ଭୁବନେଶ୍ୱର, ୦୮ ଡିସେମ୍ବର, ୨୦୨୫: ଆର୍ସଲରମିତ୍ତଲ ନିପ୍ପନ ଷ୍ଟିଲ ଇଣ୍ଡିଆ (ଏଏମ୍ /ଏନ୍ଏସ୍ ଇଣ୍ଡିଆ) ଏହାର ପାରାଦ୍ଵୀପ ଏବଂ ଡାବୁନା ପ୍ଲାଣ୍ଟରେ ସଚେତନତା ଅଧିବେଶନ ଏବଂ ବୃକ୍ଷରୋପଣ କାର୍ଯ୍ୟକ୍ରମ ସହିତ ଜାତୀୟ ପ୍ରଦୂଷଣ ନିବାରଣ ଦିବସ ପାଳନ କରିଛି, ଯାହା ସ୍ଥାୟୀତ୍ୱ ଏବଂ ପରିବେଶ ସୁରକ୍ଷା ପ୍ରତି ଏହାର ପ୍ରତିବଦ୍ଧତାକୁ ପୁନଃପ୍ରତିପାଦିତ କରୁଛି।
ପାରାଦ୍ଵୀପ ପେଲେଟ୍ ପ୍ଲାଣ୍ଟରେ ଆୟୋଜିତ କାର୍ଯ୍ୟକ୍ରମରେ ପାରାଦ୍ଵୀପ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଏସପିସିବି)ର ଆଞ୍ଚଳିକ ଅଧିକାରୀ ଶ୍ରୀ ପୁଷ୍କର ଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବାବେଳେ ପାରାଦ୍ଵୀପ ଏସପିସିବିର ପରିବେଶ ଇଞ୍ଜିନିୟର ଶ୍ରୀ ଦିବ୍ୟଲୋଚନ ମହାପାତ୍ର ଏବଂ ଏଏମ୍ /ଏନ୍ଏସ୍ ଇଣ୍ଡିଆର ଅଧିକାରୀମାନଙ୍କ ସମେତ ପାରାଦ୍ଵୀପ ପେଲେଟ୍ ପ୍ଲାଣ୍ଟ, ସ୍ଲରି ପାଇପ ଲାଇନ ଓ ଏଏମ୍ /ଏନ୍ଏସ୍ ପୋର୍ଟ୍ସର ମୁଖ୍ୟ ଶ୍ରୀ ସି.ଏଚ. ହରିପ୍ରସାଦ, ପାରାଦ୍ଵୀପ କ୍ୟାପଟିଭ୍ ପାୱାର ପ୍ଲାଣ୍ଟର ମୁଖ୍ୟ ଶ୍ରୀ ରାଜଶ୍ରୀ ସିହ୍ନା, ଓଡିଶା ପରିବେଶ ବିଭାଗର ମୁଖ୍ୟ ଶ୍ରୀ ଶୁଭେନ୍ଦୁ କୁମାର ଦାଶ, ପାରାଦ୍ଵୀପ ପେଲେଟ୍ ପ୍ଲାଣ୍ଟ ପରିବେଶ ବିଭାଗର ପ୍ରବନ୍ଧକ ଶ୍ରୀ ଦେବଦତ୍ତ ଦାସ ଉପସ୍ଥିତ ଥିଲେ। ଏହି ଅବସରରେ ୧୦୦ରୁ ଉର୍ଦ୍ଧ କର୍ମଚାରୀ ଏବଂ ଅଂଶୀଦାରମାନେ ମଧ୍ୟ ଯୋଗ ଦେଇଥିଲେ।
ଏହି ଅବସରରେ, ଶ୍ରୀ ପୁଷ୍କର ଚନ୍ଦ୍ର ବେହେରା, ଭବିଷ୍ୟତ ପିଢ଼ିକୁ ସୁରକ୍ଷା ଦେବା ପାଇଁ ପ୍ରଦୂଷଣ ନିବାରଣର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ଶ୍ରୀ ଦିବ୍ୟଲୋଚନ ମହାପାତ୍ର ଏହି ଦିବସ ପାଳନର ଗୁରୁତ୍ୱ ଉପରେ ନିଜର ମନ୍ତବ୍ୟ ରଖିଥିଲେ। ଶ୍ରୀ ସି.ଏଚ୍. ହରିପ୍ରସାଦ ଏଏମ୍ /ଏନ୍ଏସ୍ ଇଣ୍ଡିଆ ଦ୍ୱାରା ପ୍ରଦୂଷଣ ହ୍ରାସ କରିବା ପାଇଁ ଉନ୍ନତ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲୋକପାତ କରିଥିବାବେଳେ ଶ୍ରୀ ରାଜଶ୍ରୀ ସିହ୍ନା ପାୱାର ପ୍ଲାଣ୍ଟରେ ନିର୍ଗମନ ହ୍ରାସ କରିବା ପାଇଁ ନିଆଯାଇଥିବା ପ୍ରମୁଖ ପଦକ୍ଷେପଗୁଡ଼ିକ ସମ୍ପର୍କରେ ସୂଚନା ଦେଇଥିଲେ। ଶ୍ରୀ ଶୁଭେନ୍ଦୁ କୁମାର ଦାଶ, ଭୋପାଳ ଗ୍ୟାସ୍ ଟ୍ରାଜେଡିରୁ ମିଳିଥିବା ଶିକ୍ଷା ଉପରେ ଆଲୋଚନା କରିବା ସହିତ ମାନବ ସଭ୍ୟତାକୁ ସୁରକ୍ଷା ଦେବା ପାଇଁ ପ୍ରଦୂଷଣ ହ୍ରାସ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ଏହି କାର୍ଯ୍ୟକ୍ରମ ପ୍ଲାଣ୍ଟ ପରିସରରେ ଏକ ବୃକ୍ଷରୋପଣ ଅଭିଯାନ ସହିତ ଶେଷ ହୋଇଥିଲା, ଯେଉଁଠାରେ ବିଶିଷ୍ଟ ବ୍ୟକ୍ତି ଏବଂ କର୍ମଚାରୀମାନେ ଉତ୍ସାହର ସହିତ ଅଂଶଗ୍ରହଣ କରିଥିଲେ, ଯାହା ଏକ ସବୁଜ ଭବିଷ୍ୟତ ପ୍ରତି ସାମୂହିକ ଦାୟିତ୍ୱର ପ୍ରତୀକ ଥିଲା।
ଡାବୁନା ବେନିଫିସିଏସନ୍ ପ୍ଲାଣ୍ଟରେ ସ୍ଥାୟୀତ୍ୱ ଏବଂ କର୍ମକ୍ଷେତ୍ର ଉତ୍କର୍ଷତା ଉପରେ ଧ୍ୟାନ ଦେଇ ଏକ ସଚେତନତା ଅଧିବେଶନ ମଧ୍ୟ ଆୟୋଜନ କରାଯାଇଥିଲା। କାର୍ଯ୍ୟକ୍ରମ ସମୟରେ, କର୍ମଚାରୀ ଏବଂ ସହଯୋଗୀ କର୍ମଚାରୀମାନଙ୍କୁ ବର୍ଜ୍ୟବସ୍ତୁ ସୃଷ୍ଟି ହ୍ରାସ କରିବା, ଜଳ ଏବଂ ବିଦ୍ୟୁତ ସଂରକ୍ଷଣ କରିବା, ବାୟୁ ଏବଂ ଜଳ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ପଦକ୍ଷେପ କାର୍ଯ୍ୟକାରୀ କରିବା ଏବଂ କାର୍ଯ୍ୟ କ୍ଷେତ୍ରରେ ହାଉସକିପିଙ୍ଗରେ ଉଚ୍ଚ ମାନଦଣ୍ଡ ବଜାୟ ରଖିବାରେ ସେମାନଙ୍କର ପ୍ରଶଂସନୀୟ ପ୍ରୟାସ ପାଇଁ ସମ୍ମାନିତ କରାଯାଇଥିଲା। ଅଧିବେଶନରେ କର୍ମଚାରୀ ଏବଂ ସହଯୋଗୀ କର୍ମଚାରୀଙ୍କ ସକ୍ରିୟ ଅଂଶଗ୍ରହଣ ସହିତ ଦୀର୍ଘକାଳୀନ ପରିବେଶଗତ ଦାୟିତ୍ୱ ସମ୍ପାଦନକୁ ସୁନିଶ୍ଚିତ କରିବା ପାଇଁ ସ୍ଥାୟୀ ଅଭ୍ୟାସ ଗ୍ରହଣ କରିବାର ଆବଶ୍ୟକତା ଉପରେ ମଧ୍ୟ ଗୁରୁତ୍ୱାରୋପ କରାଯାଇଥିଲା।
ଜାତୀୟ ପ୍ରଦୂଷଣ ନିବାରଣ ଦିବସ, ୧୯୮୪ ମସିହା ଭୋପାଳ ଗ୍ୟାସ ଦୁର୍ଘଟଣାର ପୀଡିତମାନଙ୍କ ସ୍ମୃତିରେ ପାଳନ କରାଯାଇଥାଏ। ଏହି ଦିବସ ପ୍ରଦୂଷଣ ନିୟନ୍ତ୍ରଣ ବିଷୟରେ ସଚେତନତା ବୃଦ୍ଧି, ସ୍ଥାୟୀ ଅଭ୍ୟାସକୁ ପ୍ରୋତ୍ସାହିତ କରିବା ଏବଂ ପରିବେଶକୁ ସୁରକ୍ଷା ଦେଉଥିବା ପଦକ୍ଷେପ ଗ୍ରହଣ କରିବାକୁ ଶିଳ୍ପ ଏବଂ ବ୍ୟକ୍ତିବିଶେଷଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଉତ୍ସର୍ଗୀକୃତ । ଏହିପରି ପଦକ୍ଷେପ ମାଧ୍ୟମରେ, ଏଏମ୍ /ଏନ୍ଏସ୍ ଇଣ୍ଡିଆ ପ୍ରଦୂଷଣ ହ୍ରାସ କରିବା ଏବଂ ଏକ ସ୍ଥାୟୀ ସମାଜ ଗଠନ ପାଇଁ ଏହାର ପ୍ରତିବଦ୍ଧତାକୁ ସୁଦୃଢ଼ କରିଚାଲିଛି।
Sign in
Sign in
Recover your password.
A password will be e-mailed to you.
Prev Post