ବାଇକ ଧକକା ରେ ଯୁବକ ର ମୃତ୍ୟୁ

0

ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦା ଉଦଳା ରାଜ୍ୟ ରାଜପଥର ପୁରୁଣାପାଣି ଛକ ନିକଟରେ ଗତକାଲି ରାତ୍ରୀ ରେ ଏକ ରାସ୍ତା ଦୂର୍ଘ୍ରଟଣାରେ ଜଣେ ଯୁବକରେ ମୃତ୍ୟୁୁ ଘଟିଅଛି । ମୃତକ ଯୁବକ ଜଣକ ହେଲେ ଉକ୍ତ ଥାନା ଅନ୍ତର୍ଗତ ଜାମହଦ ଗ୍ରାମର ସନ୍ୟାସୀ ବଗାଳ ଙ୍କ ପୁଅ ଦିଲୀପ ବଗାଳ (୨୧) । ଗତକାଲି ରାତ୍ରୀ ପ୍ରାୟ ୧୦.୩୦ ମିନିଟ ରୁ ୧୧ ଟା ପାଖାପାଖି ଦିଲୀପ ଚାଲି ଚାଲି ପୁରୁଣାପାଣି ପଟୁ ନିଜ ଘରକୁ ଫେରୁଥିବାବେଳେ ଏକ ବାଇକ (ହିରୋ ଗ୍ଲାମର) ପଛପଟୁ ଧକକା ଦେବାଫଳରେ ଉଭୟ ବାଇକ ଆରୋହୀ ଏବଂ ପଥଚାରୀ ରାସ୍ତା କଡକୁ ଛିଟିକି ପଡିଥିଲେ । ପୋଲିସ ସହାୟତାରେ ଉଭୟ ଙ୍କୁ ଡାକ୍ତରଖାନା ନିଆଯାଇଥିଲା । ତେବେ ଗୁରୁତ୍ତର ଦିଲୀପ ଙ୍କୁ ଡୁକୁରା ଡାକ୍ତରଖାନାରେ ମୃତ ଘୋଷଣା କରାଯାଇଥିବାବେଳେ ବାଇକ ଆରୋହୀ  ଉଦଳା ଥାନା ଅନର୍ଗତ ୧୦ ନମ୍ବର ଓାର୍ଡର ସାମର୍ଥ ସ୍ରୂପ ପଣ୍ଡା ଙ୍କୁ ପ୍ରଥମେ ଖୁଣ୍ଟା ପରେ ଅବସ୍ଥା ସଙ୍କଟାପୂନ୍ନ ହେବାରୁ ବାଲେଶ୍ୱର ପଠାଯାଇଅଛି । ପୋଲିସ ଥାନାରେ ଏକ ମାମଲା ରୁଜୁ କରିବାସହ ମୃତଦେହକୁ  ଜବତକରି ବ୍ୟବଛେଦ ନିମନ୍ତେ ପଠାଇଥିବାବେଳେ ବାଇକ ଟିକୁ ଜବତ କରିଅଛି ।

 

Leave A Reply

Your email address will not be published.