ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ସ୍ଥିତ ସରସ୍ଵତୀ ଶିଶୁ ଭବନରେ ୨୯ ତମ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠାନ ସମ୍ପାଦକ ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି I ଏହୀ କାର୍ଯ୍ୟକ୍ରମକୁ ବେଲଗୁଣ୍ଠା ବିଜ୍ଞାନ ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ କୁମାର ସାହୁ ଉଦ୍ଘାଟନ କରିଥିବା ବେଳେ ଉଦ୍ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବେଲଗୁଣ୍ଠା ବଣିକ ସଂଘ ସଭାପତି ସନତ କୁମାର ସୁବୁଦ୍ଧି, ବିଶିଷ୍ଟ ଅତିଥି ରୂପେ ଡେପୁଟି ମ୍ୟନେଜର ହରିଶଙ୍କର ନନ୍ଦ ପ୍ରମୁଖ ମଞ୍ଚାସୀନ ଥିଲେ I କାର୍ଯ୍ୟକ୍ରମରେ ବିଚାରକ ରୂପେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସୁରେଶ କୁମାର ମହାପାତ୍ର, ବେଲଗୁଣ୍ଠା ବ୍ଳକ୍ ସିଆରସିସି ପୂର୍ଣ୍ଣଚନ୍ଦ୍ର ମହାନ୍ତି, ବିଜ୍ଞାନ ମହାବିଦ୍ୟାଳୟ ଅଧ୍ୟାପକ ରଜତ୍ କୁମାର ଆରୁଖ, ସାର୍ପ ଏଜୁକେସନ୍ ପରିଚାଳକ ସତ୍ୟନାରାୟଣ ସିଅ, ଜିଟି ହାଇସ୍କୁଲ୍ ଶିକ୍ଷୟିତ୍ରୀ ସୁନାକ୍ଷୀ ଦିଗାଲ, ନିୟୁଶ୍ରୀ ପ୍ରଧାନ, ବିଡିପୁର କଲେଜ୍ ଶିକ୍ଷା ସହଯୋଗୀ ତୁଷାରକାନ୍ତ ସ୍ୱାଇଁ ପ୍ରମୁଖ ଯୋଗ ଦେଇ ଛାତ୍ରଛାତ୍ରୀଙ୍କ ପ୍ରକଳ୍ପ ଗୁଡିକୁ ମୂଲ୍ୟାୟନ କରିଥିଲେ I କାର୍ଯ୍ୟକ୍ରମର ଉଦଯାପନୀ ପର୍ଯ୍ୟାୟରେ ପୂର୍ବତନ ବେଲଗୁଣ୍ଠା ନଗରପାଳ ପ୍ରଶାନ୍ତ କୁମାର ସାହୁ,ବରିଷ୍ଠ ସାମ୍ବାଦିକ ସୂର୍ଯ୍ୟନାରାୟଣ ତ୍ରିପାଠି,ଯୁବ ସାମ୍ବାଦିକ ଶିବରାମ ଚୌଧୂରୀ, ନାରାୟଣ ପଣ୍ଡା ପ୍ରମୁଖ ପ୍ରମୁଖ ମଞ୍ଚାସୀନ ରହି କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ I ପ୍ରଧାନ ଆଚାର୍ଯ୍ୟ ଶିବରାମ ପ୍ରଧାନଙ୍କ ସମେତ ଗୁରୁଜୀ କୈଳାସ, ପ୍ରମୋଦ, ମନୋଜ, ପୂର୍ଣ୍ଣଚନ୍ଦ୍ର,ଗୁରୁମା ଆଶା, ସୁନିତା, ମାମାଜିନି,ଅଲିଭା, ଅମ୍ବିକା, ସୌଦାମିନୀ,ରାଜେଶ୍ଵରୀ, ମିନି, ସାରଦା ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ I
Sign in
Sign in
Recover your password.
A password will be e-mailed to you.
Next Post