ନବରଙ୍ଗପୁର, ତା. ୧୪.୧୨.୨୦୨୫:ଅଶୋକ ସାହୁ,: ପର୍ଯଟନ ବିଭାଗ, ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶକ୍ରମେ ନବରଙ୍ଗପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ମିଶନ ଶକ୍ତି ସମ୍ମିଳନୀ କକ୍ଷରେ ବରିଷ୍ଠ ନାଗରିକ ତୀର୍ଥଯାତ୍ରୀମାନଙ୍କ ପାଇଁ ଏକ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଥିଲା।ଜିଲ୍ଲାକୁ ମିଳିଥିବା ୧୪୮ ଜଣଙ୍କ ଲକ୍ଷ୍ୟଧାର୍ଯ୍ୟ ମଧ୍ୟରୁ ୧୪୪ ଜଣ ବରିଷ୍ଠ ନାଗରିକ ସ୍ୱାସ୍ଥ୍ୟ ଦୃଷ୍ଟିକୋଣରୁ ଉପଯୁକ୍ତ ବୋଲି ବିବେଚିତ ହୋଇ ୦୫ ଜଣ ନୋଡାଲ ଅଧିକାରୀଙ୍କ ସହ ରାୟଗଡ଼ା ରେଳ ଷ୍ଟେସନ ଅଭିମୁଖେ ଯାତ୍ରା କରିଛନ୍ତି।ରାୟଗଡ଼ା ଠାରୁ ତୀର୍ଥଯାତ୍ରୀମାନେ ତା. ୧୫.୧୨.୨୦୨୫ ରିଖ ପ୍ରାତଃ ୧୦.୦୦ ଘଟିକା ସମୟରେ ରାମେଶ୍ୱରମ ଓ ମଦୁରାଇ ତୀର୍ଥକ୍ଷେତ୍ର ଅଭିମୁଖେ ଯାତ୍ରା କରିବେ।ଉକ୍ତ କାର୍ଯ୍ୟକ୍ରମରେ ମାନ୍ୟବର ଗଣଶିକ୍ଷା, ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ ବିଭାଗ ମନ୍ତ୍ରୀ ମୁଖ୍ୟ ଅତିଥି ରୂପେ ଉପସ୍ଥିତ ରହି ତୀର୍ଥଯାତ୍ରାର ଶୁଭାରମ୍ଭ କରିବା ସହିତ ତୀର୍ଥ ଯାତ୍ରୀ ମାନଙ୍କ ଉତ୍ସାହ କୁ ଦ୍ଵିଗୁଣିତ କରିଥିଲେ, ଏହି ଅବସରରେ ମାନ୍ୟବର ବିଧାୟକ ନବରଙ୍ଗପୁର ଗୌରୀ ଶଙ୍କର ମାଝୀ, ଜିଲ୍ଲାପାଳ ଡ଼ ମହେଶ୍ୱର ସ୍ୱାଇଁ,ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ଶେଖର ସାହୁ ଓ ଭାରପ୍ରାପ୍ତ ପର୍ଯଟନ ଅଧିକାରୀ ଘାସିଆ ହରିଜନ ସହ ଅନ୍ୟାନ୍ୟ ପଦାଧିକାରୀମାନେ ଉପସ୍ଥିତ ଥିଲେ। ଏହି ଯୋଜନା ମାଧ୍ୟମରେ ଜିଲ୍ଲାର ଗରିବ ଓ ଅସହାୟ ବରିଷ୍ଠ ନାଗରିକମାନଙ୍କ ପାଇଁ ଏକ ଅମୂଲ୍ୟ ଆଧ୍ୟାତ୍ମିକ ତୀର୍ଥଯାତ୍ରାର ସୁଯୋଗ ସୃଷ୍ଟି ହୋଇଛି।
Sign in
Sign in
Recover your password.
A password will be e-mailed to you.