘରୋଇ ମାର୍କେଟିଙ୍ଗ ସଂସ୍ଥାରେ ତାଲିମ ନେଉଥିବା କୋରାପୁଟ ଅଂଚଳର ୩୦ ଜଣ ଶିକ୍ଷାନବୀଶ ଗତ କାଲି ରାତିରେ ମେସ ରେ ଖାଦ୍ୟ ଖାଇବା ପରେ ୧୯ ଜଣଙ୍କୁ ଝାଡା ବାନ୍ତି ହେବା ସହ ଅସୁସ୍ଥ ହୋଇପଡିଥିଲେ |ସେମାନେ ଭାତ,ଡାଲି,ଓ ପରିବା ତରକାରୀ ଖାଇଥିଲେ | ଖାଦ୍ୟରେ ବିଷ କ୍ରିୟା କାରଣରୁ ଏଭଳି ଘଟିଥିବା କୁହାଯାଉଛି |

            

Leave A Reply

Your email address will not be published.