ବଂଶପାଳ ବ୍ଲକ୍ ହୋ ଭାଷା କ୍ରିୟାନୁଷ୍ଠାନ କମିଟି ଗଠିତ

3

କେନ୍ଦୁଝର,ତା୧୦/୧୨- ଅଖିଳ ଭାରତୀୟ ହୋ ଭାଷା କ୍ରିୟାନୁଷ୍ଠାନ କମିଟି ତରଫରୁ ବିର୍ସା ମୁଣ୍ଡା ହୋ ସମାଜ ମାର୍ଶାଲ ଅକାଳାର ଉପସଭାପତି ଶ୍ରୀ ଦୁଃଖବନ୍ଧୁ ବାଲମୁଚୁଙ୍କ ସଭାପତିତ୍ବରେ ବାଂଶପାଳ ବ୍ଲକ୍ କମିଟି ଗଠନ କରାଯାଇଛି । ହୋ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁସୂଚୀରେ ସାମିଲ,ହୋ ଭାଷାକୁ ଦ୍ଵିତୀୟ ରାଜଭାଷାର ମାନ୍ୟତା,କୋଲ କ୍ଲୋହ,ମୁଣ୍ଡା,ହୋ ଜାତିକୁ ସରକାରୀ ସ୍ତରରେ କେବଳ ହୋ ଜନଜାତି ରୂପେ ବିବେଚିତ କରିବା,୮୦ ଭାଗରୁ ଅଧିକ ହୋ ଜନଜାତି ପଢୁଥିବା ପ୍ରାଥମିକ ବିଦ୍ୟାଳୟରେ ହୋ ଶିକ୍ଷକ ନିଯୁକ୍ତି ଆଦି ଦାବୀ ନେଇ ପଲ୍ଲୀ ଠାରୁ ରାଜ୍ୟ ପର୍ଯ୍ୟନ୍ତ ସରକାରଙ୍କୁ ବିଶାଳ ଗଣଧାରଣା ମାଧ୍ୟମରେ ଆସନ୍ତା ତା୧୨/୧୨/୨୦୨୫ରିଖ ଦିନ ବିଧାନସଭାର ଲୋୟର ପିଏମଜି ଠାରେ ଆଦିବାସୀ ହୋ ସମାଜ ତରଫରୁ ରଣହୁଙ୍କାର ପାଇଁ ପ୍ରସ୍ତୁତ ରଖି ବ୍ଲକ୍ ସ୍ତରରେ କମିଟି ଗଠନ କରାଯାଇଛି। କମିଟିର ସଭାପତି ଶ୍ରୀ ସୁକ୍ରା ମୁଣ୍ଡା, ଉପସଭାପତି ଶ୍ରୀ ଧର୍ମୁ ସିଦୁ ,ଶ୍ରୀ ସାହେବ୍ ବଦରା, କାର୍ଯ୍ୟକାରୀ ସଭାପତି ଶ୍ରୀ ସଞ୍ଜୟ ତପାନଃ,ସମ୍ପାଦକ ଶ୍ରୀ ଘାସି ଗାଗରାଇ, ସାଙ୍ଗଠନିକ ସମ୍ପାଦକ ସମାର ସାଏ ,କୋଷାଧ୍ୟକ୍ଷ ଶ୍ରୀ ବିଭୀଷଣ ଶିର୍କା ମନୋନୀତ ହୋଇଛନ୍ତି।କମିଟି ପ୍ରତ୍ୟେକ ସାହି,ପଡାରେ,ଗାଁ, ପଞ୍ଚାୟତ,ବ୍ଲକ୍ ମାନଙ୍କରେ ଜନ ସଚେତନତା ସୃଷ୍ଟି କରିବ ବୋଲି ସେମାନେ ସୂଚନା ଦେଇଛନ୍ତି। ବେଟାନାବୁ ଭୁବନେଶ୍ୱର ୨.୦କୁ ଅଧିକ କ୍ରିୟାଶୀଳ କରିବା ପାଇଁ ରାଜ୍ୟ କମିଟିର ଆହ୍ବାନକୁ ଶତ ପ୍ରତିଶତ କାର୍ଯ୍ୟକ୍ଷମ କରିବ ବୋଲି ନିଷ୍ପତି ନିଆଯାଇଛି। କମିଟି ଗଠନ ପରେ ସଭାରେ ଜିଲ୍ଲା ସାଂଗଠନିକ ସମ୍ପାଦକ ଶିବ ପୂର୍ତ୍ତି ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.