ବଡ଼ବିଲରୁ ୭ ନାବାଳକ ନାବାଳିକା ଉଦ୍ଧାର

0

ବଡ଼ବିଲ(ଚିତ୍ତ ରଞ୍ଜନ କର)

 ଗତକାଲି ବଡ଼ବିଲ ତହସିଲ ଅଫିସ ନିକଟସ୍ଥ ଗୋପବନ୍ଧୁ ଛକ ନିକଟରୁ ୭ ଜଣ ନାବାଳକ ଓ ନାବାଳିକାଙ୍କୁ ବଡ଼ବିଲ ପୋଲିସ ଉଦ୍ଧାର କରିଛି। ଗତକାଲି ରାତି ପ୍ରାୟ ୧୦ତାରେ ପୋଲିସ  ଟିମ ପାଟ୍ରୋଲିଂ କରୁଥିବା ସମୟରେ ଏହି ୭ ଜଣଙ୍କୁ ଛିଡା ହୋଇଥିବାର ଦେଖିଥିଲେ। ସମସ୍ତେ ଭଦ୍ରାସାହି ଅଂଚଳର ହୋଇଥିବା ଜଣାପଡିଥିଲା। ରାତିରେ ସମସ୍ତଙ୍କୁ ବଡ଼ବିଲ ଥାନାରେ ରଖାଯିବାପରେ ଆଜି ସମସ୍ତ ଶିଶୁଙ୍କୁ ତାଙ୍କର ଘରେ ନେଇ ପହଞ୍ଚାଇ ଥିଲା ପୋଲିସ। ତେବେ ଉଦ୍ଧାର ଶିଶୁଙ୍କ ମଧ୍ୟରେ ଜଣେ ୩ ବର୍ଷର ହୋଇଥିବା ବେଳେ ଜଣେ ୧୦ ବର୍ଷର ବାଳିକା ଥିବା  ଥାନାଧିକାରୀ ଅନିଲ ପ୍ରଧାନ ସୂଚନା ଦେଇଛନ୍ତି। କିଛି ଦିନ ପୂର୍ବେ ସମାନ ଢଙ୍ଗରେ ବଡ଼ବିଲ ପୁରୁଣା ବସାଷ୍ଟାଣ୍ଡରୁ କିଛି ଶିଶୁଙ୍କୁ ଉଦ୍ଧାର କରିଲା ପୋଲିସ। ଖଣି ଅଂଚଳରେ ଏହିପରି ଭାବେ ନିଶା କରି  ଏଣେତେଣେ ବୁଲୁଥିବା କିଛି ଶିଶୁଙ୍କୁ ଦେଖିବାକୁ ମିଳୁଛି। ଏମାନଙ୍କ ମଧ୍ୟରୁ ଅନେକ ଡେଣ୍ଡରାଇଟ ପରି ମାରାତ୍ମକ ନିଶାରେ ଅଭ୍ୟସ୍ତ। ସମାଜର ଏ ଅବହେଳିତ ଶିଶୁ ଆଗକୁ ଯାଇ ଅପରାଧୀ ସାଜିବେ ବୋଲି ସାଧାରଣରେ ଆଶଙ୍କା ପ୍ରକାଶ ପାଉଛି। ଖଣି ଅଞ୍ଚଳର ଏହି ଅବହେଳିତ ଶିଶୁମାନଙ୍କୁ ଥଇଥାନ କରିବା ସହ ଶିକ୍ଷା, ସ୍ୱାସ୍ଥ୍ୟ ନିମନ୍ତେ ସରକାର ବ୍ୟବସ୍ଥା କରିବା ଉଚିତ।

Leave A Reply

Your email address will not be published.