ଅଜଣା ଗାଡ଼ି ଧକ୍କାରେ ବୃଦ୍ଧଙ୍କର ମୃତ୍ୟୁ।

3

( କୈଳାଶ ଚନ୍ଦ୍ର ଚୌଧୁରୀ, ବ୍ରହ୍ମପୁର): ହିଞ୍ଜିଳି ଥାନା ଅନ୍ତର୍ଗତ ମକରଝୋଳ ନିକଟସ୍ଥ ଶଙ୍କର ଚକ୍ଷୁ ଚିକିତ୍ସାଳୟ ସାମ୍ନାରେ ଏକ ଅଜଣା ଗାଡ଼ି ରାସ୍ତା ରେ ଚାଲି ଚାଲି ଯାଉଥିବା ଜଣେ ବୃଦ୍ଧଙ୍କୁ ଧକ୍କା ଦେଇ ଘଟଣାସ୍ଥଳରୁ ଚମ୍ପଟ୍ ମାରିଛି। ଗୁରୁତର ଆହତ ଅବସ୍ଥାରେ ବୃଦ୍ଧ ଜଣକ ରାସ୍ତା କଡ଼ରେ ପଡ଼ିଥିବା ବେଳେ ସ୍ଥାନୀୟ ଲୋକେ ୧୦୮ ଆମ୍ବୁଲାନ୍ସ ଯୋଗେ ଚିକିତ୍ସା ପାଇଁ ହିଞ୍ଜିଳି ଡାକ୍ତରଖାନାକୁ ପଠାଇ ଥିଲେ। କିନ୍ତୁ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଖବର ପାଇ ପୋଲିସ ଡାକ୍ତରଖାନାରେ ପହଞ୍ଚି ଶବ ଜବତ କରିବା ସହ ଘଟଣାସ୍ଥଳରେ ସଂଯୋଗ ହୋଇଥିବା ସିସିଟିଭି ଫୁଟେଜ କ୍ୟାମେରା ମାଧ୍ୟମରେ ଦୁର୍ଘଟଣା ଘଟାଇଥିବା ଗାଡ଼ିର ଅନୁସନ୍ଧାନ ଚଳାଇଛନ୍ତି। ଅନ୍ୟ ପକ୍ଷରେ ବର୍ତ୍ତମାନ ସୁଦ୍ଧା ମୃତ ବ୍ୟକ୍ତିଙ୍କ ପରିଚୟ ମିଳିନାହିଁ। ଆଜି ଶବ ବ୍ୟବଚ୍ଛେଦ ପରେ ବୃଦ୍ଧ ଜଣଙ୍କର ପରିବାର ବର୍ଗଙ୍କ ଅନୁସନ୍ଧାନ କରିବା ସହ ଦୁର୍ଘଟଣା ଗ୍ରସ୍ତ ଗାଡ଼ି କୁ ଯଥା ଶୀଘ୍ର ଧରାଯିବ ବୋଲି ପୋଲିସ ଠାରୁ ପ୍ରକାଶ।

Leave A Reply

Your email address will not be published.