ପଦ୍ମପୁର:- ପଞ୍ଚମ ପଦ୍ମପୁର ଲୋକ ମହୋତ୍ସବ ଅବସରରେ ସହାୟୋଗ ପଦ୍ମପୁର ଓ ଟାଉନ କ୍ଲବ୍ ପଦ୍ମପୁରର ମିଳିତ ଆନୁକୁଲ୍ୟରେ ୨ ଦିନ ଧରି ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା। ଏହି ଶିବିରକୁ ପଦ୍ମପୁର ବଣିକ ସଂଘ ସଭାପତି ଶ୍ରୀଯୁକ୍ତ ପ୍ରତାପ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ। ୨ ଦିନ ମଧ୍ୟରେ ସମୁଦାୟ ୭୪ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ସହୟୋଗ ଅନୁଷ୍ଠାନର ସଭାପତି ମୌସମ ପାଗଡା, ତାପସ ନାୟକ, ପ୍ରଭୁଦତ୍ତ ପଣ୍ଡା, ବିକାଶ ପଣ୍ଡା, ଈଶ୍ୱର ଦତ୍ତ ମେହେର, ପାର୍ଥ ମହାପାତ୍ର, ଅଜୟ ଅଗ୍ରୱାଲ, ଦୀପକ ଅଗ୍ରୱାଲ, ରାଜ ସିଂ, ମନୀଷ ଦୋରା, ପ୍ରଦ୍ୟୁମ୍ନ ମେହେର, ଶିବାଶିଷ ପଟ୍ଟନାୟକ, ରମାକାନ୍ତ ବହିଦାର, ପ୍ରକାଶ ଡାଲୁଆ, ଦୀପକ ତିୱାରୀ, ଆକାଶ ସାହୁ, ମଙ୍ଗଲୁ ନିଆଲ, ଆକାଶ ପଣ୍ଡା, ପ୍ରିତସ ନାୟକ, ଅବିନାଶ ବହିଦାର, ବିଶ୍ଵନାଥ ପଣ୍ଡା, ରୋସନ ସାହୁ, ରଜନୀକାନ୍ତ ବହିଦାର, ହରିବନ୍ଧୁ ମେହେର ପ୍ରମୁଖ ଉପସ୍ଥିତ ରହି ରକ୍ତଦାନ ଶିବିରରେ ଅକ୍ଲାନ୍ତ ପରିଶ୍ରମ କରି ଶିବିରକୁ ସଫଳ କରିବାରେ ସହଯୋଗ କରିଥିଲେ। ରକ୍ତ ସଂଗ୍ରହ କାର୍ଯ୍ୟରେ ପଦ୍ମପୁର ରକ୍ତଭଣ୍ଡାରର କର୍ମଚାରୀ ନୀତେଶ ପ୍ରଧାନ, ସୁମିତ୍ ସିଂହା, ହିତେଶ ସାହୁ, ଦୀପକ ସାହୁ, ଅଶ୍ଵିନୀ ଗୁର୍ଲା ପ୍ରମୁଖ ସହଯୋଗ କରିଥିଲେ।
ପରିଶେଷରେ ରକ୍ତଦାନ ଶିବିର ଆୟୋଜନ ପାଇଁ ଲୋକ ମହୋତ୍ସବ କମିଟୀ ତରଫରୁ ସହୟୋଗ ଅନୁଷ୍ଠାନକୁ ମଞ୍ଚରେ ସମ୍ମାନିତ କରାଯାଇଥିଲା।
Sign in
Sign in
Recover your password.
A password will be e-mailed to you.
Prev Post