କାକଟପୁର ୧୪/୧୨ କାକଟପୁର ବ୍ଳକ ମଧ୍ୟରେ ଗଢ଼ିଉଠିଥିବା ସମସ୍ତ ବେସରକାରୀ ଶିକ୍ଷାନୁଷ୍ଠାନ ମଧ୍ୟରୁ କଣ୍ଟାପଡ଼ା ଗ୍ରାମପଞ୍ଚାୟତ ସ୍ଥିତ ଗମ୍ଭାରୀପଦା ଗ୍ରାମରେ ପ୍ରତିଷ୍ଠାଲାଭ କରିଥିବା ସାନ୍ଦିପନୀ ଶିଶୁ ବିକାଶ କେନ୍ଦ୍ର ଅନ୍ୟତମ ଶିକ୍ଷାନୁଷ୍ଠାନ ଭାବେ ପରିଗଣିତ। ଏହାର ଶୈକ୍ଷିକ ପରିବେଶ ଅଭିଜ୍ଞ ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ଦ୍ଵାରା ଉପଲବ୍ଧ କରାଯାଉଥିବା ଅତ୍ୟାଧୁନିକ ଶୈଳୀରେ ଶିକ୍ଷାଦାନ କାକଟପୁର ବ୍ଳକର ସମସ୍ତ ଅଧିବାସୀଙ୍କୁ ଏହି ଶିକ୍ଷାନୁଷ୍ଠାନକୁ ଆକୃଷ୍ଟ କରୁଛି। ଶିକ୍ଷାର୍ଥୀ ମାନଙ୍କୁ ନୂତନ ଶୈଳୀରେ ପାଠ ପଢ଼ାଇବା ସହିତ ଅତିରିକ୍ତ ପାଠ୍ୟକ୍ରମ କାର୍ଯ୍ୟକଳାପ ଯଥା: ବକ୍ତୃତା, ସଙ୍ଗୀତ, ବିତର୍କ, ଅଭିନୟ ଓ ସାଂସ୍କୃତିକ କାର୍ଯ୍ୟକ୍ରମ, ଖେଳ ସହିତ ଆଧୁନିକ ବୈଜ୍ଞାନିକ ପଦ୍ଧତି ପ୍ରତି ଆକ୍ରୁଷ୍ଟ ହେବାପାଇଁ ଶିକ୍ଷାର ଏକ ସୁସ୍ଥ ବାଣବରଣ ସୃଷ୍ଟି କରୁଛନ୍ତି । ପୂର୍ବ ବର୍ଷ ପରି ଚଳିତ ବର୍ଷ ମଧ୍ୟ ବିଦ୍ୟାଳୟ ସ୍ତରୀୟ ଦ୍ଵିତୀୟ ବିଜ୍ଞାନମେଳା ଏହି ବିଦ୍ୟାଳୟ ଦ୍ୱାରା ଆୟୋଜନ କରାଯାଇଥିଲା | ଯାହାକି ଗ୍ରାମାଞ୍ଚଳର କୁନି କୁନି ପିଲାଙ୍କ ମଧ୍ୟରେ ବିଜ୍ଞାନ ପ୍ରତି ପ୍ରତିଦ୍ବନ୍ଦ୍ବିତା ମନୋଭାବ ସୃଷ୍ଟି କରିପାରିଛି ।ଏହି ବିଜ୍ଞାନମେଳାରେ ୨୫୦ରୁ ଉର୍ଦ୍ଧ୍ବ ପ୍ରକଳ୍ପ ସ୍ଥାନପାଇ ଶିକ୍ଷାର୍ଥୀ ମାନଙ୍କର ବିଜ୍ଞାନ ପ୍ରତି ଥିବା ଆଗ୍ରହ ପରିପ୍ରକାଶ କରିଥିଲା।ଦୁଇଟି ବିଭାଗରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ବରିଷ୍ଠ ବିଭାଗରୁ ସୁଚିତ୍ରା ବଳିଆର ସିଂହ ପ୍ରଥମ, ଶୁଭଶ୍ରୀ ରଥ- ଆକାଶ ମହାପାତ୍ର ଦ୍ୱିତୀୟ ଏବଂ ଆଦ୍ୟାଶା ପ୍ରୀୟଦର୍ଶନୀ- ଖୁସୀ ଲେଙ୍କା- ସ୍ଵାତୀ ପାତ୍ର ତୃତୀୟ ସ୍ଥାନ ଅଧିକାର କରିଥିବା ବେଳେ କନିଷ୍ଠ ବିଭାଗରେ ମହମ୍ମଦ ଅରହାନ ଅକ୍ତର ପ୍ରଥମ, ଦିବ୍ୟାଂଶି ବେହେରା ଦ୍ୱିତୀୟ, ଶାଇଶ୍ରୀ ଅନନ୍ୟା ତୃତୀୟ ସ୍ଥାନ ଅଧିକାର କରିଥିଲେ | ଗମ୍ଭାରୀପଦା ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷୟିତ୍ରୀ ପୁଷ୍ପାଞ୍ଜଳି ଆଚାର୍ଯ୍ୟ ବିଚାରକ ଭାବେ ଯୋଗଦେଇ ପ୍ରକଳ୍ପ ଗୁଡ଼ିକୁ ଅନୁଧ୍ୟାନ କରି କୃତି ବୈଜ୍ଞାନିକ ମାନଙ୍କୁ ମାର୍କ ପ୍ରଦାନ କରିଥିଲେ। ପ୍ରତିଯୋଗିତା ରେ ଅଂଶଗ୍ରହଣ କରିଥିବା ଶିକ୍ଷାର୍ଥୀ ମାନଙ୍କୁ ଅନୁଷ୍ଠାନର ସଭାପତି ବେଣୁଧର ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ପୁରସ୍କୃତ କରାଯାଇଥିଲା। ନିମନ୍ତ୍ରିତ ଅତିଥି ମାନଙ୍କ ମଧ୍ୟରେ କାକଟପୁର ବ୍ଳକ ସହକାରୀ ପ୍ରାଣୀ ଚିକିତ୍ସାଧିକାରୀ ଡ଼ ରଶ୍ମିତା ସାହୁ, ଶିକ୍ଷାବିତ୍ ବିଜୟ କୁମାର ବିଶ୍ଵାଳ, ସରପଞ୍ଚ ରୀନା ନାୟକ,ଅବସର ପ୍ରାପ୍ତ ଶିକ୍ଷକ ଲକ୍ଷ୍ମୀଧର ମହାପାତ୍ର,ଓ୍ବାସିମ ଅକତର୍, ପ୍ରଧାନ ଶିକ୍ଷକ ବୈକୁଣ୍ଠ ବିହାରୀ ନାୟକ ପ୍ରମୁଖ ଯୋଗଦେଇ କୁନି ବୈଜ୍ଞାନିକ ମାନଙ୍କୁ ଉତ୍ସାହିତ କରି ପୁରସ୍କୃତ ବିତରଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post
Next Post