ସରସ୍ଵତୀ ଶିଶୁ ମନ୍ଦିର ଛାତ୍ରୀଙ୍କ ସଫଳତା

3

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ,ପାରଳାଖେମୁଣ୍ଡିର ନବମ ଶ୍ରେଣୀର ଛାତ୍ରୀ ସାଇଶ୍ରୀ ପଣ୍ଡିତ ୧୩ ଡିସେମ୍ବର ଦିନ ଭୁବନେଶ୍ବର ସ୍ଥିତ ପଠାଣି ସାମନ୍ତ ପ୍ଲାନେଟୋରିଅମ୍ ଠାରେ ଟାଟା ଷ୍ଟିଲ୍ ଦ୍ବାରା ଅନୁଷ୍ଠିତ ହୋଇଥିବା ୟଙ୍ଗ ଆଷ୍ଟ୍ରୋନୋମର୍ ଟ୍ୟାଲେଣ୍ଟ ସର୍ଚ୍ଚ  ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ଓଡ଼ିଶାର ୬୦ଜଣ ପ୍ରତିଯୋଗୀଙ୍କ ମଧ୍ୟରୁ ଚୟନିତ ହୋଇ ଶ୍ରେଷ୍ଠ ୩୦ ଜଣଙ୍କ ମଧ୍ୟରେ ସ୍ଥାନ ପାଇ ଓଡ଼ିଶାର ଖାଦ୍ୟ ଯୋଗାଣ , ଖାଉଟି କଲ୍ୟାଣ ଓ ବିଜ୍ଞାନ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀଙ୍କ ନାମ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ଦ୍ବାରା ପୁରସ୍କୃତ ହୋଇଛନ୍ତି ତଥା ବେଙ୍ଗାଳୁରୁ ସ୍ଥିତ ଇସ୍ରୋ ମହାକାଶ ବିଜ୍ଞାନ କେନ୍ଦ୍ର ଭ୍ରମଣ କରିବା ପାଇଁ ଯୋଗ୍ୟତା ହାସଲ କରି ବିଦ୍ୟାଳୟ ପାଇଁ ଗୌରବ ଅର୍ଜନ କରିଛନ୍ତି। ତାଙ୍କର ଏଇ ବିରଳ ସଫଳତାରେ ବିଦ୍ୟାଳୟରେ ଆନନ୍ଦର ଲହରି ଖେଳି ଯାଇଛି। ବିଦ୍ୟାଳୟର ସମସ୍ତ ଆଚାର୍ଯ୍ୟ ଆଚାର୍ଯ୍ୟା ଓ ପରିଚାଳନା ସମିତିର ସମସ୍ତ ସଦସ୍ୟ ଓ ଉପଦେଷ୍ଟା ମାନେ ତାଙ୍କୁ ଅଭିନନ୍ଦନ ଜଣାଇବା ସଙ୍ଗେ ସଙ୍ଗେ ତାଙ୍କର ଉତ୍ତରୋତ୍ତର ଉନ୍ନତି କାମନା କରିଛନ୍ତି। ସେ ଆଚାର୍ଯ୍ୟ ଗୋପାଳ କୃଷ୍ଣ ପଣ୍ଡିତ ଓ ଶ୍ରୀମତୀ ସବିତା ପଣ୍ଡିତଙ୍କର କନ୍ୟା ଅଟନ୍ତି।

Leave A Reply

Your email address will not be published.