ଗଜପତି ଜିଲ୍ଲା ଜିରାଙ୍ଗ ପଦ୍ମ ସମ୍ଭବ ବିହାର ଓ ମହେନ୍ଦ୍ରଗିରି ବୁଲିଲେ ୧୦ ବିଧାୟକ ଙ୍କ ସହ ମନ୍ତ୍ରୀ ବିଭୁତି ଭୂଷଣ ଜେନା

3

 

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ପର୍ଯ୍ୟଟନ ସ୍ଥଳୀ ଗସ୍ତ କଲେ ମନ୍ତ୍ରୀଙ୍କ ସହ ୧୦ ବିଧାୟକ। ପ୍ରଥମେ ଜିଲ୍ଲାର ଦେବଭୂମି ମହେନ୍ଦ୍ରଗିରି ଗସ୍ତ କରି ପ୍ରଭୁ ଗୋପନେଶ୍ୱରଙ୍କ ପାଖରେ ପୂଜା ଅର୍ଚ୍ଚନା ପରେ ରାତ୍ରୀ ଯାପନ କରି ସକାଳ ସୂର୍ଯ୍ୟଦୟ ଦେଖିଥିଲେ। ପରେ ମନ୍ତ୍ରୀ ଓ ବିଧାୟକ ମାନେ ଜିରାଙ୍ଗ ସ୍ଥିତ ବୌଦ୍ଧ ମନ୍ଦିର ଗସ୍ତ କରିଥିଲେ।
ସେଠାରେ ପହଞ୍ଚିବା ପରେ ମନ୍ଦିରର କୁନି କୁନି ଲାମାମାନେ ମନ୍ତ୍ରୀ ବିଭୂତି ଜେନା , ଗକୁଳାନନ୍ଦ ମଲ୍ଲିକ ଓ ବିଧାୟକ ରୁପେସ ପାଣିଗ୍ରାହୀ , ବାବୁ ସିଂ, ଦୁଷ୍ମନ୍ତ ସ୍ୱାଇଁ , ଅକ୍ଷୟ ସାହୁ ପ୍ରମୁଖଙ୍କୁ ତିବତୀୟ ଉତ୍ତରୀୟ ଦେଇ ଭବ୍ୟ ସ୍ବାଗତ କରିଥିଲେ। ତାପରେ ଲାମା ଗୁରୁଜୀଙ୍କୁ ସାକ୍ଷାତ କରି ବୁଦ୍ଧଙ୍କ ଦର୍ଶନ କରିବା ସହ ତାଙ୍କର ସାନିଧ୍ୟ ଲାଭ କରିଥିଲେ।
ସରକାରଙ୍କ ତରଫରୁ ଗଜପତି ଜିଲ୍ଲାରେ ପର୍ଯ୍ୟଟନ ସ୍ଥଳୀର ବିକାଶ ପାଇଁ ସଦା ସର୍ବଦା ଚେଷ୍ଟିତ ଥିବା ନେଇ ମନ୍ତ୍ରୀ ଙ୍କ ସହ ବିଧାୟକ ମାନେ କହିଥିଲେ। ସବୁଠୁ ବଡ଼ କଥା ହେଉଛି ପାରଳାଖେମୁଣ୍ଡି ବିଜେଡି ବିଧାୟକ ରୁପେଶ କୁମାର ପାଣିଗ୍ରାହୀ ଏହି ସମସ୍ତ ବିଧାୟକ ଗଣ ରେ ଉପସ୍ଥିତ ରହିଥିଲେ।

Leave A Reply

Your email address will not be published.