ଜଗନ୍ନାଥ ସଂସ୍କୃତି ଜ୍ଞାନ ଜାତୀୟ ସ୍ତରୀୟ ପରୀକ୍ଷାରେ ଓଡ଼ଗାଁ ବ୍ଳକର ଲିପ୍ସା ପ୍ରିୟଦର୍ଶିନୀ ପ୍ରଥମ, ଗାୟତ୍ରୀ ସାହୁ ଦ୍ବିତୀୟ
ଓଡ଼ଗାଁ,୭।୧୨(ଶ୍ରୀକାନ୍ତ କୁମାର ମିଶ୍ର): ଆନ୍ତର୍ଜାତୀୟ ଚାରଣ ଗୋଷ୍ଠୀ ପୁରୀ ଦ୍ବାରା ସଞ୍ଚାଳିତ ଜଗନ୍ନାଥ ଜ୍ଞାନ ସଂସ୍କୃତି ଜାତୀୟ ସ୍ତରୀୟ ପରୀକ୍ଷାରେ ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ପଞ୍ଚରିଡା ଲୋକ ବିଦ୍ୟାପୀଠର ଲିପ୍ସା ପ୍ରିୟଦର୍ଶିନୀ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଓଡ଼ଗାଁ ରଘୁନାଥ ସମବାୟ ମହାବିଦ୍ୟାଳୟର +୩ ଛାତ୍ରୀ ଗାୟତ୍ରୀ ସାହୁ ଦ୍ବିତୀୟ ସ୍ଥାନ ଅଧିକାର କରି ନୟାଗଡ଼ ଜିଲ୍ଲା ତଥା ଓଡ଼ଗାଁ ବ୍ଳକ ପାଇଁ ଗୌରବ ଆଣିଛନ୍ତି। ଅନ୍ୟ ପକ୍ଷରେ ଯାଜପୁର ଜିଲ୍ଲାର ମୋନାଲିସା ମଲ୍ଲିକ ତୃତୀୟ ସ୍ଥାନ ଅଧିକାର କରିଥିବା ଜଣାଯାଇଛି। ଆଜି ପୁରୀ ଠାରେ ଅନୁଷ୍ଠିତ ଜାତୀୟ ସ୍ତରୀୟ ପରୀକ୍ଷା ପରେ ଆୟୋଜିତ ପୁରସ୍କାର ବିତରଣ ସଭାରେ ଲୋକନାଥ ଦୈତାପତି, ଭଗବାନ ସୁଆର, କୃଷ୍ଣ ଚନ୍ଦ୍ର ପୂଜା ପଣ୍ଡା ଏବଂ ପ୍ରାକ୍ତନ ବିଧାୟକ ଜୟନ୍ତ ବେହେରା ଅତିଥି ଭାବେ ଯୋଗ ଦେଇଥିଲେ। ପ୍ରଥମ ପୁରସ୍କାର ୫ ହଜାର, ଦ୍ବିତୀୟ ପୁରସ୍କାର ୩ ହଜାର ଏବଂ ତୃତୀୟ ପୁରସ୍କାର ୨ ହଜାର ଟଙ୍କା ସହିତ ପ୍ରତ୍ୟେକଙ୍କୁ ଉପଢ଼ୌକନ ସହିତ ପ୍ରଶଂସା ପତ୍ର ଅତିଥିଙ୍କ ଦ୍ବାରା ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା । ଆଜିର ପରୀକ୍ଷାକୁ ନିୟନ୍ତ୍ରକ ଡ.ସୁରେଷ ଚନ୍ଦ୍ର ବରାଡ ପରିଚାଳନା କରିଥିବା ବେଳେ ନିରାକାର ସ୍ବାଇଁ ଏବଂ ଗୋଦାବରୀ ବସନ୍ତିଆ ସହଯୋଗ କରିଥିଲେ।