ଓଡ଼ଗାଁ,୧୦।୧୨(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ତହସିଲ କୋମଣ୍ଡ ରାଜସ୍ବ ଅଞ୍ଚଳ କୋମଣ୍ଡ ଠାରେ ଗଢ଼ିଉଠିଥିବା ବହୁମୁଖୀ ଶିଳ୍ପ ତାଲିମ କେନ୍ଦ୍ର ଶ୍ରୀପଲ୍ଲୀଟେକନିକ ଚତୁଃପାର୍ଶ୍ଵ ଜବର ଦଖଲ ଜମିର ୧୦ ତାରିଖ ବୁଧବାର ମାପଚୁପ ଆରମ୍ଭ ହୋଇଛି । କୋମଣ୍ଡ ମକରପଦା ଗ୍ରାମବାସୀଙ୍କ ଠାରୁ ଅଭିଯୋଗ କ୍ରମେ ତହସିଲଦାରଙ୍କ ନିର୍ଦ୍ଦେଶରେ ଡିସେମ୍ବର ୧୦ ତାରିଖ ମାପଚୁପ ପାଇଁ ଦିନ ଧାର୍ଯ୍ୟ ହୋଇଥିଲା । ଆଜି ମାଜିଷ୍ଟ୍ରେଟ ଭାବେ ଅତିରିକ୍ତ ତହସିଲଦାର ଜି ଶ୍ରୀନୁଙ୍କ ଉପସ୍ଥିତିରେ ଶିଳ୍ପ ତାଲିମ କେନ୍ଦ୍ର ଦ୍ବାରା ଜବରଦଖଲ ହୋଇଥିବା ଜମିର ମାପଚୁପ କାର୍ଯ୍ୟ ଆରମ୍ଭ ହୋଇଥିଲା । ମାପଚୁପ ନିମନ୍ତେ ସ୍ଥାନୀୟ ଆର ଆଇଙ୍କୁ ମିଶାଇ ଦୁଇଜଣ, ଜଣେ ସୁପରଭାଇଜର ଏବଂ ଜଣେ ଅମିନଙ୍କ ସହାୟତାରେ ମାପଚୁପ କାର୍ଯ୍ୟ ଆରମ୍ଭ ହୋଇଥିଲା ବେଳେ ଶାନ୍ତିଶୃଙ୍ଖଳା ପାଇଁ ଓଡ଼ଗାଁ ଆଦର୍ଶ ଥାନା ଆଇଆଇସି ଅଭୟ ବେହେରାଙ୍କ ଦ୍ବାରା ପୋଲିସ କର୍ମଚାରୀ ମୁତୟନ ରହିଥିଲେ । ପ୍ରଥମ ଦିନରେ ଅନୁଷ୍ଠାନ ସମୁଖ ଭାଗ ଜବରଦଖଲ ନାଳ ପାଇଁ ମାପଚୁପ ହୋଇଥିଲା । ପ୍ରାୟ ୫ ଏକର ପରିମିତ ଏହି ନାଳଟି ବେଆଇନ ଜବରଦଖଲ ହୋଇଥିବା ପ୍ରାଥମିକ ଭାବେ ଜଣାପଡ଼ିଥିବା ବେଳେ ଏହାରି ଉପରେ ରହିବା ଘରଠାରୁ ରୋଷେଇ ଘର ପର୍ଯ୍ୟନ୍ତ ବିଭିନ୍ନ ବେଆଇନ ନିର୍ମାଣ ହୋଇଥିବା ଜଣାପଡିଛି । ଆସନ୍ତା ୧୨ ତାରିଖ ଶୁକ୍ରବାର ଦିନ ପରବର୍ତ୍ତୀ ମାପ ପାଇଁ ଦିନ ସ୍ଥିର କରାଯାଇଛି । ମାପଚୁପ ସମ୍ପୁର୍ଣ୍ଣ ହେଲେ ପ୍ରକୃତ ଜବରଦଖଲ ଓ ଜମିର ପରିମାଣ ଜଣାପଡ଼ିବ । ସୂଚନା ଅନୁସାରେ କୋମଣ୍ଡ ମକରପଦା ଠାରେ ଗଢ଼ି ଉଠିଥିବା କୋମଣ୍ଡ ଶିଳ୍ପ ତାଲିମ କେନ୍ଦ୍ର, ଡିପ୍ଲୋମା କଲେଜ୍ (ଶ୍ରୀପଲ୍ଲୀଟେକନିକ୍) ଏବଂ ସଚ୍ଚିଦାନନ୍ଦ ସେବାଶ୍ରମ ଚତୁଃପାର୍ଶ୍ଵରେ ଥିବା ପ୍ରାୟ ୩୦ ଏକରରୁ ଉର୍ଦ୍ଧ୍ବ ପରିମାଣର ସରକାରୀ ଜାଗା ଓ ଜମିକୁ ଚଞ୍ଚକତା କରି ଜବର ଦଖଲ କରିଥିବା ନେଇ ସ୍ଥାନୀୟ ଗ୍ରାମବାସୀ ଚଳିତ ବର୍ଷ ନଭେମ୍ବର ମାସ ୩ ତାରିଖରେ ଓଡ଼ଗାଁ ତହସିଲଦାରଙ୍କ କାର୍ଯ୍ୟାଳୟରେ ଅଭିଯୋଗ କରିଥିଲେ । ତଦନୁଯାୟୀ ଡିସେମ୍ବର ମାସ ୨ ତାରିଖରେ ଜବରଦଖଲ ଅଭିଯୋଗ ଜାଗାର ସରଜମିନ ମାପ କରାଯାଇ ଚିହ୍ନଟ ହେବ ବୋଲି ତହସିଲ ଅଫିସ କାର୍ଯ୍ୟାଳୟରୁ ନଭେମ୍ବର ୨୫ ତାରିଖରେ ନୋଟିସ ଜାରି ହୋଇଥିଲା । ଏବଂ ଧାର୍ଯ୍ୟ ସମୟ ଡିସେମ୍ବର ୦୨ ତାରିଖକୁ ଗ୍ରାମବାସୀ ଅପେକ୍ଷା କରି ରହିଥିବା ବେଳେ ଶେଷ ମୁହୂର୍ତ୍ତରେ ଏହାକୁ ବାତିଲ୍ କରାଯାଇଥିଲା । ଫଳରେ ଗ୍ରାମବାସୀମାନେ ମିଳିତ ହୋଇ ତହସିଲଦାର ଅଫିସରେ ପହଁଞ୍ଚି ଏନେଇ ଯୋରଦାର ହୋହଲ୍ଲା କରିବା ପରେ ଘଟଣାସ୍ଥଳରେ ନିଜେ ତହସିଲଦାର ପହଁଞ୍ଚି ଘଟଣାକୁ ଅନୁଧ୍ୟାନ କରି ଡିସେମ୍ବର ୧୦ ତାରିଖ ବୁଧବାର ଦିନକୁ ମାପଚୁପ ପାଇଁ ଧାର୍ଯ୍ୟ କରିଥିଲେ ।
Sign in
Sign in
Recover your password.
A password will be e-mailed to you.
Prev Post
Next Post