ପୁରୀ, (ଅନିମେଶ ପଟ୍ଟନାୟକ): ପୁରୀ ପୁଲିସ ଦ୍ୱାରା ମଦ୍ୟପାନ କରି ଗାଡ଼ି ଚାଳନା ବିରୋଧରେ କାଯ୍ୟନୁଷ୍ଠାନ ଅଭିଯାନରେ ମୋଟ ୫୯୫ ଗାଡ଼ିକୁ ଜେରା ସହ, ୫୯୫ ଚାଳକ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।ପୁରୀ ପୁଲିସ ଦ୍ୱାରା ଏହି ମଦ୍ୟପାନ କରି ଗାଡ଼ି ଚାଳନା ବିରୋଧରେ ଅଭିଯାନ ଚାଲୁଅଛି। ଜନସାଧାରଣଙ୍କ ଜୀବନ ଓ ସୁରକ୍ଷାକୁ ସର୍ବପ୍ରଥମ ଗୁରୁତ୍ୱ ଦେଇ ପୁରୀ ପୁଲିସ ମଦ୍ୟପାନରେ ଲିପ୍ତ ଚାଳକଙ୍କୁ ଚିହ୍ନଟ କରି କାନୁନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି।ଏହି ବର୍ଷ (୨୦୨୫) ମଧ୍ୟରେ ସର୍ବମୋଟ ୫୯୫ ଗାଡ଼ିକୁ ଜୋରିମାନା ଏବଂ ୫୯୫ ଚାଳକ ବିରୋଧରେ ମୋଟର ଭେଇକିଲସ ଆକ୍ଟ ଅନୁସାରେ କେଶ କରାଯାଇଛି। ମଦ୍ୟପାନ କରି ଯାନବାହନ ଚାଳନାକୁ ରୋକିବା ପାଇଁ ସିଟି ସବ ଡିଭିଜନରେ ଗୁରୁତ୍ୱପୂର୍ଣ୍ଣ ଯୋଜନା ଅନୁସାରେ ନିୟମିତ ଚେକିଂ ଚାଲିଥିଲା। ଯାହା ଦ୍ୱାରା ବିଭିନ୍ନ ଥାନାରେ ମୋଟ ୩୨୭ ଟି ଗାଡ଼ିକୁ ଜୋରିମାନା କରାଯାଇଛି। ସେମାନଙ୍କ ମଧ୍ୟରେ ସିଂହଦ୍ୱାର ଥାନା ୦୨, ଟାଉନ ଥାନା ୧୦, ସମୁଦ୍ରକୂଳ ଥାନା ୩୩, ବାସେଳୀସାହି ଥାନା ୧୯, ବଳିଆପଣ୍ଡା ଥାନା ୩୨, ତାଳବଣିଆ ଥାନା ୩୮, କୁମ୍ଭାରପଡା ଥାନା ୩୮, ଟ୍ରାଫିକ ଥାନା ୧୫୫ ସଦର ଅଞ୍ଚଳରେ ମଦ୍ୟପାନ କରି ଗାଡ଼ି ଚାଳନା ବିରୋଧରେ ଉଦ୍ୟମଶୀଳ ଅଭିଯାନ ଚାଲିଥିଲା। ଯେଉଁଠାରେ ୧୩୧ ଟି ଗାଡ଼ିକୁ ଜୋରିମାନା କରାଯାଇଛି ଯାହା ଅରଖକୁଦା ସାମୁଦ୍ରିକ ଥାନା ୦୧, କୃଷ୍ଣପ୍ରସାଦ ଥାନା ୧୪, ସଦର ଥାନା ୩୪, ପେଣ୍ଠକଟା ସାମୁଦ୍ରିକ ଥାନା ୧୧, ବ୍ରହ୍ମଗିରି ଥାନା ୭୧
ନିମାପଡା ସବ ଡିଭିଜନ ରେ ୧୧୧ ଟି ଗାଡ଼ିକୁ ଜୋରିମାନା କରାଯାଇଛି ଯାହା ଚାରିଛକ ଥାନା ୨୯, କାକଟପୁର ଥାନା ୧୧, ଅସ୍ତରଙ୍ଗ ଥାନା ୦୭, କୋଣାର୍କ ଥାନା ୧୩, ରାମଚଣ୍ଡୀ ଥାନା ୦୭, ଗୋପ ଥାନା ୨୨, ନିମାପଡ଼ା ଥାନା ୦୮, ଚନ୍ଦ୍ରଭାଗା ସାମୁଦ୍ରିକ ଥାନା ୧୪ ପିପିଲି ସବ ଡିଭିଜନରେ ମୋଟ ୨୬ ଟି ଗାଡ଼ିକୁ ଜୋରିମାନା କରାଯାଇଛି ଯାହା ପିପିଲି ଥାନା ୦୭, ସତ୍ୟବାଦୀ ଥାନା ୧୪, ଡେଲାଙ୍ଗ ଥାନା ୦୪, ବଳଙ୍ଗା ଥାନା ୦୧ପୁରୀ ଜିଲ୍ଲାର ସମସ୍ତ ଚାରିଟି ସବ ଡିଭିଜନ ମିଶି ସର୍ବମୋଟ ୫୯୫ ଗାଡ଼ି ସହ ଓ ୫୯୫ ଚାଳକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରାଯାଇଛି ୫୯୫ ଟି ଯାନ ଜବତ କରାଯାଇଛି। ପୁରୀ ପୁଲିସ ମଦ୍ୟପାନ କରି ଗାଡ଼ି ଚାଳନାକୁ କେବେବି ସହ୍ୟ କରିବ ନାହିଁ ଏବଂ ଜୀବନ ଜୀବିକାକୁ ସୁରକ୍ଷିତ ରଖିବା ପାଇଁ ପ୍ରତିବଦ୍ଧ।ପୁରୀ ଏସପି ପ୍ରତୀକ ସିଂହଙ୍କ କହିଛନ୍ତି ମଦ୍ୟପାନ କରି ଯାନବାହନ ଚାଳନା ହେଉଛି ଏକ ଗୁରୁତର ଅପରାଧ ଏବଂ ଏଥିରୁ ଅନ୍ୟମାନଙ୍କ ଜୀବନ ବିପଦଗ୍ରସ୍ତ ହୁଏ। ପୁରୀ ପୁଲିସ ଏପରି ଅପରାଧକୁ ଦୃଢ଼ କାର୍ଯ୍ୟାନୁଷ୍ଠାନ କରିବ ଏବଂ ଏହିପରି ଅଭିଯାନ ଅଗାମୀ ଦିନରେ ଆହୁରି ଜୋରଦାର ହେବ। ଜନସାଧାରଣଙ୍କୁ ଅନୁରୋଧ ଦୟାକରି ମଦ୍ୟପାନ କରି କେବେବି ଡ୍ରାଇଭ୍ କରନ୍ତୁ ନାହିଁ।ନିଜ ଓ ଅନ୍ୟଙ୍କ ଜୀବନକୁ ସୁରକ୍ଷିତ ରଖନ୍ତୁ। ପୁଲିସଙ୍କ ଚେକିଂ ସମୟରେ ସହଯୋଗ କରନ୍ତୁ । କୌଣସି ବ୍ୟକ୍ତି ମଦ୍ୟପାନ କରି ଗାଡ଼ି ଚାଳାଉଥିବା ଦେଖିଲେ ୧୧୨ କୁ ତଥ୍ୟ ଦିଅନ୍ତୁ।
Sign in
Sign in
Recover your password.
A password will be e-mailed to you.