ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆଜି ପାରଳାଖେମୁଣ୍ଡି ସ୍ଥିତ ମହିଳା ସ୍ନାତକ ମହାବିଦ୍ୟାଳୟ ଠାରେ ଆର ବି ଆଇ ତରଫରୁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ମହାବିଦ୍ୟାଳୟ ର ଅଧ୍ୟକ୍ଷା ଡ. ରୀନା ସାହୁ ଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ସୁଦୂର ଭୁବନେଶ୍ୱର ରୁ ଆସି ଅତିଥି ଭାବରେ ଶ୍ରୀଯୁକ୍ତ ଅଭିନାଶ ରାଉତ , ସୁଶ୍ରୀ ପ୍ରାଚୀ ଧୁରନ୍ଧର , ଶ୍ରୀଯୁକ୍ତ ମନୁ ମଲ୍ଲିକ୍ ଯୋଗ ଦେଇ ଆର ବି ଆଇ ପ୍ରଦାନ କରୁଥିବା ବିଭିନ୍ନ ବୃତ୍ତିଗତ ସୁଯୋଗ ଏବଂ ସେ ସବୁ ପାଇଁ ଆବଶ୍ୟକୀୟ ଯୋଗ୍ୟତା , ତଥା ସେଥିପାଇଁ କୌଭଳି ପୂର୍ବ ପ୍ରସ୍ତୁତି ର ଆବଶ୍ୟକତା ଅଛି ସେ ବିଷୟରେ ଛାତ୍ରୀ ମାନଙ୍କୁ ବୁଝାଇଥିଲେ ।
ପରିଶେଷରେ ଅଧ୍ୟାପିକା ସୁଶ୍ରୀ ଶର୍ମିଷ୍ଠା ଭୁକ୍ତା ଅତିଥି ମାନଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ। ଏଥିରେ ଅଧ୍ୟାପକ/ଅଧ୍ୟାପିକା – ଶ୍ରୀମତୀ ବରଦା ଆଚାର୍ଯ୍ୟ , ଡ. ମଧୁସ୍ମିତା ପ୍ରଧାନ , ଶ୍ରୀମତୀ ସୁଲତା ଗମାଙ୍ଗ , ସୁଶ୍ରୀ ଯଶସ୍ୱୀନି ମହାନ୍ତି , ସୁଶ୍ରୀ ଏସ୍ ଦୁର୍ଗା , ଶ୍ରୀ ତ୍ରିଲୋଚନ ବାରିକ , ଶ୍ରୀ ଅଜିତ କୁମାର ବେହେରା ଏବଂ କଲେଜ ର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.