ଜଗତସିଂହପୁର ସାଂସ୍କୃତିକ ପରିଷଦ ଆନୁକୂଲ୍ୟରେ ଆୟୋଜିତ ହେବାକୁ ଥିବା ୨୭ ତମ ଜଗତସିଂହପୁର ପୁସ୍ତକମେଳାର ସ୍ମରଣିକା ପ୍ରକାସନ ନିମନ୍ତେ ପ୍ରସ୍ତୁତି ବୈଠକ ସ୍ମରଣିକା “ସ୍ମୃତିପତ୍ର”ର ମୁଖ୍ୟ ସମ୍ପାଦକ ମହେନ୍ଦ୍ର କୁମାର ଆଚାର୍ଯ୍ୟ ଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି।
ଏହି ବୈଠକର ନିଷ୍ପତି ଅନୁଯାୟୀ ସ୍ମରଣିକା ପାଇଁ ଲେଖା ତା-୨୦/୧୨/୨୦୨୫ ତାରିଖ ସୁଦ୍ଧା ସ୍ମୃତିପତ୍ରର ମୁଖ୍ୟ ସମ୍ପାଦକ ମହେନ୍ଦ୍ର କୁମାର ଆଚାର୍ଯ୍ୟ କିମ୍ବା ସାଂସ୍କୃତିକ ପରିଷଦର ସାଧାରଣ ସମ୍ପାଦକ ସାରଦା ପ୍ରସାଦ ଦାସ ଙ୍କ ନିକଟରେ ପହଞ୍ଚିବାକୁ ଅନୁରୋଧ କରାଯାଇଛି।
ଏବଂ ତା-୧୫/୦୧/୨୦୨୬ରୁ ଆରମ୍ଭ ହେବାକୁ ଥିବା ପୁସ୍ତକମେଳାର ସ୍ମୃତିପତ୍ର ପୁସ୍ତକମେଳାର ଉଦଯାପନୀ ସନ୍ଧ୍ୟା ତା-୨୧/୦୧/୨୦୨୬ ରେ ଲୋକାର୍ପିତ କରାଯିବାକୁ ସ୍ଥିର ହୋଇଅଛି। ସ୍ମୃତିପତ୍ର ନିମନ୍ତେ ଲେଖା ଦେବାକୁ ଇଛୁକ ବନ୍ଧୁମାନଙ୍କୁ ଜଗତସିଂହପୁର ଐତିହ୍ୟ ସଂପର୍କୀୟ ଲେଖା ଦେବା ପାଇଁ ଅନୁରୋଧ କରାଯାଇଛି।
ଏହି ବୈଠକରେ ଜଗତସିଂହପୁର ସାଂସ୍କୃତିକ ପରିଷଦର କାର୍ଯ୍ୟକାରୀ ଅଧ୍ୟକ୍ଷ ବିପ୍ଳବ ଚୌଧୁରୀ, ଉପାଧ୍ୟକ୍ଷ ବିଜୟ କୁମାର ରାଉତ, ସାଧାରଣ ସମ୍ପାଦକ ସାରଦା ପ୍ରସାଦ ଦାସ, କାର୍ଯ୍ୟକାରିଣୀ ସଦସ୍ୟ ମାନସ କୁମାର କାନୁନଗୋ,ସ୍ମରଣିକା କମିଟିର ସଦସ୍ୟ ଡ଼ ଜ୍ୟୋତିର୍ମୟୀ ମହାନ୍ତି, ଡ଼ ସୁରେନ୍ଦ୍ରନାଥ ତ୍ରିପାଠୀ, ଡାକ୍ତର କୈଳାସ ମଲ୍ଲିକ, ନିକୁଞ୍ଜ କିଶୋର ବେହେରା, ମନୋଜ ଦାଶ,ଉତ୍କଳ ରଞ୍ଜନ ମହାନ୍ତି, ସୁଦର୍ଶନ ବେହେରା, ପରିକ୍ଷିତ ପାଢ଼ୀ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.