ଭଞ୍ଜନଗର ରୁ ( ଉଦୟନାଥ ପଣ୍ଡା ): ଗଞ୍ଜାମ ଜିଲ୍ଲା ପ୍ରଶାସନ ତରଫରୁ ଡିସେମ୍ବର ମାସ ୧୫ ତାରିଖ ସୋମବାର ୨୦୨୫ ଦିବସ ରେ ଗ୍ରାମ ପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣୀ ଶିବିର, ଜିଲୁଣ୍ଡି ଗ୍ରାମର,ଜିଲୁଣ୍ଡି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ସୁଚନା ମୁତାବକ ବିଭିନ୍ନ ଅଭିଯୋଗ ଭିତ୍ତିରେ ୯୯ ଗୋଟି ଅଭିଯୋଗ ପତ୍ର ଶିବିର ରେ ଦାଖଲ ହୋଇଥିଲା। ଏହି ପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣୀ ଶିବିର ରେ ଭଞ୍ଜନଗର ବି.ଡି.ଓ ଭାରତି ଦେବୀ, ତହସିଲଦାର ଅଭିପ୍ସା ପଟ୍ଟନାୟକ, ସ୍ଥାନୀୟ ସରପଞ୍ଚ ରଞ୍ଜିତ କୁମାର ଆରୁଖ, ସି.ଡି.ପି.ଓ ମିଲିମା କୁମାରୀ ପଣ୍ଡା, ଏ.ବି.ଓ ଗଜେନ୍ଦ୍ର ସେଠୀ ଙ୍କ ସହିତ ଅନ୍ୟାନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ। ଅଭିଯୋଗ କାରୀ ଜନତା ନିଜ ନିଜ ଅଭିଯୋଗ ସବୁ କୁ ପ୍ରଥମେ ପଞ୍ଜିକରଣ କରିବା ପରେ ସେମାନଙ୍କ ଅଭିଯୋଗ ପତ୍ର ସବୁକୁ ମୁଖ୍ୟ ଅଧିକାରୀ ମାନଙ୍କୁ ପ୍ରଦାନ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Next Post