ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ସଂଘର୍ଷ ; ଛୁରା ମାଡ଼ରେ ଜଣେ ଛାତ୍ର ଗୁରୁତର

3


ବାରିପଦା(ଦିଲ୍ଲୀପ ମହାନ୍ତି) – ମୟୂରଭଞ୍ଜ ଜିଲ୍ଲା କୁଳିଅଣା ଥାନା ଅଧିନ ବାଇଗଣବାଡ଼ିଆ ବି.ବି ମହାବିଦ୍ୟାଳୟରେ ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇ ଜଣେ ଛାତ୍ରଙ୍କୁ ଛୁରାମାଡ଼ ହୋଇଛି । ଏଥିରେ ଛାତ୍ରଙ୍କ ଅନ୍ତବୁଜୁଳା ବାହାରକୁ ବାହାରି ଆସିଛି । ଗୁରୁତ୍ୱର ଛାତ୍ର ଜଣକ ହେଲେ ମହାବିଦ୍ୟାଳୟର ଯୁକ୍ତ ଦୁଇ ବାଣିଜ୍ୟ ବିଭାଗର ଦ୍ୱିତୀୟ ବର୍ଷ ଛାତ୍ର ରମେଶ ବିନ୍ଧାଣି(ଛଦ୍ମନାମ)। ଛୁରାମାଡ଼ କରିଥିବା ଛାତ୍ର ଜଣକ ହେଲେ ବାରିପଦା ସଦର ଥାନା ଅଧୀନ ଦାମୋଦରପୁର୍ ଗ୍ରାମର କୁମାର ବିଶ୍ବାଳ((ଛଦ୍ମନାମ)। କୁମାର ମଧ୍ୟ ବାଣିଜ୍ୟ ଦ୍ଵିତୀୟ ବର୍ଷ ଛାତ୍ର। ଅଭିଯୁକ୍ତ କୁ ଅଟକ ରଖି ତଦନ୍ତ ଜାରି ରଖିଛି ପୋଲିସ୍। ଘଟଣାକୁ ନେଇ କଲେଜ୍ ପରିସର ରେ ଉତ୍ତେଜନା ଦେଖାଦେଇଛି । ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ବ୍ୟାପକ ପୋଲିସ ମୁତୟନ କରାଯାଇଛି । ମହାବିଦ୍ୟାଳୟକୁ ତାଲା ପକାଇଲେ ଗ୍ରାମବାସୀ। ଭିତରେ ଅଧ୍ୟାପକ ଓ କର୍ମଚାରୀ ଅଟକ। ଗୁରୁତର ଛାତ୍ରଙ୍କୁ ଚିକିତ୍ସା ପାଇଁ କଟକ ସ୍ଥାନାନ୍ତର କରାଯାଇଛି । ତେବେ ଏହି ଛାତ୍ର ସଂଘର୍ଷ ଏକତରଫା ପ୍ରେମକୁ ନେଇ ହୋଇଥିବାର ଚର୍ଚ୍ଚା ହେଉଛି । ( ଉଭୟ ପୀଡିତ ଓ ଅଭିଯୁକ୍ତ ଛାତ୍ର ନାବାଳ(୧୭) ହୋଇଥିବାରୁ ତାର ନାମକୁ ଗୋପନ ରଖିଛୁ | ରକ୍ତାକ୍ତ ଫୋଟୋ ଥିଲେ ବି ଦେବାକୁ ଉଚିତ ମାନେ କରୁନାହୁଁ)

Leave A Reply

Your email address will not be published.