ଓଡ଼ଗାଁ,୧୫।୧୨(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲାକୁ ପ୍ରଦୂଷଣ ମୁକ୍ତ କରିବା ନିମନ୍ତେ ପ୍ରକୃତି ବନ୍ଧୁ ତଥା ସାମାଜିକ ଓ ପରିବେଶ କର୍ମୀ ସୁକାନ୍ତ ଚୌଧୁରୀ ସୋମବାର ଓଡ଼ଗାଁ ବ୍ଳକ ପରିସରରେ ଅନୁଷ୍ଠିତ ନୟାଗଡ଼ ଜିଲ୍ଲାପାଳଙ୍କ ବ୍ଳକ ସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିରରେ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଲିଖିତ ଦାବୀପତ୍ର ଅତିରିକ୍ତ ଜିଲ୍ଲାପାଳ ବିଜୟାନନ୍ଦ ନାୟକଙ୍କୁ ପ୍ରଦାନ କରିଛନ୍ତି। ପାଳ ପୋଡ଼ି ସହିତ ଏକକ ବ୍ୟବହୃତ ପ୍ଲାଷ୍ଟିକ, ଡି ଜେ ଧ୍ଵନି, ଅବାଧ ଚୋରା ଏବଂ ବିଷାକ୍ତ ନିଶା କାରବାର, ବେପରୁଆ ଗାଡି ଚାଳନା ନିୟନ୍ତ୍ରଣ, ଭୂତଳ ଜଳ ସଂରକ୍ଷଣ, ଜଙ୍ଗଲ ସୁରକ୍ଷା, ମାଟିଆ ଜନଜାତିଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ବର୍ଷ ବର୍ଷ ଧରି ସଚେତନତା ସୃଷ୍ଟି ପାଇଁ ଅହରହ ଉଦ୍ୟମ ଜାରି ରଖିଥିବା ପରିବେଶର ରକ୍ଷକ ସାଜିଥିବା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସୁକାନ୍ତ ଚୌଧୁରୀ ଦୃଢ଼ ଆଶାବାଦୀ ଅଛନ୍ତି। ଦିନେନା ଦିନେ ପ୍ରଶାସନର ଆଖି ଖୋଲିବ। କେବଳ ମାନବ କଲ୍ୟାଣ ପାଇଁ ନୁହେଁ, ସମଗ୍ର ଜଗତର କଲ୍ୟାଣ ପାଇଁ ସଚେତନତା ନିମନ୍ତେ ସୃଷ୍ଟି ହେବ ଜନ ଆନ୍ଦୋଳନ। ଅପସରି ଯିବ ପ୍ରଦ୍ୟୁଷଣ। କେବଳ ନୟାଗଡ଼ ଜିଲ୍ଲା କି ଆମ ରାଜ୍ୟ ଓଡ଼ିଶା ନୁହେଁ, ବରଂ ସମଗ୍ର ଭାରତ ହେବ ପ୍ରଦ୍ୟୁଷଣ ମୁକ୍ତ। ସ୍ବଚ୍ଛ ଭାରତ ।
Sign in
Sign in
Recover your password.
A password will be e-mailed to you.