ବହୁମୂତ୍ର ରୋଗ ସଚେତନା ଓ ସ୍ଵାସ୍ଥ୍ୟ ଶିବିର

3

ବ୍ରହ୍ମପୁର: ବ୍ରହ୍ମପୁର ସହର ହରିହର ନଗର ସ୍ଥିତ ଭରଦ୍ବାଜ ପ୍ରତିଷ୍ଠାନ ଠାରେ ବହୁମୂତ୍ର ରୋଗ ସଚେତନl ଓ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି l ଆରୋଗ୍ୟ ଭାରତୀର ଅଧ୍ୟକ୍ଷ ଡା.ନକୁଳ ସାହୁ ଉପସ୍ଥିତ ରହି କହିଲେ ଆଳସ୍ୟ, ଆମିଷ,କ୍ଷୀର ଜାତୀୟ, ମିଠା, ଅଧିକ ପରିଶ୍ରମ, ଚିନ୍ତା, ଦୁର୍ବଳତା ଯୋଗୁଁ ବୃକକ୍, ଯକୃତ, ପିଟୁଇଟାରି ଗ୍ରନ୍ଥି ଦୁର୍ବଳ ହୋଇ ଆଲବୁମିନ୍, ବସା, ଏମିନୋଏସିଡି ଆଦି ବଢି ବାରମ୍ବାର ପରିସ୍ରା ହୁଏ।ସବୁ ରୁତୁରେ ହେଲେ ମଧ୍ଯ ଶୀତ ରୁତୁରେ ଅଧିକ ଦେଖାଯାଏ ।ଜାମୁକୋଳି ମଞ୍ଜି ରସ,କାକ ଦୁମ୍ବର,ଅଁଳା ସମାନ ଭାଗ ନେଇ ଚୁର୍ଣ୍ଣ କରି ସକାଳ ସନ୍ଧ୍ୟା ଦୀର୍ଘ ଦିନ ଖାଇଲେ ଭଲ ହୋଇଯାଏ। ପୃଷ୍ଟିକର ଖାଦ୍ୟ ଖାଇବେ।

ଏହି ଅବସରରେ ରୋଗୀଙ୍କ ନାଡୀ, ରକ୍ତଚାପ, ରକ୍ତ ଶର୍କରା, ଗଣ୍ଠିବାତ,ସ୍ନାୟୁ ରୋଗ, ଅମ୍ଳପିତ୍ତ, ସ୍ତ୍ରୀରୋଗଆଦି ବିଭିନ୍ନ ରୋଗର ପରୀକ୍ଷା କରି ଚିକିତ୍ସା ପରାମର୍ଶ ସହ ମାଗଣା ଔଷଧ ବିତରଣ କରାଯାଇଥିଲା।ଶିବିରର ପରିଚାଳନରେ ଡି.ଶ୍ରୀନିବାସ ରାଓ ସହଯୋଗ କରିଥିଲେ।

Leave A Reply

Your email address will not be published.