ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆଗାମୀ ୨୨ ତାରିଖରେ ଜାତୀୟ ଗଣିତ ଦିବସ ପାଳନ ଅବସରରେ ତଥା ପିଲାଙ୍କ ମଧ୍ୟରେ ଗଣିତ ବିଷୟ ପ୍ରତି ରୁଚି ବୃଦ୍ଧି କରିବା ଉଦ୍ଦେଶ୍ୟରେ ରାମାନୁଜନ୍ ଗଣିତ କ୍ଲବ୍ , ପାରଳାଖେମୁଣ୍ଡି ପକ୍ଷରୁ ଉଚ୍ଚ ବିଦ୍ୟାଳୟ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଗଣିତ ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି।
ଶ୍ରୀ ରାମ ଶଙ୍କର ଗନ୍ତାୟତଙ୍କ ଦ୍ବାରା ପ୍ରଦୀପ ପ୍ରଜ୍ଜ୍ବଳନ ହୋଇ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା। ଏହି ପ୍ରତିଯୋଗିତାରେ ୧୫ଟି ବିଦ୍ୟାଳୟର ୧୪୭ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ମୂଲ୍ୟାଙ୍କନ ପରେ କୃତି ପ୍ରତିଯୋଗୀ ମାନଙ୍କୁ ଜାତୀୟ ଗଣିତ ଦିବସ ରେ ପୁରସ୍କୃତ କରାଯିବ। ଏହି ଅବସରରେ ରାମାନୁଜନ ମ୍ୟାଥ୍ ମ୍ୟାଟିକ୍ସ କ୍ଲବ୍ ର ସଦସ୍ୟ ସଦସ୍ୟା ତଥା ଜିଲ୍ଲାର ଗଣିତ ପ୍ରେମୀ ଶିକ୍ଷକ ଶିକ୍ଷୟିତ୍ରୀ ଯଥା ମନୋଜ କୁମାର ପଣ୍ଡା , ହରିନାଥ ପାତ୍ର , ରମାକାନ୍ତ ପଟ୍ଟନାୟକ , ଆନନ୍ଦ ଶତପଥୀ , ଭବାନୀ ଶଙ୍କର ପଟ୍ଟଯୋଶୀ , ରାମ ଚନ୍ଦ୍ର ମିଶ୍ର , ବବିତା ପୁରୋହିତ , ବିନୋଦିନୀ ପାଣିଗ୍ରାହୀ , ଶ୍ରୀଧର ମିଶ୍ର , ସୁଜ୍ଞାନ ବ୍ରହ୍ମା , ରବି ଚୌଧୁରୀ , ଦ୍ୟୁତିକୃଷ୍ଣ ବେହେରା , ରମାକାନ୍ତ ହୋତା , ପୁରୁଷୋତ୍ତମ ବେହେରା , ନରେଶ ପ୍ରଧାନ , ଶଶିଭୂଷଣ ପଟ୍ଟନାୟକ , ଶ୍ରଦ୍ଧାମୟୀ ପାଢ଼ୀ , ଦେବୀପ୍ରସାଦ ପଟ୍ଟନାୟକ ଓ ବିଭିନ୍ନ ବିଦ୍ୟାଳୟର ଗାଇଡ୍ ଶିକ୍ଷକ ମାନେ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post