ରାଜ୍ୟସ୍ତରରେ କନ୍ଧମାଳ ଜିଲ୍ଲା ରଗବି୍ ଦଳ ୪ର୍ଥ ସ୍ଥାନରେ 

0

କନ୍ଧମାଳ(ଗଗନ ପ୍ରଧାନ): କନ୍ଧମାଳ ଜିଲ୍ଲା ରଗବି୍ ଦଳ ୫ମ ରାଜ୍ୟ ସ୍ତରୀୟ ୭ଏ ପ୍ରତିଯୋଗିତାରେ ପ୍ରଥମ ଥର ଭାଗ ନେଇ  ୧୭ଟି ଜିଲ୍ଲା ମଧ୍ୟରୁ ୪ ସ୍ଥାନ ଅଧିକାର କରିଛନ୍ତି। ଉକ୍ତ ପ୍ରତିଯୋଗିତାରେ  ଲିଗ୍ ସ୍ତରରେ ପ୍ରଥମେ ନୟାଗଡ କୁ ୫ – ୦ରେ ପରାସ୍ତ କରି ଥିବା ସ୍ଥଳେ ଦିତୀୟ ମ୍ୟାଚରେ ଭ୍ୟୂବନେଶ୍ୱର ଠାରୁ ୪-୩ ରେ ପରାସ୍ତ , ହୋଇ ଗ୍ରୁପରେ ଦିତୀୟ ସ୍ଥାନ ସଂଗ୍ରହ କରି କ୍ୱାର୍ଟର ଫାଇନଲରେ ଯାଜପୁରକୁ ୪-୨ ରେ ପରାସ୍ତ କରି ସେମିଫାଇନଲରେ ଭୂବନେଶ୍ୱର ଠାରୁ ୩- ୪ ରେ ପରାସ୍ତ ହୋଇ ଚତୁର୍ଥ ସ୍ଥାନ ଅଧିକାର ପାଇଁ ମୟୁରଭଞ୍ଜ ସହ ଖେଳି 3-4 ବ୍ୟବଧାନରେ ପରାସ୍ତ ହୋଇ ଚତୁର୍ଥ ସ୍ଥାନ ଅଧିକାର କରିଥିବାରୁ ଜିଲ୍ଲାର କ୍ରୀଡ଼ା ପ୍ରେମୀ ଓ କନ୍ଧମାଳ ଜିଲ୍ଲା ରଗବି୍ ଆସୋସିଏସନର ସଭାପତି ରବିଚନ୍ଦ୍ର ପାଳ, ଉପ ସଭାପତି ଡଃ ଅଭିଜିତ ପଟ୍ଟନାୟକ, ସାଧାରଣ ସମ୍ପାଦକ ରାକେଶ କୋଠଦଳେଈ, ଯୁଗ୍ମ ସମ୍ପାଦକ ଅଶ୍ୱିନୀ ପାତ୍ର, କୋଷାଧ୍ୟକ୍ଷା ରେଶମା ଦିଗାଲ, ସଭ୍ୟ ସମ୍ପାଦକ ମହମ୍ମଦ୍ ଜିଆଉଦ୍ଦିନ, କାମାଖ୍ୟା ପ୍ରସାଦ ପ୍ରଧାନ, ଗୁଟିଗିଂଆ ସରପଞ୍ଚ  ହୃଦୟ ପ୍ରଧାନ, ପ୍ରଶିକ୍ଷକା ରସ୍ମିତା ସାହୁ, ଖେଳ ଶିକ୍ଷକ ଗଂଗା ପାତ୍ର, ଦେବବ୍ରତ ସିଂଦେଓ,ଜିଲ୍ଲା ସଭାପତି ସିପକ ଟାକ୍ରୋ ପ୍ରତାପ  ପ୍ରଧାନ , ଜିଲ୍ଲା ହେଣ୍ଡଵଲ ସଭାପତି ଚତୁର୍ଭୁଜ ସାହୁ, ଜିଲ୍ଲା ଫୁଟବଲ ଟେନିସ, ସଭାପତି ଅଶୋକ କୁମାର ପଟ୍ଟନାୟକ, ଜିଲ୍ଲା ବେସବଲ ସଭାପତି ଏସ କେ ସାଦିକ୍, ଉପ ସଭାପତି  କୁନି ମଲ୍ଲିକ ଖେଳାଳୀ ଓ ମେଜର ଧ୍ୟାନଚାନ୍ଦ  ସ୍ପୋଟସ୍ ଏଣ୍ଡ ଗେମସ୍ ଏକାଡେମୀ ଓ ସମସ୍ତ ପ୍ରୋତ୍ସାହନପ୍ରଦାନକାରୀ  ଅନୁଷ୍ଠାନର ସମସ୍ତ  ସଭ୍ୟା ସଭ୍ୟମାନଙ୍କୁ ଶୁଭେଚ୍ଛା ଜଣେଇବା ସହ ଉତ୍ତରୋତ୍ତର  କାମନା କରିଥିଲେ।

Leave A Reply

Your email address will not be published.