ବ୍ରହ୍ମପୁର: ସଚ୍ଚୋଟତା, ସ୍ୱଚ୍ଛତା ଏବଂ ନୈତିକ ଶାସନ ପ୍ରତି ନିଜର ପ୍ରତିବଦ୍ଧତାକୁ ଦୋହରାଇ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ପକ୍ଷରୁ ଦୁର୍ନୀତି ନିବାରଣ ସଚେତନତା ମାସ -୨୦୨୬ ପାଳନ ଅବସରରେ ବ୍ରହ୍ମପୁରଠାରେ ଏକ ୱାକାଥନ ଆୟୋଜିତ ହୋଇଛି । ‘ସାଧୁତାରୁ ସମୃଦ୍ଧି’ ବିଷୟବସ୍ତୁ ଉପରେ ଆଧାରିତ ଏହି ୱାକାଥନର ଉଦ୍ଦେଶ୍ୟ ଥିଲା ଦୁର୍ନୀତିମୁକ୍ତ ସମାଜ ଗଠନରେ ସାମୂହିକ ଦାୟିତ୍ୱବୋଧ ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା।
ଟିପିଏସ୍ଓଡିଏଲ୍ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଅମିତ କୁମାର ଗର୍ଗ ଏବଂ ଶିକ୍ଷାବିତ୍ ଶ୍ରୀମତୀ ମଞ୍ଜୁ ଗର୍ଗଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ଓ କର୍ମଚାରୀମାନେ ଏହି ୱାକାଥନରେ ସାମିଲ ହୋଇଥିଲେ। ସହରର ପ୍ରମୁଖ ସ୍ଥାନ ଦେଇ ଆୟୋଜିତ ଏହି ୱାକାଥନରେ ଅଂଶଗ୍ରହଣକାରୀମାନେ ସଚ୍ଚୋଟତା, ସ୍ୱଚ୍ଛତା ଓ ନୈତିକ ଆଚରଣର ଗୁରୁତ୍ୱ ସମ୍ପର୍କିତ ବ୍ୟାନର ଓ ପ୍ଲାକାର୍ଡ ଧରି ୱାକାଥନ କରିଥିଲେ। ଦୁର୍ନୀତି ପ୍ରତି ଶୂନ୍ୟ ସହନଶୀଳତାର ବାର୍ତ୍ତାକୁ ଦୋହରାଇବା ପାଇଁ କର୍ମଚାରୀମାନେ ଉତ୍ସାହର ସହ ଏଥିରେ ଯୋଗ ଦେଇଥିଲେ।
ଏହି ଅବସରରେ ଶ୍ରୀ ଅମିତ କୁମାର ଗର୍ଗ, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ, ଟିପିଏସ୍ଓଡିଏଲ୍, କହିଛନ୍ତି, “ସଚ୍ଚୋଟତା ଓ ସ୍ୱଚ୍ଛତା ହେଉଛି ଏକ ଦାୟିତ୍ୱବାନ ଏବଂ ବିଶ୍ୱସନୀୟ ସଂସ୍ଥାର ମୂଳଦୁଆ। ସତର୍କତା କେବଳ ଦୁର୍ନୀତିକୁ ରୋକିବାରେ ସୀମିତ ନୁହେଁ; ବରଂ ଏପରି ଏକ କାର୍ଯ୍ୟସଂସ୍କୃତି ଗଠନ କରିବା, ଯେଉଁଠାରେ ସଚ୍ଚୋଟତା, ଉତ୍ତରଦାୟିତ୍ୱ ଏବଂ ନୈତିକ ଆଚରଣ ଆମର ଦୈନନ୍ଦିନ ନିଷ୍ପତ୍ତିର ଅବିଚ୍ଛେଦ୍ୟ ଅଂଶ ହୋଇଥିବ। ଏଭଳି ପଦକ୍ଷେପ ମାଧ୍ୟମରେ ଆମେ କର୍ମଚାରୀ ଓ ସମାଜ ମଧ୍ୟରେ ସଚେତନତା ବୃଦ୍ଧି କରିବା ସହ ‘ଦୁର୍ନୀତି ପ୍ରତି ଶୂନ୍ୟ ସହନଶୀଳତା’ ନୀତି ପ୍ରତି ଆମର ପ୍ରତିବଦ୍ଧତାକୁ ଦୋହରାଉଛୁ।”
ଦୁର୍ନୀତି ନିବାରଣ ସଚେତନତା ମାସ ପାଳନର ଅଂଶସ୍ୱରୂପ ଟିପିଏସ୍ଓଡିଏଲ୍ ପକ୍ଷରୁ ଆସ୍କା, ଫୁଲବାଣୀ, ଜୟପୁର ଓ ରାୟଗଡ଼ାଠାରେ ମଧ୍ୟ ୱାକାଥନ ଆୟୋଜନ କରାଯାଇଥିଲା। ଏହା ମାଧ୍ୟମରେ କମ୍ପାନୀର କାର୍ଯ୍ୟକ୍ଷେତ୍ରର ବିଭିନ୍ନ ଅଞ୍ଚଳରେ ସଚ୍ଚୋଟତା ଓ ସତର୍କତାର ବାର୍ତ୍ତା ପହଞ୍ଚାଯାଇଥିଲା।
ମାସବ୍ୟାପୀ ଏହି ଅଭିଯାନକୁ ଆହୁରି ସୁଦୃଢ଼ କରିବା ପାଇଁ ଟିପିଏସ୍ଓଡିଏଲ୍ ପକ୍ଷରୁ ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟ ଏବଂ ଗ୍ରାମ ପଞ୍ଚାୟତରେ ସତର୍କତା ସଚେତନତାମୂଳକ ଆଲୋଚନାଚକ୍ର ଆୟୋଜନ କରାଯାଇଥିଲା। ଏହି ଅଧିବେଶନଗୁଡ଼ିକରେ ଛାତ୍ରଛାତ୍ରୀ ଓ ସମାଜର ବିଭିନ୍ନ ବର୍ଗର ଲୋକଙ୍କୁ ସତର୍କତା, ଶାସନ ବ୍ୟବସ୍ଥାରେ ସଚ୍ଚୋଟତା ଏବଂ ଦୈନନ୍ଦିନ ଜୀବନରେ ଏହାର ଗୁରୁତ୍ୱ ସମ୍ପର୍କରେ ସଚେତନ କରାଯାଇଥିଲା। ଏଥିସହ ନୈତିକ ମୂଲ୍ୟବୋଧ ଆପଣାଇ ଏକ ସ୍ୱଚ୍ଛ ସମାଜ ଗଠନରେ ଯୋଗଦାନ ଦେବାକୁ ଉତ୍ସାହିତ କରାଯାଇଥିଲା।
ଏହାବ୍ୟତୀତ, ଟିପିଏସ୍ଓଡିଏଲ୍ର କର୍ମଚାରୀମାନେ ଇ-ଶପଥ ଗ୍ରହଣ କରି ସଚ୍ଚୋଟତା, ଉତ୍ତରଦାୟିତ୍ୱ ଏବଂ ନୈତିକ ଆଚରଣ ବଜାୟ ରଖିବାକୁ ନିଜର ପ୍ରତିବଦ୍ଧତା ଦୋହରାଇଥିଲେ। ଏଥିସହ ଗ୍ରାହକମାନଙ୍କ ନିକଟରେ ସତର୍କତା ଓ ଦୁର୍ନୀତି ବିରୋଧୀ ସଚେତନତାର ବାର୍ତ୍ତା ପହଞ୍ଚାଇବା ପାଇଁ ଏସ୍ଏମ୍ଏସ୍ ଅଭିଯାନ ମଧ୍ୟ ଆରମ୍ଭ କରାଯାଇଥିଲା।
ଏହି ସମସ୍ତ ପଦକ୍ଷେପ ମାଧ୍ୟମରେ ଟିପିଏସ୍ଓଡିଏଲ୍ ନିଜର କର୍ମଚାରୀ, ଗ୍ରାହକ ଏବଂ ସମାଜରେ ସଚ୍ଚୋଟତା, ସ୍ୱଚ୍ଛତା ଓ ଉତ୍ତରଦାୟିତ୍ୱର ସଂସ୍କୃତିକୁ ଆହୁରି ସୁଦୃଢ଼ କରିବା ଦିଗରେ ନିରନ୍ତର ପ୍ରୟାସ ଜାରି ରଖିଛି।
ଟିପିଏସ୍ଓଡିଏଲ୍ ପକ୍ଷରୁ ଅକ୍ଟୋବର ୨୬ରୁ ନଭେମ୍ବର ୨୫, ୨୦୨୬ ପର୍ଯ୍ୟନ୍ତ ‘ସାଧୁତାରୁ ସମୃଦ୍ଧି’ ବିଷୟବସ୍ତୁକୁ ନେଇ ଦୁର୍ନୀତି ନିବାରଣ ସଚେତନତା ମାସ ପାଳନ କରାଯାଇଥିଲା। ଏହି ମାସବ୍ୟାପୀ କାର୍ଯ୍ୟକ୍ରମରେ ନୈତିକ ମୂଲ୍ୟବୋଧ, ସଚ୍ଚୋଟତା ଏବଂ ଦୁର୍ନୀତିମୁକ୍ତ ସମାଜ ଗଠନର ଲକ୍ଷ୍ୟକୁ ପ୍ରୋତ୍ସାହିତ କରିବା ନିମନ୍ତେ ବିଭିନ୍ନ ସଚେତନତା ଓ ଜନସମ୍ପର୍କମୂଳକ ପଦକ୍ଷେପ ଗ୍ରହଣ କରାଯାଇଥିଲା।