ଓଡ଼ଗାଁ, (ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ରୁ ଭଞ୍ଜନଗର ୨୧ ନମ୍ବର ରାଜ୍ୟ ରାଜପଥର ଓଡ଼ଗାଁ ଠାରୁ ମାତ୍ର ୫ କିଲୋମିଟର ଦୂର କୋମଣ୍ଡ କଇଁଆଖାଲ ମୋଡ଼ ପୂର୍ବରୁ ସନ୍ଦେହ ଜନକ ଅବସ୍ଥାରେ ଥିବା ଖବର ପାଇ ଏକ ପିକ୍ଅପ୍ ଭ୍ୟାନ ଓଡି ୦୭ଏ ଏମ୍ ୪୯୨୮ ପିକ୍ଅପ୍ ଭ୍ୟାନକୁ ଜବତ୍ କଲା ବେଳେ ନିକଟରେ ପଡିଥିବା ଏକ ବଳିଷ୍ଠ ମୃତ ଗାଈର ଶବକୁ ଜବତ କରିଥିଲେ । ଠିକ୍ ଅପ୍ ଭ୍ୟାନଟିକୁ ଥାନା ପରିସରରେ ରଖାଯାଇଥିବା ବେଳେ ବ୍ୟବଛେଦ ପରେ ଗାଈର ଶବକୁ ପୋତି ଦିଆଯାଇଥିଲା । ପିକ୍ ଅପ୍ ଭ୍ୟାନଟି ସ୍ବତନ୍ତ୍ର ଭାବେ ଗାଈ ଗୋରୁ ଚାଲାଣ ପାଇଁ ନିର୍ମାଣ ହୋଇଥିବା ଡାଲାରୁ ଜଣାପଡୁଥିଲା । ଗୋବର ପଡ଼ି ଡାଲାର ତଳଭାଗ ଅପରିଷ୍କାର ରହିଥିବା ବେଳେ ଅନେକ ଗୁଡାଏ ପଘା ପଡ଼ିଥିଲା । କିଛିଲୋକ ଗାଡ଼ିର ଚକା ଖୋଲି ଚକା ଲଗାଉଥିବା ଦେଖିଛନ୍ତି ବୋଲି ସ୍ଥାନୀୟ ଲୋକେ କହନ୍ତି । ଏବଂ ଠିକ୍ ଅପ୍ ଭ୍ୟାନର ସାମ୍ନା କାଚ ସମ୍ପୁର୍ଣ୍ଣ ଭାବେ ଭାଙ୍ଗି ଯାଇଥିଲା । ଅପରପକ୍ଷରେ ଗାଇର କାନରେ ଲାଗିଥିବା ନୋଳିରୁ ଗାଈଟି ଓଡ଼ଗାଁ ଥାନା ଅନ୍ତର୍ଗତ ସାକିରିନିକଟ ପାଣି ବନ୍ଧ ଗାଆଁର କୌଣସି ଜଣେ ବ୍ୟକ୍ତିଙ୍କର ବୋଲି ଜଣାଯାଇଥିଲେ ହେଁ ନୋଳିଟି ୨୦୧୫ ମସିହାର ହୋଇଥିବାରୁ ଗାଈଟି ଅନ୍ୟ କୌଣସି ମାଲିକଙ୍କର ହୋଇଥାଇପାରେ ବୋଲି ସନ୍ଦେହ ଉପୁଜିଛି । ପାରିପାର୍ଶିକ ପରିସ୍ଥିତିକୁ ନେଇ ଓଡ଼ଗାଁ ପୋଲିସ ତଦନ୍ତ ଚଳାଇଛନ୍ତି । ତଦନ୍ତ ପରେ ଘଟଣାର ପ୍ରକୃତ ସତ୍ୟାସତ୍ୟ ଜଣାପଡ଼ିବ ।
Sign in
Sign in
Recover your password.
A password will be e-mailed to you.
Next Post