ପୁରୀ,(ଅନିମେଶ ପଟ୍ଟନାୟକ): ଶ୍ରୀକ୍ଷେତ୍ରର ଅଗ୍ରଣୀ ସ୍ବେଛାସେବୀ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ମିତ୍ରସଂଘର ରୌପ୍ଯ ଜୟନ୍ତୀ ଉପଲେକ୍ଷ ନବକଳେବର ରୋଡ ସ୍ଥିତ ଗଙ୍ଗାମାତା ଲେନର ସ୍ବାମୀ ବିବେକାନନ୍ଦ ବିଦ୍ଯା ନିକେତନ ପରିସରରେ ବିଭିନ୍ନ ବିଦ୍ୟାଳୟ ଓ ଅନୁଷ୍ଠାନର ସିନିୟର,ସବ ଜୁନିୟର ଓ ଜୁନିୟର ପିଲାମାନଙ୍କ ମଧ୍ଯରେ ଚିତ୍ରାଙ୍କନ, ଯୋଗ, ଡ୍ଯାନ୍ସ ଚେସ ,ଫେନସି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଯୋଗର ସିନିୟର ବିଭାଗରେ ପ୍ରଥମ ଓମପ୍ରକାଶ ସାହୁ, ଦ୍ବିତୀୟ ତୁଳସୀ ଜେନା, ତୃତୀୟ ଅନିତା ସାମନ୍ତରାୟ, ସବଜୁନିୟର ବିଭାଗରେ ସ୍ବୟଂ ପ୍ରକାଶ, ଦ୍ବିତୀୟ ସ୍ବାତୀ କୁମାରୀ ଦାସ, ତୃତୀୟ ପିୟୁଷ ମହାପାତ୍ର, ଜୁନିଅର ପ୍ରଥମ ଜୀବନ ଜେନା, ଦ୍ବିତୀୟ ଆୟୁଷ ଜେନା, ପ୍ରିତମ ସାହୁ ତୃତୀୟ ସ୍ଥାନ ଅଧିକାର କରିଥିଲେ । ବିଚାରକ ଭାବେ ମୃତ୍ୟୁଞ୍ଜୟ ପାଣି ଓ ସୌମ୍ଯଶ୍ରୀ ଦାସ ଯୋଗ ଦେଇଥିଲେ । ଚେସରେ ଚାରି ପଏଣ୍ଟ ପାଇ ରୁଦ୍ର ନାରାୟଣ ପୁରଣ ପଣ୍ଡା ପ୍ରଥମ ଓ ଦ୍ବିତୀୟ ଅଭିଷେକ ସୁବୁଦ୍ଧି , ତୃତୀୟ ଅନିକେତ ସରାଫ, ଚତୁର୍ଥ ସୋଭିତ ସାହୁ ଓ ପଞ୍ଚମ ଅଭିଦ୍ବୟ ପାତ୍ର ଏବଂ ସ୍ବୟାନ୍ତନ ଦାସ ଷଷ୍ଠ ସ୍ଥାନ ଅଧିକାର କରିଛନ୍ତି । ବିଚାରକ ଭାବେ ଅଶୋକ ଶତପଥୀ ଓ ଦାଶରଥୀ ମହାନ୍ତି ଯୋଗ ଦେଇଥିଲେ । ଡ୍ଯାନ୍ସ ବିଚାରକ ଭାବେ ଭୁବନେଶ୍ବର ଡ୍ଯାନ୍ସ କୋରିଓଗ୍ରାଫର କବିର ପ୍ରସାଦ ପ୍ରଧାନ, ବିଭୁବଚନ ସିଂ,ଜଗନ ରେଡ୍ଡୀ ଉପସ୍ଥିତ ଥିଲେ । ମଡର୍ଣ୍ଣ ଡ୍ଯାନ୍ସ ସବଜୁନିୟରେ ପ୍ରଥମ ସାଇକ୍ରିଷ୍ଣା ରାଉତ, ଦ୍ବିତୀୟ କଳ୍ପନା ବେହେରା, ତୃତୀୟ ଅଶ୍ବର୍ଯ୍ଯା ପାତ୍ର,ଜୁନିୟରରେ ପ୍ରଥମ ଆୟୁଷ ରଞ୍ଜନ ଦାସ, ଦ୍ବିତୀୟ ଆଦିକନ୍ଦ ସାହୁ ,ତୃତୀୟ ରିତେଶ ଭୋଳ ଏବଂ ସିନିୟରରେ ପ୍ରଥମ ବିଶ୍ବଜିତ ଦାସ,ଦ୍ବିତୀୟ ବି ବୟ କିଡ୍ନୀ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ ରାଜୀବ ଲୋଚନ ପରିଡା । ସେହିପରି ଫେନସି ବିଚାରକ ଭାବେ ରାଜଲକ୍ଷ୍ଭୀ ମିଶ୍ର ଉପସ୍ଥିତ ରହି ପିଲାମାନଙ୍କୁ ଉତ୍ସାହିତ କରିଥିଲେ । ଅନୁଷ୍ଠାନର ସଭାପତି ସୁଵାସିନୀ ଶତପଥୀ ,ଆବାହକ ଅନନ୍ତ ଶତପଥୀ,ସମ୍ପାଦକ ରାଜୀବ କୁମାର ମହାପାତ୍ର, ସହ ସମ୍ପାଦକ ସସ୍ମିତା ଶତପଥୀ, ଶ୍ଯାମଲ କୁଣ୍ଡୁ, ଦେବାଶିଷ ମହାପାତ୍ର, ଦେବାଶିଷ ଦାସ, ନମିତା ଶତପଥୀ ,ମନିଷା ମହାନ୍ତି, ମୃତ୍ୟୁଞ୍ଜୟ ପାଣି, ଆଲୋକ ମହାନ୍ତି ଉପସ୍ଥିତ ରହି କୃତି ପ୍ରତିଯୋଗୀଙ୍କୁ ପ୍ରମାଣପତ୍ର ଓ ପୁରସ୍କାର ପ୍ରଦାନ କରିଥିଲେ । ପ୍ରତିଯୋଗିତାକୁ ସ୍ବୟଂ ଶୁଭମ ଦାସ ,ଜଗଜିତ ବିଶୋଇ,ରାଜା ଲେଙ୍କା,ସ୍ମୃତି ରଞ୍ଜନ ପାଲ ଓ ଅନୁଷ୍ଠାନର ସମସ୍ତ ସଦସ୍ଯ ସହଯୋଗ କରିଥିଲେ ।
Sign in
Sign in
Recover your password.
A password will be e-mailed to you.
Prev Post