ଚୋରି ମାମଲାରେ ୨ ଭଉଣୀ ଗିରଫ

3

ରାଜଗାଙ୍ଗପୁର, ୧୪ /୧୨/୨୫. ଅକ୍ଟୋବର ୧୯ ତାରିଖରେ ରାଜଗାଙ୍ଗପୁର ସହରର ମୁଖ୍ୟମାର୍ଗରେ ଥିବା ଏକ ଗହଣାଦୋକାନରୁ ସୁନାଚେନ୍ ଚୋରି ମାମଲାରେ ରାଜଗାଙ୍ଗପୁର ପୁଲିସ ଅଭିଯୁକ୍ତ ଦୁଇଭଉଣୀଙ୍କୁ ଗିରଫକରି କୋର୍ଟଚାଲାଣ କରିଛି। ସେମାନେ ହେଉଛନ୍ତି ରାଉରକେଲା ବ୍ରାହ୍ମଣୀତରଙ୍ଗ ଥାନା ଅନ୍ତର୍ଗତ ଦାଣ୍ଡିଆପାଲି ଅଞ୍ଚଳର ରାଗିଣୀ କୁମାରୀ(୩୦) ଓ ରୁପାକୁମାରୀ(୨୯)। ସୂଚନା ଅନୁସାରେ, ଉକ୍ତଦିନ ରାଜଗାଙ୍ଗପୁର ଡେଲିମାର୍କେଟ ନିକଟସ୍ଥ ମୁଖ୍ୟମାର୍ଗରେ

ଥିବା ଶ୍ରଦ୍ଧା ଜୁଏଲାରୀକୁ ଏକ ସ୍କୁଟିରେ ବୁର୍ଖାପିନ୍ଧା ଦୁଇ ମହିଳା ଗ୍ରାହକ ସୁନାଗହଣା କିଣିବାକୁ ଆସିଥିଲେ | ସେମାନେ ଗହଣା କିଣିବା ବାହାନାରେ କୌଶଳକ୍ରମେ ଏକ ସୁନାଚେନ୍ ଚୋରି କରିଥିଲେ । କିଛି ସମୟ ପରେ ଦୋକାନୀ ଚେନ୍ ଚୋରି ହୋଇଥିବା ଜାଣିପାରି ସିସିଟିଭି ଦେଖିଲା ପରେ ଉପରୋକ୍ତ ଦୁଇ ମହିଳା ଚେନ୍ ଚୋରି କରିଥିବା ଜାଣିପାରିଥିଲେ | ଏ ନେଇ ଦୋକାନୀ ରାଜଗାଙ୍ଗପୁର ଥାନାରେ ଏତଲା ଦେଇଥିଲେ। ପୁଲିସ ଏକ ମାମଲା ରୁଜୁକରି ତଦନ୍ତ ଦନ୍ତ କରୁଥିଲା | ସ୍କୁଟି ସହ ଉକ୍ତ ଦୁଇ ମହିଳାଙ୍କୁ ଧରିବାକୁ ପୁଲିସ ବିଭିନ୍ନସ୍ଥାନରେ ଚଢ଼ଉ କରିଥିନେ ଥିଲେ ବି ସେମାନଙ୍କୁ ଧରିବାକୁ ସକ୍ଷମ ହୋଇନଥିଲା। କିନ୍ତୁ କିଛିଦିନ ତଳେ ଉକ୍ତ ଦୁଇମହିଳା ମହିଳା ଅନୁରୂପ ଭାବେ ବାମଡ଼ାର ଗୋବିନ୍ଦପୁର ଥାନା ଅଞ୍ଚଳରେ ଏକ ଶାଢ଼ିଦୋକାନରୁ ଶାଢ଼ି ଚୋ ଚୋରିକରି ଟ୍ରେନ୍ ଯୋଗେ ଚମ୍ପଟ ମାରୁଥିବାବେଳେ ଦୋକାନୀଙ୍କ ଅଭିଯୋଗ ଆଧାରରେ ଗୋବିନ୍ଦପୁର ପୁଲିସ ଉଭୟଙ୍କୁ ଷ୍ଟେସନରୁ ଗିରଫକରି କୋର୍ଟଚାଲାଣ କରିଥିଲା ।

ଏହା ଜଣ ଜଣାପଡ଼ିବା ପରେ ରାଜଗାଙ୍ଗପୁର ପୁଲିସକୁ ସେମାନଙ୍କ ଉପରେ ସନ୍ଦେହହେବାରୁ ଗାବିନ୍ଦପୁର ପୁଲିସ ସହ ଯୋଗାଯୋଗ କରିଥିଲା। ଶୁକ୍ରବାର ଉଭୟ ଜାମିନରେ ମୁକୁଳିବା ପରେ ରାଜଗାଙ୍ଗପୁର ପୁଲିସ ସେମାନଙ୍କ ଘରେ ଚଢ଼ଉକରି ସେମାନଙ୍କୁ ଗିରଫକରି କୋର୍ଟଚାଲା ଲାଣ କରିଛି | ସେମାନଙ୍କ ନିକଟରୁ ସ୍କୁଟି, ବୁର୍ଖା, ପର୍ସ ଓ ଚୋରାଇ ନେଇଥିବା ପ୍ରାୟ ୮ ଗ୍ରାମ ଓଜନ ଜନର ସୁନାଚେନ୍ ଜବତ କରାଯାଇଛି ।

Leave A Reply

Your email address will not be published.